ETV Bharat / international

ଆଫଗାନସ୍ତାନ ସଙ୍କଟ, ଚିକିତ୍ସା ପରେ ଶିଶୁକୁ ପରିବାରକୁ ହସ୍ତାନ୍ତର କଲା ସେନା - ତାଲିବାନ

କାବୁଲ ବିମାନବନ୍ଦରରେ ଏକ ଶିଶୁକୁ ସୁରକ୍ଷିତ ଭାବରେ ପରିବାରକୁ ହସ୍ତାନ୍ତର କରିଛି ସେନା । ଅଧିକ ପଢନ୍ତୁ...

କଣ୍ଟା କାନ୍ଥ ଦେଇ ପିଲାଙ୍କୁ ପରିବାରକୁ ହସ୍ତାନ୍ତର

author img

By

Published : Aug 22, 2021, 10:23 AM IST

କାବୁଲ: ତାଲିବାନ କବଜାରୁ ରକ୍ଷା ପାଇବା ପାଇଁ ସଂଘର୍ଷ କରୁଛନ୍ତି ଆଫଗାନିସ୍ତାନବାସୀ । ଯିଏ ଯେଉଁଆଡେ ପାଉଛନ୍ତି ନିଜ ଜୀବନକୁ ବଞ୍ଚାଇ ଦେଶ ଛାଡିବାରେ ଲାଗିଛନ୍ତି । ଏହାରି ଭିତରେ ଏକ ଚିତ୍ର ସାମ୍ନାକୁ ଆସିଥିଲା । କାବୁଲ ବିମାନବନ୍ଦରରେ କାନ୍ଥ ଦେଇ ଏକ ଶିଶୁକୁ ପରିବାର ଲୋକେ ସେନାକୁ ତାର ଚିକିତ୍ସା ପାଇଁ ହସ୍ତାନ୍ତର କରିଥିଲେ । ଏହି ଫଟୋ ଦେଶବାସୀଙ୍କ ମଧ୍ୟ ଆଲୋଡନ ସୃଷ୍ଟି କରିଥିଲା । ପରେ ଶିଶୁଟିର ଚିିକିତ୍ସା ପରେ ସେନା ଶିଶୁଟିକୁ ସୁରକ୍ଷିତ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ଆମେରିକାର ଜଣେ ବରିଷ୍ଠ ଅଧିକାରୀ ଏହି ଦୃଶ୍ୟ ବିଷୟରେ କହିଛନ୍ତି । କାବୁଲ ବିମାନବନ୍ଦରରେ କାନ୍ଥ ଦେଇ ଏକ ଶିଶୁକୁ ତା ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସେନାଙ୍କ ହାତରୁ ପିଲାକୁ ପରିବାର ଲୋକ ନେଉଥିବା ଚିତ୍ର ଦେଖିବାକୁ ମିଳିଛି । ଶିଶୁଟିର ସ୍ବାସ୍ଥ୍ୟ ଭଲ ନଥିଲା । ତାର ଯତ୍ନ ନେବାକୁ ସେନାଙ୍କୁ କହିଥିଲେ ଶିଶୁର ପିତାମାତା । ଏହା ପରେ ପିଲାକୁ ନରୱେ ଡାକ୍ତରଖାନାକୁ ନେଇଥିଲେ । ଚିକିତ୍ସା ପରେ ପିଲାଟିକୁ ସୁରକ୍ଷିତ ବାପାମାଆଙ୍କୁ ଫେରାଇ ଦେଇଥିଲେ ସେନା ।

ନିକଟରେ କିଛି ଦିନ ତଳେ ଜଣେ ମାଆ ତାର ପିଲାକୁ ବଞ୍ଚାଇବାକୁ କୋମଳମିତି ଶିଶୁକୁ ସେନା ହାତରେ ଟେକି ଦେଇଥିବା ଦେଖିବାକୁ ମିଳିଥିଲା । ତାଲିବାନ ଆତଙ୍କୀ ଆମ ନିକଟକୁ ମାଡି ଆସୁଛନ୍ତି । ଆମକୁ ଏଠାକୁ ନେଇଯାଇ । ଆମେ ବଞ୍ଚିବାକୁ ଚାହୁଁଛୁ ଏହି ପରି କିଛି କହି ମହିଳାମାନେ ବିମାନବନ୍ଦରରେ ଚିତ୍କାର କରୁଥିବା ଦେଖିବାକୁ ମିଳିଥିଲା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.