ETV Bharat / international

ଫିଲିପାଇନ୍ସ ବିମାନ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା 50କୁ ବୃଦ୍ଧି

author img

By

Published : Jul 5, 2021, 4:03 PM IST

ଫିଲିପାଇନ୍ସ ବେସାମିରକ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 50କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ଫିଲିପାଇନ୍ସ ବିମାନ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା 50କୁ ବୃଦ୍ଧି
ଫିଲିପାଇନ୍ସ ବିମାନ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା 50କୁ ବୃଦ୍ଧି

ମାନିଲା: ଫିଲିପାଇନ୍ସରେ ବେସାମରିକ ବିମାନ ଦୁର୍ଘଟଣାଗ୍ରସ୍ତରେ ମୃତ୍ୟୁ ସଂଖ୍ୟା 50କୁ ବୃଦ୍ଧି ପାଇଛି । ମୃତକଙ୍କ ମୃତଦେହକୁ ସୋମବାର ଉଦ୍ଧାର କରାଯାଇଛି । ଏହି ମୃତକଙ୍କ ମଧ୍ୟରେ 47 ଜଣ ସୈନ୍ୟ ଥିବାବେଳେ 3 ଜଣ ସାଧାରଣ ନାଗରିକ ରହିଥିଲେ ବୋଲି ସୂଚନା ମିଳିଛି ।

ଦକ୍ଷିଣାଞ୍ଚଳ ଫିଲିପାଇନ୍ସରେ ଏହା ସବୁଠାରୁ ବଡ ସାମରିକ ଦୁର୍ଘଟଣା । ଏହି ବିମାନରେ ମୋଟ 92 ଜଣ ମିଲିଟାରୀ ପର୍ସନ ଥିବାବେଳେ ରବିବାର ପୂର୍ବାହ୍ନ ପ୍ରାୟ 11ଟା 30 ମିନିଟରେ ପାତିକୁଲ ଗ୍ରାମ ନିକଟରେ ଦୁର୍ଘଟଣା ଘଟିଥିଲା । ସୁଲୁ ପ୍ରଦେଶର ଜୋଲୋ ଦ୍ବୀପରେ ଅବତରଣ କରିବାକୁ ଚେଷ୍ଟା କରୁଥିବାବେଳେ C-130 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ ଥିବା ଅନେକ ଯାତ୍ରୀ ସାମରିକ ତାଲିମରେ ସ୍ନାତକ ହାସଲ କରିଥିଲେ ଏବଂ ମୁସଲମାନ ସଂଖ୍ୟାଲଘୁ ଅଞ୍ଚଳରେ ଉଗ୍ରବାଦୀଙ୍କ ସହ ଲଢୁଥିବା ଟାସ୍କଫୋର୍ସର ଏକ ଅଂଶ ଭାବରେ ସେମାନଙ୍କୁ ନିୟୋଜିତ କରାଯାଇଥିଲା ।

ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଓ ଉଦ୍ଧାରକାରୀ ଟିମ ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲା । ବିମାନ ଲ୍ୟାଣ୍ଡ କରିବା ପୂର୍ବରୁ କିଛି ସୈନିକ ବିମାନରୁ ଡେଉଁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ବୋଲି ସୁଲୁ ଟାସ୍କ ଫୋର୍ସ ପକ୍ଷରୁ ସୂଚନା ମିଳିଛି । ପ୍ରତିରକ୍ଷା ମନ୍ତ୍ରୀ ଡେଲଫିନ ଲୋରେଞ୍ଜାନାଙ୍କ କହିବା ମୁତାବକ ବିମାନରେ 92 ଜଣ ରହିଥିବା ବେଳେ ସେଥିମଧ୍ୟରୁ 3 ଜଣ ପାଇଲଟ, 5 ଜଣ କ୍ରୁ ମେମ୍ବର ଓ ଅନ୍ୟମାନେ ସୈନିକ ରହିଥିଲେ ବୋଲି ସୂଚନା ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.