ETV Bharat / international

ପାକିସ୍ତାନ ସେନାଙ୍କୁ ବଡ ଝଟକା, ଆତଙ୍କୀଙ୍କ ଗୁଳିରେ ଟଳିଲେ 4 ଯବାନ - four-pak-army-soldiers-killed

ଗୁପ୍ତଚର ଅପରେସନ ବେଳେ ଉତ୍ତର ୱାଜିରସ୍ତାନର ଆତଙ୍କୀଙ୍କ ସହ ଗୁଳିବିନିମୟରେ ପାକର 4 ସେନା ମୃତ। ଏହି ଗୁଳିବିନିମୟ ରବିବାର ହୋଇଥିବା ବେଳେ ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ଆଇଏସପିଆର୍)ଡନ୍‌ର ଏକ ବିବୃତ୍ତିରେ କୁହାଯାଇଛି ।

ଉତ୍ତର-ୱାଜିରସ୍ତାନରେ ଆତଙ୍କୀଙ୍କ ସହ ଗୁଳିବିନିମୟରେ 4 ପାକ୍ ସେନା ମୃତ

author img

By

Published : Jul 13, 2020, 11:44 AM IST

ଇସଲାମବାଦ୍: ଗୁପ୍ତଚର ଅପରେସନ ବେଳେ ଉତ୍ତର ୱାଜିରସ୍ତାନର ଆତଙ୍କୀଙ୍କ ସହ ଗୁଳିବିନିମୟରେ ପାକର 4 ସେନା ମୃତ। ଏହି ଗୁଳିବିନିମୟ ରବିବାର ହୋଇଥିବା ବେଳେ ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ଆଇଏସପିଆର୍)ଡନ୍‌ର ଏକ ବିବୃତ୍ତିରେ କୁହାଯାଇଛି ।

ସୂଚନା ଅନୁଯାୟୀ,ଏହି ଗୁଳିବିନିମୟ ୱାଜିରସ୍ତାନର ବୋୟା ଠାରୁ ଆଠ କିଲୋମିଟର ଦକ୍ଷିଣ-ପଶ୍ଚିମ ଭେଜଦା ସାରରେ ହୋଇଥିଲା। ଏଥିରେ 4 ଜଣ ସୈନିକ ପ୍ରାଣ ହରାଇଛନ୍ତି ।

ସୋମବାର ସକାଳେ ଭେଜଡା ସାରରେ ଆତଙ୍କବାଦୀଙ୍କ ଲୁଚି ରହିଥିବା ସ୍ଥାନରେ ଫୋର୍ସ ଅପରେସନ୍ ଆରମ୍ଭ କରିଥିଲା। ସୈନ୍ୟମାନେ ଏହି ଅଞ୍ଚଳକୁ ଘେରିଯିବା ମାତ୍ରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ।

ଗତ ମାସରେ ୱାଜିରସ୍ତାନରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଦୁଇ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଥିଲା ବୋଲି ଆଇଏସଆରପି କହିଛି। ତେବେ ଆତଙ୍କବାଦୀମାନେ କେଉଁ ସଂଗଠନର ବୋଲି ଆଇଏସପିଆର୍ ଏହାର ବିବୃତ୍ତିରେ ସ୍ପଷ୍ଟ କରି ନାହିଁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.