ETV Bharat / international

ତୁର୍କୀ ଭୂକମ୍ପରେ ମୃତ୍ୟୁସଂଖ୍ୟା 73କୁ ବୃଦ୍ଧି, 961 ଆହତ - ତୁର୍କୀ ଭୂକମ୍ପ

ତୁର୍କୀ ଓ ଗ୍ରୀସରେ ଶୁକ୍ରବାର ଅନୁଭୂତ ଭୂକମ୍ପରେ ମୃତ୍ୟୁ ସଂଖ୍ୟା 73ରେ ପହଁଞ୍ଚିଛି । ଏନେଇ ଦେଶର ବିପର୍ଯ୍ୟାୟ ଏବଂ ଜରୁରୀକାଳୀନ ପରିଚାଳନା ପ୍ରାଧିକରଣ (AFAD) ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ତୁର୍କୀ ଭୂକମ୍ପରେ ମୃତ୍ୟୁସଂଖ୍ୟା 73କୁ ବୃଦ୍ଧି,  961 ଆହତ

author img

By

Published : Nov 2, 2020, 7:54 AM IST

ଅଙ୍କାରା: ତୁର୍କୀ ଓ ଗ୍ରୀସରେ ଶୁକ୍ରବାର ଅନୁଭୂତ ଭୂକମ୍ପରେ ମୃତ୍ୟୁ ସଂଖ୍ୟା 73ରେ ପହଁଞ୍ଚିଛି । ଏନେଇ ଦେଶର ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିଚାଳନା ପ୍ରାଧିକରଣ (AFAD) ପକ୍ଷରୁ ସୂଚନା ମିଳିଛି । ଖବର ଅନୁଯାୟୀ ତୁର୍କୀର ପଶ୍ଚିମ ଇଜମିର ପ୍ରଦେଶରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା 73 କୁ ବୃଦ୍ଧି ପାଇଛି।

ଏଫଏଡି ଏକ ବିବୃତ୍ତିରେ କହିଛି ଯେ ସର୍ବଶେଷ ତଥ୍ୟ ଅନୁଯାୟୀ, 73 ଜଣଙ୍କର ମୃତ୍ୟୁ ଘଟିଛି, 961 ଜଣ ଆହତ ହୋଇଛନ୍ତି। ଏହାପୂର୍ବରୁ ଏହି ଭୂକମ୍ପରେ ମୃତ୍ୟୁସଂଖ୍ୟା 69 ଥିବାବେଳେ ଆହତଙ୍କ ସଂଖ୍ୟା 949 ହୋଇଥିବା ଜଣାଯାଇଛି ।

ତୁର୍କୀର ପରିବେଶ ଏବଂ ସହରୀକରଣ ମନ୍ତ୍ରୀ ମୁରାଟ କୁରୁମଙ୍କ ଅନୁଯାୟୀ ଏହି ଭୂକମ୍ପ 40 ରୁ ଅଧିକ କୋଠାକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେଇଛି କିମ୍ବା ଏକ ହଜାରରୁ ଅଧିକ କୋଠା ଆଂଶିକ କ୍ଷତିଗ୍ରସ୍ତ ହୋଇଛି ।

ତେବେ ରିକ୍ଟର ସ୍କେଲରେ ଭକମ୍ପର ତୀବ୍ରତା ୭.୦ ଥିବାରୁ ଏଠାରେ ଭୟଙ୍କର ସ୍ଥିତି ଉପୁଜିଛି । ବଡ଼ବଡ଼ କୋଠାଗୁଡ଼ିକ ଭୁଶୁଡ଼ି ପଡ଼ିଛି । ମାଟି ତଳେ ପ୍ରାୟ ୭୦୦ ରୁ ଅଧିକ ଲୋକ ଚାପି ହୋଇଯାଇଥିବା ଆଶା କରାଯାଉଛି । ସ୍ଥାନୀୟ ପ୍ରଶାସନ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.