ETV Bharat / international

ଆମେରିକାର ଚିନ୍ତା ବଢାଉଛି କୋରୋନା, 24 ଘଣ୍ଟାରେ 62 ହଜାରରୁ ଉର୍ଦ୍ଧ୍ବ ପଜିଟିଭ

author img

By

Published : Jul 21, 2020, 10:21 AM IST

ଦେଶରେ ସୋମବାର ସୁଦ୍ଧା 38 ଲକ୍ଷ 29 ହଜାର ପାର କରିଛି କୋରୋନା ସଂକ୍ରମଣ ସଂଖ୍ୟା । ଦେଶରେ ସର୍ବାଧିକ ପ୍ରଭାବିତ ସହର ଭିତରେ ନ୍ୟୁୟର୍କ ରହିଛି । ଅଧିକ ପଢନ୍ତୁ...

ଆମେରିକାରେ ଚିନ୍ତା ବଢାଉଛି ସଂକ୍ରମଣ, 24 ଘଣ୍ଟାରେ 62 ହଜାରରୁ ଉର୍ଦ୍ଧ୍ବ ପଜିଟିଭ ରିପୋର୍ଟ

ଓ୍ବାଶିଂଟନ: ଆମେରିକାରେ ଦୃତ ଗତିରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଯାହାକୁ ନେଇ ପ୍ରତ୍ୟେକ ଦିନ 50 ହଜାରରୁ ଉପରେ ରେକର୍ଡ ହେଉଛି କୋରୋନା ସଂକ୍ରମଣ ରିପୋର୍ଟ । ଏତେ ସଂଖ୍ୟକ ସଂକ୍ରମଣ ଦେଖିଲେ ଲାଗୁଛି ଯେପରି ଲୋକମାନେ ଏବେ ବି କୋରୋନାକୁ ନେଇ ସଚେତନ ନୁହନ୍ତି ।

ଜନ ହପକିନ୍ସ ୟୁନିଭର୍ସିଟି ରିପୋର୍ଟ ମୁତାବକ, ଦେଶରେ ଗତ 24 ଘଣ୍ଟାରେ 62 ହଜାରରୁ ଅଧିକ କୋରୋନା ସଂକ୍ରମଣ ରିପୋର୍ଟ ହୋଇଥିବାବେଳେ, ଏଥିରେ 537 ଜଣଙ୍କର ମୃତ୍ୟୁ ହୋଇଛି । ତେବେ 40 ଲକ୍ଷରେ ପହଞ୍ଚିବାକୁ ଆଉ ପାଦେ ପଛରେ ରହିଛି ସଂକ୍ରମଣ ସଂଖ୍ୟା ।

ତେବେ ସୋମବାର ସୁଦ୍ଧା ମୋଟ 38 ଲକ୍ଷ 29 ହଜାର 920ଟି କୋରୋନା ପଜିଟିଭ ରିପୋର୍ଟ ହୋଇଛି । ଏଥିରେ 1 ଲକ୍ଷ 40 ହଜାର 905 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏଥିରେ 18 ଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 19 ଲକ୍ଷ 70 ହଜାରରୁ ଉର୍ଦ୍ଧ୍ବ ଚିକିତ୍ସାଧୀନ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.