ୱାଶିଂଟନ: ଚଳିତବର୍ଷ ୱାଶିଂଟନରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ପାଇଁ ନିର୍ଦ୍ଧିରିତ ହୋଇଥିବା 3 ପ୍ରତିଶତ ଦରମା ବୃଦ୍ଧି ଯୋଜନାକୁ ରବ୍ଦ କରାଯାଇଛି । କୋରୋନା ମାଡରେ ରାଜ୍ୟ ଅନେକ କ୍ଷତି ସହିଥିବା ବେଳେ ଏହାର ପରିଣାମ ସରକାର କର୍ମଚାରୀଙ୍କୁ ଭୋଗିବାକୁ ହେବ । ଏନେଇ ସୂଚନା ଦେଇଛନ୍ତି ୱାଶିଂଟନ ରାଜ୍ୟପାଲ ଜେ ଇନସଲି । ଜୁଲାଇ 1ରେ ଅନେକ ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ ଗତବର୍ଷ ସାଂସଦରେ ପ୍ରସ୍ତାବ ଅନୁମୋଦିତ ହୋଇଥିଲେ ସୁଦ୍ଧା ସାମ୍ପ୍ରତ୍ତିକ ପରିସ୍ଥିତି ପାଇଁ ଏହି ଯୋଜନାକୁ ବାତିଲ କରାଯାଇଛି ।
ଇନସଲିଙ୍କ ସୂଚନା ମୁତାବକ ରାଜ୍ୟରେ ସମସ୍ତ ଏଜେନ୍ସି ନିର୍ଦ୍ଦେଶକ, ମ୍ୟାନେଜମେଣ୍ଟ ସର୍ଭିସ, ୱାଶିଂଟନ ମ୍ୟାନେଜମେଣ୍ଟ ସର୍ଭିସ କର୍ମଚାରୀ ଓ ବାର୍ଷିକ 53,000 ଡଲାରରୁ ଉର୍ଦ୍ଧ୍ବ ଆୟ ଥିବା କର୍ମଚାରୀଙ୍କ ଦରମା ବୃଦ୍ଧି ହେବ ନାହିଁ । କୋରୋନା ପ୍ରକୋପରେ ୱାଶିଂଟନ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ଏହା ରାଜ୍ୟର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିବା ଇନସଲି କହିଥିଲେ । ଏହାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି କଠୋର ହେଲେ ବି ଏହାକୁ ନେବାକୁ ପଡୁଛି ବୋଲି ସେ କହିଥିଲେ ।
ବର୍ତ୍ତମାନ ଚାଲିଥିବା ଆର୍ଥିକ ଅନଟନରେ ସମସ୍ତଙ୍କ ସହଯୋଗ କାମନା କରାଯାଉଛି । ତେବେ ଏହି ନିଷ୍ପତ୍ତି ଦ୍ବାରା ପ୍ରାୟ 5600 ସାଧାରଣ ସରକାରୀ କର୍ମଚାରୀ ପ୍ରବାବିତ ହେବାର ଆକଳନ କରାଯାଇଛି । ସେପଟେ ଅନ୍ୟ କେନ୍ର ମନ୍ତ୍ରୀମାନେ ପୂର୍ବ ଯୋଜନା ମୁତାବତ ବର୍ଦ୍ଧିତ ଦରମା ପାଇପାରିବେ ବୋଲି ଜଣା ପଡିଛି । ତେବେ ରାଜ୍ୟରେ ସୃଷ୍ଟି ଅଭାବନୀୟ ସ୍ଥିତି ପାଇଁ ଏବେ ବି ଅନେକ କର୍ମଚାରୀଙ୍କୁ ଅନିର୍ଦ୍ଦିଷ୍ଟ ସମୟ ଯାଏଁ ଛୁଟିରେ ରହିବାକୁ କୁହାଯାଇଛି । ଏହି କ୍ରମରେ ଜୁନ 28ରୁ ପ୍ରାୟ 40,000 କର୍ମଚାରୀଙ୍କୁ ଅନିର୍ଦ୍ଦିଷ୍ଟ ସମୟ ଯାଏଁ ପେଡ୍ ଲିଭ ବା ଛୁଟିରେ ପଠାଯିବାର ନିଷ୍ପତ୍ତି ନିଆଯାଇଛି ।
@IANS