ETV Bharat / international

ଋଷ ବିରୁଦ୍ଧରେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଦେବ ଆମେରିକା

author img

By

Published : Mar 15, 2022, 7:33 AM IST

ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘୋଷଣା । ଋଷ ବିରୁଦ୍ଧରେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା । ଅଧିକ ପଢନ୍ତୁ

ଋଷ୍ ବିରୁଦ୍ଧରେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଦେବ ଆମେରିକା

ୱାସିଂଟନ: ୟୁକ୍ରେନ ଏବଂ ଋଷିଆ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ଦୀର୍ଘ ୧୯ ଦିନର ପ୍ରଚଣ୍ଡ ଆକ୍ରମଣରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି ୟୁକ୍ରେନ । ଯୁଦ୍ଧ ବନ୍ଦ ପାଇଁ ଋଷ୍ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଥିବା ଆମେରିକା ସୋମବାର ଆଉ ଏକ ଘୋଷଣା କରିଛି । ଋଷିଆ ବିରୁଦ୍ଧରେ ଲଢିବା ପାଇଁ ଆମେରିକା ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ । ଯୁଦ୍ଧଗ୍ରସ୍ତ ରାଷ୍ଟ୍ରକୁ ମାନବୀୟ ସହାୟତା ପଠାଇବା ସହ ତା'ର ଶରଣାର୍ଥୀଙ୍କୁ ଆମେରିକା ସ୍ଥାନ ଦେବ ବୋଲି ରାଷ୍ଟ୍ରପତି ବାଇଡେନ ଘୋଷଣା କରିଛନ୍ତି ।

ବାଇଡେନ୍ ଟ୍ବିଟ୍ କରିଛନ୍ତି, 'ଆକ୍ରମଣକାରୀ ଋଷ ସେନାର ମୁକାବିଲା ପାଇଁ ୟୁକ୍ରେନ ପାଖରେ ଯେପରି ଅସ୍ତ୍ରଶସ୍ତ୍ର ରହିବ ତାହା ଆମେ ସୁନିଶ୍ଚିତ କରିବୁ । ଆମେ ୟୁକ୍ରେନବାସୀଙ୍କ ଜୀବନ ରକ୍ଷା ପାଇଁ ଖାଦ୍ୟ ଏବଂ ଅର୍ଥ ସହ ଅନ୍ୟାନ୍ୟ ସହାୟତା ପଠାଇବୁ ଏବଂ ଏହାର ଶରଣାର୍ଥୀଙ୍କୁ ଖୋଲା ହୃଦୟରେ ସ୍ବାଗତ କରିବୁ' । ଅନ୍ୟ ଏକ ଟ୍ବିଟ୍‌ରେ ବାଇଡେନ ଲେଖିଛନ୍ତି, ୟୁକ୍ରେନର ହିଂସା ଯୋଗୁଁ ବିସ୍ଥାପିତ ଲୋକଙ୍କ ସହାୟତା ପାଇଁ ସଂଯୁକ୍ତ ରାଷ୍ଟ୍ର ଏବଂ ସହଯୋଗୀ ରାଷ୍ଟ୍ର ସହ ମିଳିତ ଭାବେ କାର୍ଯ୍ୟ କରୁଛୁ ।

ଦୁଇ ଦିନ ତଳେ ଅତିରକ୍ତ ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ନିମନ୍ତେ ୟୁକ୍ରେନ ପାଇଁ ୨୦୦ ମିଲିୟନ ଡଲାର ପ୍ରଦାନ କରିବେ ବୋଲି ଆମେରିକା ରାଷ୍ଟ୍ରପତି ବାଇଡେନ ଘୋଷଣା କରିଥିଲେ । ଜାନୁଆରୀ ୨୦୨୧ ଠାରୁ ଆମେରିକା ୟୁକ୍ରେନକୁ ୧.୨ ବିଲିୟନ ଡଲାର ନିରାପତ୍ତା ସହାୟତା ଯୋଗାଇ ସାରିଲାଣି । ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ(Antony Blinken) ଟ୍ବିଟ୍ ଯୋଗେ କହିଥିଲେ ଯେ, ୟୁକ୍ରେନ୍‌ ପାଇଁ ଅତିରିକ୍ତ ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ନିମନ୍ତେ ୨୦୦ ନିୟୁତ ଡଲାର ଅର୍ଥରାଶି ନିମନ୍ତେ ମୁଁ ଔପଚାରିକ ଭାବେ ଅନୁମୋଦନ କରିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.