ETV Bharat / international

ଫିଲିପାଇନ୍ସରେ 2ଟି ଆତ୍ମଘାତୀ ବିସ୍ଫୋରଣ , 10 ମୃତ - philippines

ଫିଲିପାଇନ୍ସର ମୁସଲମାନ ବହୁଳ ଅଞ୍ଚ ସୁଲୁସ୍ଥିତ ଜୋଲୋରେ ସୋମବାର ଦୁଇଟି ଆତ୍ମଘାତି ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ପ୍ରାୟ 10 ଜଣଙ୍କର ମୃତ୍ୟୁ ଘଟିଛି ।

ଫିଲିପାଇନ୍ସରେ 2ଟି ଆତ୍ମଘାତି ବିସ୍ଫୋରଣ , 10 ମୃତ

author img

By

Published : Aug 24, 2020, 4:28 PM IST

ମନୀଲା: ଫିଲିପାଇନ୍ସର ମୁସଲମାନ ବହୁଳ ଅଞ୍ଚ ସୁଲୁସ୍ଥିତ ଜୋଲୋରେ ସୋମବାର ଦୁଇଟି ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଛି। ସନ୍ଦିଗ୍ଧ ଇସଲାମିକ ଆତଙ୍କବାଦୀଙ୍କ ଦ୍ବାରା ହୋଇଥିବା ଏହି ବିସ୍ଫୋରଣରେ ପ୍ରାୟ 10 ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାରେ ଅନେକ ସୈନିକ, ପୋଲିସ ଏବଂ ସ୍ଥାନୀୟ ଲୋକ ଆହତ ହୋଇଥିବା ଜଣାପଡିଛି ।

ସନ୍ଦିଗ୍ଧ ଇସଲାମିକ ଆତଙ୍କବାଦୀମାନେ ସୋମବାର ଦକ୍ଷିଣ ଫିଲିପାଇନ୍ସରେ ଦୁଇଟି ବିସ୍ଫୋରଣ କରିଥିଲେ। ପ୍ରଥମ ବିସ୍ଫୋରଣରେ 5 ଜଣ ସୈନିକ ଏବଂ 4 ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ । ଏହି ବିସ୍ଫୋରଣରେ 16 ଜଣ ସୈନିକ ଏବଂ 20 ସାଧାରଣ ନାଗରିକ ଆହତ ହୋଇଥିଲେ। ଦୋକାନ ବଜାର ନିକଟରେ ପାର୍କିଂ ହୋଇଥିବା ଏକ ମୋଟରସାଇକେଲରେ ଏହି ବିସ୍ଫୋରଣ ହୋଇଥିଲା ।

ତେବେ ଏହାର କିଛି ସମୟ ପରେ ସେହି ସ୍ଥାନରେ ଜଣେ ମହିଳା ଆତ୍ମଘାତୀ ବିସ୍ଫୋରଣକାରୀ ନିଜକୁ ବିସ୍ଫୋରଣରେ ଉଡାଇ ଦେଇଥିଲେ । ଏହି ବିସ୍ଫୋରଣରେ ମହିଳା ଜଣକ ନିହତ ହୋଇଥିବା ବେଳେ 6 ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ପୋଲିସ ଏହି ଅଞ୍ଚଳକୁ ଘେରାବନ୍ଦୀ କରିଛି। ସେପଟେ ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ଗୋଷ୍ଠୀ ନିଜକୁ ଦାୟୀ କରିନାହାଁନ୍ତି।

ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ଆବୁ ସାୟଫ୍ ଗ୍ରୁପ୍ ଏବଂ ସରକାରୀ ସମର୍ଥିତ ସୁରକ୍ଷା ବାହିନୀ ମଧ୍ୟରେ ଲଢେଇ ଜାରି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.