ETV Bharat / international

92 ରାଷ୍ଟ୍ରକୁ 500 ମିଲିୟନ ଟିକା ଯୋଗାଇବ ଆମେରିକା - 92 ରାଷ୍ଟ୍ରକୁ ଟିକା ଦେବ ଆମେରିକା

ମହାମାରୀର ପ୍ରାଣଘାତୀ ଲହର ମଧ୍ୟ ଦେଇ ଗତି କରୁଛି ସମଗ୍ର ବିଶ୍ବ । ଏଭଳି ଘଡିସନ୍ଧି ମୂହୁର୍ତ୍ତରେ 92ଟି ରାଷ୍ଟ୍ରକୁ ପ୍ରାୟ 500 ମିଲିୟନ ଫାଇଜର ଟିକା ଯୋଗାଇବ ଆମେରିକା । ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି ବଡ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

92 ରାଷ୍ଟ୍ରକୁ 500 ମିଲିୟନ ଟିକା ଯୋଗାଇବ ଆମେରିକା

author img

By

Published : Jun 11, 2021, 10:48 AM IST

ନୂଆଦିଲ୍ଲୀ: ବର୍ତ୍ତମାନ ମହାମାରୀର ପ୍ରାଣଘାତୀ ଲହର ମଧ୍ୟ ଦେଇ ଗତି କରୁଛି ସମଗ୍ର ବିଶ୍ବ । ଶିକ୍ଷାଠୁ ଆରମ୍ଭ କରି ଶିଳ୍ପ ସବୁକିଛି ଉଜୁଡିବାକୁ ବସିଛି । ଏପରି ସ୍ଥଳେ ମହାମାରୀକୁ ମାତ୍ ଦେବାକୁ ସଞ୍ଜିବନୀ ସାଜିଛି ଟିକା । ବିଭିନ୍ନ ରାଷ୍ଟ୍ରଗୁଡିକ ସ୍ବଦେଶୀ ଟିକା ଉତ୍ପାଦନ କରି ଟୀକାକରଣ ଜାରି ରଖିଛନ୍ତି । ସେପଟେ ବିଶ୍ବବ୍ୟାପୀ ଟିକାଦାନ ପ୍ରକ୍ରିୟାକୁ ଆହୁରି ମଜବୁତ କରିବାକୁ ଆଗେଇ ଆସିଛି ଆମେରିକା ।

ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ 92ଟି ରାଷ୍ଟ୍ରକୁ ଟିକା ଯୋଗାଣ ପାଇଁ ବଡ ଘୋଷଣା କରିଛନ୍ତି । ଆମେରିକା ପ୍ରାୟ ଅଧା ବିଲିୟନ ଫାଇଜର ଟିକା କିଣିବ ଏବଂ ନିମ୍ନ ଓ ମଧ୍ୟବିତ୍ତ ଆୟସମ୍ପନ୍ନ ରାଷ୍ଟ୍ରଗୁଡିକ ଫାଇଜର ଟିକା ପ୍ରଦାନ କରିବ । ମୋଟ 500 ମିଲିୟନ ଜୀବନ ରକ୍ଷାକାରୀ ଟିକା କିଣିବା ସହ ଆସନ୍ତା ବର୍ଷ ଜୁନ ମାସ ସୁଦ୍ଧା ଏହାକୁ ସମ୍ପୃକ୍ତ ରାଷ୍ଟ୍ରଗୁଡିକ ଯୋଗାଣ କରିବ । ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରଥମେ ପ୍ରାୟ 200 ମିଲିୟନ ଫାଇଜର ଟିକା ଯୋଗାଇବାକୁ ଆମେରିକା ଲକ୍ଷ୍ୟ ରଖିଥିବା ସ୍ପଷ୍ଟ କରିଛି । ତେବେ ଗୋଟିଏ ଦେଶ ଦ୍ବାରା ଟୀକାକରଣର ଏହା ସର୍ବବୃହତ୍ କ୍ରୟ ଏବଂ ଦାନ ।

ଏହି ବଡ ଘୋଷଣା କରିବା ଅବସରରେ ରାଷ୍ଟ୍ରପତି ବାଇଡେନ କହିଛନ୍ତି ଯେ ଆଜିର ଏହି ଟିକା ଦାନର ଲକ୍ଷ୍ୟ ହେଉଛି ଜୀବନ ରକ୍ଷା ଏବଂ ମହାମାରୀକୁ ମୂଳପୋଛ କରିବା । ଏଥିସହ ବାଇଡେନ ବିଶ୍ବର ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକ ନିରାପଦ ତଥା ପ୍ରଭାବଶାଳୀ ଟିକା ଯୋଗାଣରେ ଅଂଶଗ୍ରହଣ କରିବାକୁ ଆହ୍ବାନ ଦେଇଛନ୍ତି । ମହାମାରୀକୁ ମାତ୍ ଦେବାକୁ ଆମେରିକାର ପ୍ରତିଶ୍ରୁତିବଦ୍ଧତା ଏଥିରୁ ସୁନିଶ୍ଚିତ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.