ETV Bharat / international

ବିଶ୍ବରେ କୋରୋନା ଆତଙ୍କ, 60 ହଜାର ଛୁଇଁବ ମୃତ୍ୟୁ ସଂଖ୍ୟା

ସମଗ୍ର ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ଲକ୍ଷ 98 ହଜାର 762ରେ ପହଞ୍ଚିଛି ଓ ଏହାର ମୃତ୍ୟୁ ସଂଖ୍ୟା 59 ହଜାର 172 ରହିଛି ।

Global COVID-19 tracker
ବିଶ୍ବରେ କୋରୋନା ଆତଙ୍କ
author img

By

Published : Apr 4, 2020, 3:02 PM IST

ନୂଆଦିଲ୍ଲୀ: ବିଶ୍ବରେ ବର୍ତ୍ତମାନ କୋରୋନା ଭାଇରସକୁ ନେଇ ଆତଙ୍କ ଦେଖାଦେଇଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ଲକ୍ଷ 98 ହଜାର 762ରେ ପହଞ୍ଚିଛି ଓ ଏହାର ମୃତ୍ୟୁ ସଂଖ୍ୟା 59 ହଜାର 172 ରହିଛି ।

ଅନ୍ୟପକ୍ଷେ ମୋଟ 2 ଲକ୍ଷ 28 ହଜାର 923 ଜଣ ଲୋକଙ୍କୁ ସୁସ୍ଥ କରାଯାଇ ପାରିଛି । ନୂଆ କୋରୋନା ମାମଲାରେ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି ଏହାସହ ପ୍ରାୟତଃ ବୟସ୍କ ଓ ପୂର୍ବରୁ ସ୍ବାସ୍ଥ୍ୟ ସମସ୍ୟା ଥିବା ଲୋକ ଏଥିରେ ରହିଛନ୍ତି । ଶନିବାର ଚୀନର ଉହାନରେ ଆଉ ଏକ କୋରୋନା ପଜିଟିଭ୍ ମାମଲା ଦେଖିବାକୁ ମିଳିଛି । ଏହାସହ ଉହାନରେ 4 ଜଣଙ୍କ ମୃତ୍ୟୁ ହୋଇଛି ।

କୋଭିଡ-19 ସମ୍ପର୍କରେ ଆସି ପ୍ରାୟ 3 ହଜାର ସ୍ବାସ୍ଥ୍ୟକର୍ମଚାରୀ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 14ଜଣ ମୃତ୍ୟୁ ହୋଇସାରିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.