ETV Bharat / international

ଆମେରିକାରେ କୋରୋନା ମାଡ: 20.2 ମିଲିୟନ ଚାକିରୀ ଠପ୍ - ଆମେରିକାରେ କୋରୋନା ମାଡ

ଏପ୍ରିଲ ମାସରେ ଆମେରିକାରେ 20.2 ମିଲିୟନ ଚାକିରୀ ବନ୍ଦ ହୋଇଛି । ସମସ୍ତ ମାସ ଭିତରେ ଏହା ସବୁଠାରୁ ଖରାପ ରେକର୍ଡ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ଆମେରିକାରେ କୋରୋନା ମାଡ: 20.2 ମିଲିୟନ ଚାକିରୀ ବନ୍ଦ

author img

By

Published : May 7, 2020, 10:29 AM IST

ୱାଶିଂଟନ: କୋରୋନା ମାଡରେ ଘାଇଲା ହୋଇଛି ଆମେରିକା । ଏପର୍ଯ୍ୟନ୍ତ ଦେଶରେ ପ୍ରାୟ 12 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଥିବାବେଳେ 74 ହଜାରରୁ ଅଧିକ ମୃତ୍ୟୁ ହୋଇଛି । ତେବେ କୋରୋନା ଯୋଗୁଁ ଘୋଷିତ ଲକଡାଉନ ଏହାର ଆର୍ଥିକ ଅବସ୍ଥାକୁ ଦୋହଲାଇ ଦେଇଛି ।

ଜାତୀୟ ନିଯୁକ୍ତିର ଅଟୋ ଡାଟା ପ୍ରୋସେସିଂ ଅନୁସାରେ ଏପ୍ରିଲ ମାସରେ ଆମେରିକାରେ 20.2 ମିଲିୟନ ଚାକିରୀ ବନ୍ଦ ହୋଇଛି । ସମସ୍ତ ମାସ ଭିତରେ ଏହା ସବୁଠାରୁ ଖରାପ ରେକର୍ଡ ବୋଲି ଜଣାପଡିଛି । ସର୍ଭିସ ସେକ୍ଟରରେ ଏହାର ଗଭୀର ପ୍ରଭାବ ପଡିଛି । ଏହି ସେକ୍ଟର ଗତ ମାସରେ 16 ମିଲିୟନ ଚାକିରୀ ହରାଇଛି । ଛୋଟ, ମଧ୍ୟମ ଓ ବଡ ଧରଣର ବ୍ୟବସାୟ କ୍ଷେତ୍ରରେ ଏହି କୋରୋନା ପ୍ରଭାବ ଅଧିକ ପଡିଛି ।

ଗ୍ରେଟ ରିସେସନ ବେଳେ ଯେତିକି ଚାକିରୀ ହରାଇଥିଲା ଆମେରିକା ତାହାର 2 ଗୁଣ ଅଧିକ କୋରୋନା ଯୋଗୁଁ ଏପ୍ରିଲ ମାସରେ ହରାଇଛି । ପୂର୍ବରୁ କୋରୋନା ପ୍ରଭାବରେ ବିଶ୍ବ ଅର୍ଥନୀତିର ଅବସ୍ଥା ଖରାପ ହୋଇସାରିଛି । ସିଧାସଳଖ ଏଥିରେ ବିଯୁକ୍ତ 3 ପ୍ରତିଶତ ହ୍ରାସ ଘଟିବ ବୋଲି ଅନ୍ତର୍ଜାତୀୟ ମନଟାରୀ ଫଣ୍ଡ ସୂଚନା ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.