ETV Bharat / international

ଜୋର୍ଡାନରେ ଭୟଙ୍କର ଅଗ୍ନିକାଣ୍ଡ, 13 ପାକିସ୍ତାନୀ ମୃତ - ଜୋର୍ଡାନରେ ଭୟଙ୍କର ଅଗ୍ନିକାଣ୍ଡ

ପଶ୍ଚିମ ଏସୀୟ ଦେଶ ଜୋର୍ଡାନରେ ଏକ ଘରେ ସଟ ସର୍କିଟ ଯୋଗୁଁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସୁନେହା ଅଞ୍ଚଳରେ ଏହି ଭୟାଭୟ ଅଗ୍ନିକାଣ୍ଡରେ 13 ପାକିସ୍ତାନୀ ପ୍ରାଣ ହରାଇଛନ୍ତି। ଅଧିକ ପଢନ୍ତୁ...

Jordan fire incident Pakistanis killed
ଡିଜାଇନ ଫଟୋ
author img

By

Published : Dec 2, 2019, 8:38 PM IST

ଇସଲାମାବାଦ: ପଶ୍ଚିମ ଏସୀୟ ଦେଶ ଜୋର୍ଡାନରେ ଏକ ଘରେ ସଟ ସର୍କିଟ ଯୋଗୁଁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସୁନେହା ଅଞ୍ଚଳରେ ଏହି ଭୟାଭୟ ଅଗ୍ନିକାଣ୍ଡରେ 13 ପାକିସ୍ତାନୀ ପ୍ରାଣ ହରାଇଛନ୍ତି । ଏଥିରେ ଅଧିକାଂଶ ମହିଳା ଓ ଶିଶୁ ସାମିଲ ଅଛନ୍ତି । ପାକିସ୍ତାନ ବୈଦେଶିକ ଅଧିକାରୀ ଏନେଇ ଜଣାଇଛନ୍ତି।

ପାକ୍‌ ବିଦେଶ ଅଧିକାରୀଙ୍କ ସୂଚନା ଅନୁସାରେ, ସୋମବାର ସକାଳେ ବିଦ୍ୟୁତ ସଟ୍‌ ସର୍କିଟ ଫଳରେ ଏହି ଅଗ୍ନିକାଣ୍ଡ ଘଟିଛି। ଏବେ ନିଆଁକୁ ସମ୍ପୂର୍ଣ୍ଣ କାବୁ କରାଯାଇଥିବା ସେ କହିଛନ୍ତି। ଅଗ୍ନିକାଣ୍ଡ ଘଟି ଥିବା ସ୍ଥାନରେ ଦୁଇ ପାକ ନାଗରିକଙ୍କ ପରିବାର ବସବାସ କରୁଥିଲେ। ତୁର୍କୀ ମିଡିଆ ଅନୁସାରେ ଏହି ଅଗ୍ନିକାଣ୍ଡରେ 8 ଶିଶୁଙ୍କ ସମେତ 13 ଲୋକଙ୍କ ମୃତ୍ୟୁ ହୋଇଛି।

ଏହି ଅଗ୍ନିକାଣ୍ଡରେ 3 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମ୍ପୂର୍ଣ୍ଣ ତଦନ୍ତ ପରେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ପାକିସ୍ତାନ ଅଧିକାରୀ କହିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.