ETV Bharat / international

ଜେନିଭାରେ ଇମରାନଙ୍କ ବୟାନକୁ ନିନ୍ଦା କଲା ଭାରତ

author img

By

Published : Dec 18, 2019, 10:19 AM IST

କୁତ୍ସିତ ଚିନ୍ତାଧାରାରୁ ହଟୁନି ପାକିସ୍ତାନ । ଭାରତର ବ୍ୟକ୍ତିଗତ କାମରେ ହସ୍ତକ୍ଷେପ କରି ବୈଷୟିକ ମଞ୍ଚର ଦୂରୁପଯୋଗ କରୁଛି । ଅଧିକ ପଢନ୍ତୁ...

Geneva
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଜେନିଭାରେ ଭାରତକୁ ନେଇ ଦିଆଯାଇଥିବା ବୟାନ ଉପରେ ମଙ୍ଗଳବାର ଭାରତ ପକ୍ଷରୁ ନିନ୍ଦା କରାଯାଇଛି । ଇମ୍ରାନ ଗ୍ଲୋବାଲ ଫୋର୍ମ ଅନ ରିଫ୍ୟଜିଜକୁ ସମ୍ବନ୍ଧିତ କରି କହିଛନ୍ତି ଯେ, କଶ୍ମୀରରେ କର୍ଫ୍ୟୁ ଓ ଭାରତରେ ନୂଆ ନାଗରିକତା ସଂଶୋଧନ ଆଇନ କାରଣରୁ ଲକ୍ଷାଧିକ ମୁସଲିମ ଭାରତରୁ ପଳାୟନ କରିପାରନ୍ତି । ଯେଉଁଥିପାଇଁ ଦୁନିଆରେ ଶରଣାର୍ଥୀଙ୍କ ସଙ୍କଟ ବୃଦ୍ଧି ପାଇବ । ଯାହା ଆଗରେ ଅନ୍ୟ ସଙ୍କଟ ତୁଚ୍ଛ ମନେ ହେବ ।

ଇମରାନଙ୍କ ବୟାନ ଉପରେ ଜବାବ ରଖିଛନ୍ତି ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ରବିଶ କୁମାର । ସେ କହିଛନ୍ତି ପୁଣି ଥରେ ଇମରାନ ଭାରତର ଆନ୍ତରିକ ମାମଲାରେ ନିରାଧାର ଓ ଭିତ୍ତିହୀନ ବୟାନ ଦେଇ ନିଜର ସଙ୍କିର୍ଣ୍ଣ ରାଜନୈତିକ ଚିନ୍ତାଧାରାକୁ ପ୍ରକାଶ କରୁଛନ୍ତି । ଏହାସହ ସେ ସାରା ଦୁନିଆ ଆଗରେ ଜଣାଇଦେଉଛନ୍ତି ଯେ, ଏହା ତାଙ୍କର ଅଭ୍ୟାସଗତ ହୋଇସାରିଛି ଆଉ ସେ ବୈଷୟିକ ମଞ୍ଚର ଦୂରୁପଯୋଗ କରୁଛନ୍ତି ।

ରବିଶ କୁମାରଙ୍କ କହିବାନୂଯାୟୀ, ଇସଲାମିକ ରିପବ୍ଲିକ ଅଫ ପାକିସ୍ତାନ ଗତ 72 ବର୍ଷରୁ ଲଗାତାର ନିଜ ଦେଶର ସମସ୍ତ ସଂଖ୍ୟା ଲଘୁ ମାନଙ୍କ ଉପରେ କରିଆସୁଛି । ଆଉ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ପାକିସ୍ତାନ ଛାଡି ଭାରତ ପଳାଇ ଆସିବାକୁ ବାଧ୍ୟ କରୁଛି । କୁମାର ଆହୁରି କହିଛନ୍ତି ଯେ, ଇମରାନ ଦୁନିଆକୁ କହିବାକୁ ଭୁଲି ଯାଉଛନ୍ତି ଯେ,1971ରେ ପାକିସ୍ତାନ ସେନା ପୂର୍ବପାକିସ୍ତାନ(ବାଂଲାଦେଶ)ର ଲୋକଙ୍କ ସହ କିଭଳି ଆଚରଣ କରିଥିଲେ । ସେ କହିଛନ୍ତି ପାକିସ୍ତାନକୁ ସଂଖ୍ୟା ଲଘୁ ଅଧିକାରୀଙ୍କୁ ରକ୍ଷା କରିବା ଦରକାର ।

Intro:Body:

testing

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.