କାବୁଲ: ଆଫଗାନିସ୍ତାନରେ ପୁଣି ଆତଙ୍କୀ ହମଲା । ପୂର୍ବ ଆଫଗାନିସ୍ତାନର ସେନା କ୍ୟାମ୍ପକୁ ଟ୍ରକ ବିସ୍ଫୋରଣରେ ଟାର୍ଗେଟ କରିଥିଲେ ଆତ୍ମଘାତୀ । ଏହି ଘଟଣାରେ ଆଫଗାନର 8 ସେନା ନିହତ ହୋଇଥିବା ରକ୍ଷାମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘଟଣା ସ୍ଥାନୀୟ ସମୟ ସୋମବାର ଦିନ ଘଟିଥିଲା ।
ମୈଡନ ୱାର୍ଡକ ପ୍ରଦେଶରେ ହୋଇଥିବା ଆକ୍ରମଣରେ ଅନ୍ୟ 9 ସୈନ୍ୟ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ସେପଟେ ଏହି ଆକ୍ରମଣ ପାଇଁ କୌଣସି ସଙ୍ଗଠନ ଦାୟୀ କରିନାହାଁନ୍ତି । ତଥାପି ତାଲିବାନ ଏବଂ ଇସଲାମିକ ଷ୍ଟେଟ୍ ସହଯୋଗୀ ସ୍ଥାନୀୟ ଏକ ସଂଗଠନ ନିୟମିତ ଭାବେ ଆଫଗାନିସ୍ତାନ ସୁରକ୍ଷା ବାହିନୀକୁ ଟାର୍ଗେଟ୍ କରୁଛନ୍ତି ।
ଫେବୃୟାରୀରେ ଆମେରିକା ସହ ଶାନ୍ତି ସୁରକ୍ଷା ଚୁକ୍ତି ସ୍ବାକ୍ଷର ମଧ୍ୟ ତାଲିବାନ ବାରମ୍ବାର ଆଫଗାନିସ୍ତାନ ଉପରେ ଆକ୍ରମଣ କରିଆସୁଛି । ଚୁକ୍ତିନାମାର ଉଦ୍ଦେଶ୍ୟ ହେଉଛି ବିଦ୍ରୋହୀ ଏବଂ ଆଫଗାନିସ୍ତାନ ସରକାରଙ୍କ ମଧ୍ୟରେ ଦଶନ୍ଧି ଧରି ଲାଗି ରହିଥିବା ଯୁଦ୍ଧର ପରି ସମାପ୍ତି କରିବା । ଚଳିତ ମାସ ଏହାର କାର୍ଯ୍ୟକାରୀ ଆରମ୍ଭ ହେବାର ଥିଲା, କିନ୍ତୁ ଜଣେ କଏଦୀଙ୍କୁ ମୁକ୍ତ କରିବାର ପ୍ରକ୍ରିୟାରେ ଅଟକି ଯାଇଛି ।
1000 ତାଲିବାନ ସରକାରୀ କର୍ମଚାରୀଙ୍କୁ ମୁକ୍ତ କରିବା ବଦଳରେ 5000 ତାଲିବାନ କଏଦୀଙ୍କୁ ମୁକ୍ତ କରିବାକୁ ଆଫଗାନିସ୍ତାନ ସରକାର ଏକ ଶାନ୍ତି ଚୁକ୍ତି କରିବାକୁ ଆହ୍ବାନ କରିଛନ୍ତି। ଏପର୍ଯ୍ୟନ୍ତ ସରକାର 4,200 ରୁ ଅଧିକ କଏଦୀଙ୍କୁ ମୁକ୍ତ କରିଥିବାବେଳେ ତାଲିବାନ ପ୍ରାୟ 800 ସରକାରୀ କର୍ମଚାରୀଙ୍କୁ ମୁକ୍ତ କରିଛି।