ETV Bharat / international

ବାଗଦାଦ ଏୟାର ଷ୍ଟ୍ରାଇକ: ଟ୍ରମ୍ପ ଦେଇଥିଲେ ଆଦେଶ

author img

By

Published : Jan 3, 2020, 11:57 AM IST

ଇରାକର ରାଜଧାନୀ ବାଗଦାଦରେ ହୋଇଥିବା ଏୟାର ଷ୍ଟ୍ରାଇକ ପଛରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ହାତ ରହିଛି। ଇରାନ ରିଭୋଲ୍ୟୁସନାରୀ ଗାର୍ଡର ଟପ କମାଣ୍ଡର ସୁଲେମାନୀକୁ ମାରିବାକୁ ରାଷ୍ଟ୍ରପତି ଟ୍ରମ୍ପ ଦେଇଥିଲେ ଆଦେଶ। ଅଧିକ ପଢନ୍ତୁ...

bagdad air strike
ବାଗଦାଦ ଏୟାର ଷ୍ଟ୍ରାଇକ: ଟ୍ରମ୍ପ ଦେଇଥିଲେ ଆଦେଶ

ୱାଶିଂଟନ: ଇରାକର ରାଜଧାନୀ ବାବଦାଦରେ ଆମେରିକା ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକରେ ଇରାନ ରିଭୋଲ୍ୟୁସନାରୀ ଗାର୍ଡର ଟପ୍ କମାଣ୍ଡର ଜେନେରାଲ କାସିମ ସୁଲେମାନୀର ମୃତ୍ୟ ହୋଇଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଆମେରିକା ଦ୍ବାରା ଇରାକରେ ହୋଇଥିବା ଏୟାରଷ୍ଟ୍ରାଇକରେ ଇରାନ ଫୋର୍ସର କମାଣ୍ଡର ମେଜର ଜେନେରାସ କାସିମର ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ପପୁଲାର ମୋବିଲାଇଜେସନ ଫୋର୍ସର ଡେପୁଟି କମାଣ୍ଡର ଅବୁ ମେହଦୀ ମହାଁନ୍ଦିସର ମୃତ୍ୟୁ ହୋଇଥିବା ଜଣାପଡିଛି। ୟୁଏସ ବାୟୁସେନା ଦ୍ବାରା ବିମାନ ଆକ୍ରମଣ କରାଯାଇଥିବା ନେଇ ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ବାଇଟ ହାଉସ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଦେଶରେ ଆମେରିକୀୟ ବାୟୁସେନା ସୁଲେମାନୀକୁ ମାରିଥିବା ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି। ଏହାସହ ଆମେରିକା ଓ ଇରାକରେ ଆକ୍ରମଣ କରିବାକୁ ସୁଲେମାନୀ ବାରମ୍ବାର ଯୋଜନା କରୁଥିବା ମଧ୍ୟ ହ୍ବାଇଟହାଉସ ସୂତ୍ରରୁ ପ୍ରକାଶ। ଦେଶ ବାହାରେ ଅବସ୍ଥାନ କରୁଥିବା ଆମେରିକୀୟ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ଏହି ଏୟାରଷ୍ଟ୍ରାଇକ କରାଯାଇଥିବା ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପ୍ରତିକ୍ରିୟାରେ କୁହାଯାଇଛି।

ଆମେରିକା ପାଇଁ ବିପଦ ଥିଲା ସୁଲେମାନୀ

ଇରାକରେ ସୁଲେମାନୀର ବହୁତ ବଡ ପ୍ରଭାବ ଥିଲା। ଇସଲାମିକ ଷ୍ଟେଟ ଆତଙ୍କବାଦୀଙ୍କ କବଳରୁ ବାଗଦାଦକୁ ବଞ୍ଚାଇବା ପାଇଁ ସୁଲେମାନୀ ନେତୃତ୍ବରେ ଇରାନ ସମର୍ଥିତ ଫୋର୍ସର ଗଠନ ହୋଇଥିଲା । ଏହାର ନାଁ ପପୁଲାର ମୋବିଲାଇଜେସନ ଫୋର୍ସ ଥିଲା। ସୁଲେମାନୀ ଆମେରିକାର ବଡ ଶତ୍ରୁ ଥିଲା। 1980ରେ ଇରାନ ଓ ଇରାକ ମଧ୍ୟରେ ହୋଇଥିବା ଯୁଦ୍ଧରେ ତା’ର ବଡ ଭୂମିକା ଥିଲା।

ଇରାନ ସମର୍ଥନରେ ଗଠନ କରିଥିଲା ମୋବିଲାଇଜେସନ ଫୋର୍ସ

ଇରାକ ଓ ସିରିୟାରେ ଇସଲାମିକ ଷ୍ଟେଟ ଭଳି ଆତଙ୍କବାଦୀ ସଙ୍ଗଠନର ସାମ୍ନା କରିବାକୁ ସୁଲେମାନୀ ଇରାନ ସମର୍ଥନରେ ଗଠିତ ପପୁଲାର ମୋବିଲାଇଜେସନ ଫୋର୍ସକୁ କାସିମ ଗଠନ କରିଥିଲା। କାସିମର ମୃତ୍ୟୁ ବର୍ତ୍ତମାନ ଇରାନ ପାଇଁ କୌଣସି ବଡ ଝଟକା ଠାରୁ କମ ନୁହେଁ। ସୁଲେମାନୀ ଆତଙ୍କବାଦୀ ସଙ୍ଗଠନ ହିଜିବୁଲ୍ଲା, ପାଲେଷ୍ଟାଇନରେ ସକ୍ରିୟ ଥିବା ଆତଙ୍କବାଦୀ ସଙ୍ଗଠନ ହମାସକୁ ମଧ୍ୟ ନିଜର ସମର୍ଥନ ଦେଇଥିବା ଜଣାଯାଏ। ଏହାସହ ସିରିୟାରେ ବଶର ଅଲ-ଅସଦ ସରକାରରକୁ ମଧ୍ୟ କାସିମର ସମର୍ଥନ ମିଳିଥିଲା।

ଆମେରିକା ନେଲା ପ୍ରତିଶୋଧ

କିଛିଦିନ ପୂର୍ବେ ବାଗଦାଦ ସ୍ଥିତି ଆମେରିକା ଦୂତାବାସରେ ହୋଇଥିବା ଆକ୍ରମଣରେ ଇରାନର ହାତ ଥିବା ଅନୁମାନ କରାଯାଉଥିଲା । ଏପରି ସ୍ଥିତିରେ ଆମେରିକା ଇରାନର କମାଣ୍ଡରକୁ ମାରି ପ୍ରତିଶୋଧ ନେଇଥିବା କୁହାଯାଇପାରେ । ଏୟାର ଷ୍ଟ୍ରାଇକ ପୂର୍ବରୁ ଆମେରିକା ପ୍ରତିରକ୍ଷା ସଚିବ କହିଥିଲେ ଯେ ଏବେ ଖେଳ ବଦଳି ସାରିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.