ETV Bharat / international

ପାକିସ୍ତାନୀ ପାଇଲଟ୍‌ଙ୍କ ରାଫେଲ ଟ୍ରେନିଂକୁ ଖଣ୍ଡନ କଲା ଫ୍ରାନ୍ସ

author img

By

Published : Apr 11, 2019, 5:43 PM IST

ଭାରତ ନିଜର ପ୍ରଥମ ରାଫେଲ୍‌ ବିମାନ ଏପର୍ଯ୍ୟନ୍ତ ପାଇ ନଥିବାବେଳେ ପାକିସ୍ତାନର ମଧ୍ୟପ୍ରାଚ୍ୟ ଦେଶ ସହ ସମ୍ପର୍କ ଏହା ପାଇଁ ଚିନ୍ତାର କାରଣ ହୋଇଛି । ଜୋର୍ଡାନ, କାତାର ଭଳି ଦେଶ ପାକିସ୍ତାନକୁ ସାମରିକ ସହାୟତା ଯୋଗାଇଥାନ୍ତି ।

ଫାଇଲ ଫଟୋ

ପ୍ୟାରିସ: ନିକଟରେ ଏକ ଗଣମାଧ୍ୟମ ସଂସ୍ଥା ଦ୍ବାରା ଖବର ପ୍ରକାଶ ପାଇଥିଲା ଯେ ରାଫେଲ ବିମାନର ଉଡାଣ ଶିଖିବା ପାଇଁ ପାକିସ୍ତାନର ପ୍ରଥମ ବ୍ୟାଚ୍‌ ପାଇଲଟ୍‌ କାତାରରେ ଟ୍ରେନିଂ ନେଉଛନ୍ତି । ଯାହାକୁ ନେଇ ଭାରତ ଚିନ୍ତିତ ହୋଇପଡିଥିଲା । ତେବେ ନିକଟରେ ଫ୍ରାନ୍ସ ରାଷ୍ଟ୍ରଦୂତ ଆଲେକ୍ସଜେଣ୍ଡ୍ରା ଜିଏଗଲର ଏହି ଖବରକୁ ଗୁଜବ ବୋଲି କହିଛନ୍ତି ।

  • French Ambassador to India Alexandre Ziegler rejects media report that Pakistani Air Force pilots were trained on Rafale jets , says 'I can confirm that it is fake news' pic.twitter.com/x76gUrP6My

    — ANI (@ANI) April 11, 2019 " class="align-text-top noRightClick twitterSection" data=" ">

ଏକ ସାକ୍ଷାତକାରରେ ଜିଏଗଲର କହିଛନ୍ତି ଯେ ସେ ଦୃଢତାର ସହ କହିପାରିବେ ଯେ ଏହି ଖବର ସମ୍ପୂର୍ଣ୍ଣ ରୁପେ ମିଛ ତଥା ଗୁଜବ । ସେପରି କୌଣସି ତାଲିମ ପାକିସ୍ତାନୀ ପାଇଲଟ୍‌ଙ୍କୁ ଦିଆଯାଇନାହିଁ । ଏହି ଖବରର ମୂଳ ଉତ୍ସ କଣ ତାହା ସେ ଜାଣିନାହାନ୍ତି । ଉକ୍ତ ସଂସ୍ଥା କେଉଁଠାରୁ ଏହି ଖବର ପାଇଲେ ତାହା ମଧ୍ୟ ତାଙ୍କୁ ଜଣାନାହିଁ । ଏହାର ଯାଞ୍ଚ କରାଯାଇଛି ଏବଂ କିଛିଦିନ ମଧ୍ୟରେ ରିପୋର୍ଟ ଆସିବ ବୋଲି ସେ କହିଛନ୍ତି ।

ତେବେ ଏହି ଖବର ପରେ ଭାରତ ଆଶ୍ବସ୍ତି ଲାଭ କରିଛି । କାରଣ ଭାରତ ନିଜର ପ୍ରଥମ ରାଫେଲ୍‌ ବିମାନ ଏପର୍ଯ୍ୟନ୍ତ ପାଇନଥିବାବେଳେ ପାକିସ୍ତାନର ମଧ୍ୟପ୍ରାଚ୍ୟ ଦେଶ ସହ ସମ୍ପର୍କ ଏହା ପାଇଁ ଚିନ୍ତାର କାରଣ ହୋଇଛି । ଜୋର୍ଡାନ, କାତାର ଭଳି ଦେଶ ପାକିସ୍ତାନକୁ ସାମରିକ ସହାୟତା ଯୋଗାଇଥାନ୍ତି । ଅନ୍ୟପଟେ କାତାର ଗତ ଫେବୃୟାରୀ 6ରେ ଏହାର ପ୍ରଥମ ରାଫେଲ ବିମାନ ପାଇଥିବାବେଳେ ଆହୁରି 23ଟି ବିମାନ ପାଇଁ ଏହା ଅର୍ଡର କରିଛି ।

Intro:Body:

dfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.