ETV Bharat / international

ଆପଲ ଉପରେ ଚୀନ ସରକାରଙ୍କ ଚାପ, 4500 ଗେମ୍ ଡିଲିଟ୍ - ଆପଲର 4500 ଗେମ୍ ଡିଲିଟ୍

ସାଧାରଣତଃ ଚୀନ ଗୋଟିଏ ବର୍ଷରେ କେବଳ 1500 ଗେମ୍ ଲାଇସେନ୍ସ ପ୍ରଦାନ କରିଥାଏ । ଏହି ପ୍ରକ୍ରିୟା କାର୍ଯ୍ୟକାରୀ ହେବାକୁ 6ରୁ 12 ମାସ ଲାଗିଯାଏ । ଅଧିକ ପଢନ୍ତୁ...

ଆପଲ ଉପରେ ଚୀନ ସରକାରଙ୍କ ଚାପ, 4500 ଗେମ୍ ଡିଲିଟ୍

author img

By

Published : Jul 7, 2020, 10:40 PM IST

ବେଜିଂ: ଆମେରିକା କମ୍ପାନୀ ଉପରେ ଚୀନର ଚାପ ଜାରି ରହିଛି । ଆପଲ କମ୍ପାନୀର ସବୁଠାରୁ ବଡ ଆପ୍ ଷ୍ଟୋର ଚୀନ ଥିବାବେଳେ ଏହାର ସରକାର କମ୍ପାନୀ ଉପରେ ଚାପ ପ୍ରୟୋଗ କରିଛନ୍ତି । ନିଜ ଇଣ୍ଟରନେଟ୍ ପଲିସି ମାନିବା ବାଧ୍ୟତାମୂଳକ ବୋଲି ଚୀନ ସରକାର ସ୍ଥିର କରିଛନ୍ତି । ଏହାକୁ ନମାନିବାରୁ ଆପଲର 4500 ଗେମ୍ ଡିଲିଟ୍ କରାଯାଇଛି ।

ଗତ ସପ୍ତାହରେ ମାତ୍ର 2 ଦିନ ମଧ୍ୟରେ ଆପଲର ଚୀନ ଆପ୍ ଷ୍ଟୋରରୁ ପ୍ରାୟ 3000ରୁ ଅଧିକ ଗେମ୍ ହଟାଯାଇଛି । ଆପଲ ଷ୍ଟୋରର ଇତିହାସରେ ଏହା ଏକ ରେକର୍ଡ । ଏତେ ସଂଖ୍ୟକ ଗେମ୍ କେବେ ହେଲେ ଆପଲ ନିଜ ଷ୍ଟୋରରୁ କେଉଁଠାରେ ବି ହଟାଇନଥିଲା । ଏବେ ଯାଏଁ ମୋଟ୍ 4500 ଗେମ୍ ଚୀନ ଆପ୍ ଷ୍ଟୋରରୁ କମ୍ପାନୀ ହଟାଇଥିବା ସୂଚନା ରହିଛି ।

ସରକାରଙ୍କ ନୂଆ ନିୟମ ଅନୁସାରେ ଗେମ ଡେଭଲପର୍ସଙ୍କୁ ନିଜ ଆପ୍ ଚୀନର ଆପଲ ଆପ୍ ଷ୍ଟୋରରେ ଅପଲୋଡ କରିବା ପୂର୍ବରୁ ଚୀନ ସରକାରଙ୍କ ଅନୁମତି ନେବାକୁ ପଡିବ । ଏହା ମାନିନଥିବାରୁ ଅଧିକାଂଶ ଆପକୁ ଡିଲିଟ କରିବା ପାଇଁ ଚୀନ ସରକାର ଆପଲ ଉପରେ ଚାପ ପକାଇ ଆସୁଛନ୍ତି । ଯେଉଁଥିପାଇଁ ବାଧ୍ୟ ହୋଇ କମ୍ପାନୀ ଏତେ ସଂଖ୍ୟାରେ ଆପ୍ ହଟାଇଛି । ଜୁଲାଇ 1ରୁ ଲଗାତାର ଆପ୍ ଷ୍ଟୋରରୁ ଗେମ୍ ହଟିଯାଉଥିବାର ଦେଖିବାକୁ ମିଳିବା ପରେ ଏହି ସତ୍ୟତା ସମ୍ପର୍କରେ ଜଣାପଡିଥିଲା ।

ଜୁଲାଇ 1ରେ 1571 ଆପ୍ ଡିଲିଟ୍ ହୋଇଛି । 1805 ଆପ୍ ଜୁଲାଇ 2ରେ ହଟିଛି । ପରଦିନ ଅର୍ଥାତ ଜୁଲାଇ 3ରେ 1276 ଗେମ୍ ଆପକୁ ଷ୍ଟୋରରୁ ରିମୁଭ କରାଯାଇଛି । ଅନୁମାନ କରାଯାଉଛି ଚୀନର ନୂଆ ନିୟମ ଅନୁସାରେ ପ୍ରାୟ 20 ହଜାରରୁ ଅଧିକ ଆପ୍ ପ୍ରଭାବିତ ହୋଇପାରନ୍ତି । ପ୍ରକାଶ ଥାଉ କି ଚୀନ ମାର୍କେଟ ଆପଲ କମ୍ପାନୀ ପାଇଁ ଅନ୍ୟତମ ବଡ ଆପ୍ ଷ୍ଟୋର ମାର୍କେଟ । ଏଥିରେ ପ୍ରତିବର୍ଷ 16.4 ବିଲିୟନ ଡଲାର ବିକ୍ରି ହୋଇଥାଏ । ଆମେରିକାରେ ଏହି ସଂଖ୍ୟା 15.4 ବିଲିୟନ ଡଲାର ରହିଛି ।

ସାଧାରଣତଃ ଚୀନ ଗୋଟିଏ ବର୍ଷରେ କେବଳ 1500 ଗେମ୍ ଲାଇସେନ୍ସ ପ୍ରଦାନ କରିଥାଏ । ଏହି ପ୍ରକ୍ରିୟା କାର୍ଯ୍ୟକାରୀ ହେବାକୁ 6ରୁ 12 ମାସ ଲାଗିଯାଏ । ଷ୍ଟୋରରେ ଅପଲୋଡ୍ ହେବା ପାଇଁ ଏହି ଆପମାନଙ୍କୁ ଅନେକ ସମୟ ଅପେକ୍ଷା କରିବାକୁ ପଡିଥାଏ ବୋଲି ଆପଲ ଇନ ଚୀନର ମାର୍କେଟିଂ ମ୍ୟାନେଜର ଟୋଡ୍ଡ କୂହନ୍ସ କହିଛନ୍ତି । ସୂଚନାଯୋଗ୍ୟ ଯେ ଚୀନ ଷ୍ଟୋରରେ ଆପଲର ପ୍ରାୟ 60 ହଜାର ଗେମ୍ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.