ETV Bharat / international

500 ତାଲିବାନ କଏଦୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଆଫଗାନ ରାଷ୍ଟ୍ରପତି - Taliban prisoners

ଶୁକ୍ରବାର 500 ତାଲିବାନ କଏଦୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘାନି । ଇଦ୍ ଅବସରରେ ତାଲିବାନ ଗୋଷ୍ଠୀର ତିନି ଦିନିଆ ଅସ୍ତ୍ରବିରତି ଉଲ୍ଲଂଘନ ଘୋଷଣାକୁ ଦୃଷ୍ଟିରେ ରଖି ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଆଫଗାନ ରାଷ୍ଟ୍ରପତି
ଆଫଗାନ ରାଷ୍ଟ୍ରପତି
author img

By

Published : Jul 31, 2020, 12:05 PM IST

କାବୁଲ: ଗତ ଦୁଇ ଦଶନ୍ଧି ଧରି ଆଫଗାନିସ୍ତାନରେ ଚାଲିଥିବା ଗୃହଯୁଦ୍ଧର ଅବସାନ ଘଟିବ । ଦେଶରେ ଶାନ୍ତି ଫେରାଇ ଆଣିବା ଦିଗରେ ଉଭୟ ଆଫଗାନିସ୍ତାନ ସରକାର ଏବଂ ତାଲିବାନ ପଦକ୍ଷେପ ନେଉଛନ୍ତି । ଏହି ପଦକ୍ଷେପ ସ୍ବରୁପ ଶୁକ୍ରବାର 500 ତାଲିବାନ କଏଦୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘାନି । ଇଦ୍ ଅବସରରେ ତାଲିବାନ ଗୋଷ୍ଠୀର ତିନି ଦିନିଆ ଅସ୍ତ୍ରବିରତି ଉଲ୍ଲଂଘନ ଘୋଷଣାକୁ ଦୃଷ୍ଟିରେ ରଖି ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ତେବେ ଏହି 500 କଏଦୀ ତାଲିବାନ ଦ୍ୱାରା ଆଫଗାନିସ୍ତାନ ସରକାରଙ୍କୁ ଦିଆଯାଇଥିବା ତାଲିକାର ଅଂଶ ନୁହଁନ୍ତି । ଏହି ଅନ୍ତେବାସୀଙ୍କୁ ଆସନ୍ତା ଚାରି ଦିନ ମଧ୍ୟରେ ମୁକ୍ତ କରାଯିବ ବୋଲି ସେ କହିଛନ୍ତି । ଘାନିଙ୍କ ଅନୁଯାୟୀ ଆଫଗାନିସ୍ତାନ ସରକାର ଏପର୍ଯ୍ୟନ୍ତ 4,600 ତାଲିବାନ ବନ୍ଦୀଙ୍କୁ ମୁକ୍ତ କରିଛନ୍ତି। ତେବେ ଗୁରୁତର ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ବଳକା 400 ତାଲିବାନ କଏଦୀଙ୍କୁ ମୁକ୍ତ କରିବା ଉପରେ ତାଙ୍କର ନିଷ୍ପତ୍ତି କରିବାର ଅଧିକାର ନାହିଁ ବୋଲି ଘାନି କହିଛନ୍ତି । ତେଣୁ ସେ ଏହି ନିଷ୍ପତ୍ତି ନେବାକୁ ଲୋୟା ଜିରଗାଙ୍କୁ କହିବେ ବୋଲି କହିଛନ୍ତି ।

ଫେବୃଆରୀରେ ଦୋହାରେ ଆମେରିକା ସହ ସ୍ୱାକ୍ଷରିତ ହୋଇଥିବା ଶାନ୍ତି ଚୁକ୍ତି ଅନୁଯାୟୀ ତାଲିବାନ ମଧ୍ୟ 1000 କଏଦୀଙ୍କୁ ମୁକ୍ତ କରିଥିଲା । ସେମାନଙ୍କ ମଧ୍ୟରେ ଆଫଗାନ ଯବାନ ଓ ନାଗରିକ ସାମିଲ ଥିଲେ । ଏହା ପରେ ଘାନି ଏଭଳି ଘୋଷଣା କରିଛନ୍ତି । ଦଳର ମୁଖପାତ୍ର ସୁହେଲ ଶାହିନ ଟ୍ୱିଟରରେ କହିଛନ୍ତି ଯେ, ସେମାନେ ଗୁରୁବାର ଦିନ 82 ଜଣ କଏଦୀଙ୍କୁ ମୁକ୍ତ କରିଛନ୍ତି ଏବଂ ତାଲିବାନ ଦ୍ବାରା ମୁକ୍ତ ହୋଇଥିବା ମୋଟ 1,005 କଏଦୀଙ୍କୁ ଫେରାଇ ଆଣିଛନ୍ତି।

ତେବେ ଏହି ପ୍ରକ୍ରିୟା ଶେଷ ହେବା ପରେ ଇଣ୍ଟ୍ରା-ଆଫଗାନ ଚୁକ୍ତି ନେଇ ଆଲୋଚନା ହେବା ନେଇ ସ୍ପଷ୍ଟ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.