ETV Bharat / international

ଆମେରିକାରେ ପ୍ରଥମ, 24 ଘଣ୍ଟାରେ 52 ହଜାର ପଜିଟିଭ ରିପୋର୍ଟ

author img

By

Published : Jul 2, 2020, 11:11 AM IST

ଆମେରିକାରେ ରେକର୍ଡ କଲା କୋରୋନା । ଗୋଟିଏ ଦିନରେ ପ୍ରଥମ ଥର 50 ହଜାରରୁ ଅଧିକ କୋରୋନା ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ଅଧିକ ପଢନ୍ତୁ...

କୋରୋନା ଅପଡେଟ: ଆମେରିକାରେ ପ୍ରଥମଥର 24 ଘଣ୍ଟାରେ 52 ହଜାର ପଜିଟିଭ ରିପୋର୍ଟ

ୱାଶିଂଟନ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ କୋରୋନା ଭାଇରସ ସବୁଠୁ ଅଧିକ ଭୟଙ୍କର ରୂପ ଧାରଣ କରିଛି । ପ୍ରଥମ ଥର ପାଇଁ ଆମେରିକାରେ ଗୋଟିଏ ଦିନରେ 50 ହଜାରରୁ ଅଧିକ କୋରୋନା ମାମଲା ରିପୋର୍ଟ ହୋଇଛି। ଏହାପୂର୍ବରୁ ଜୁନ 26ରେ 47 ହଜାର ସର୍ବାଧିକ ମାମଲା ରିପୋର୍ଟ ହୋଇଥିଲା। ଯଦିଓ ଆମେରିକାରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି ।

ଜନହପକିନ୍ସ ରିପୋର୍ଟ ମୁତାବିକ ଗତ 24 ଘଣ୍ଟାରେ ଆମେରିକାରେ 52 ହଜାର କୋରୋନା ସଂକ୍ରମଣର ନୂଆ ମାମଲା ରିପୋର୍ଟ ହୋଇଛି । ସେଥିମଧ୍ୟରୁ 667 ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସମୟରେ ଆମେରିକା ପରେ ବ୍ରାଜିଲରେ ସର୍ବାଧିକ ମୃତ୍ୟୁ ଘଟୁଛି ।

ତେବେ ଗୁରୁବାର ସକାଳ ସୁଦ୍ଧା ଆମେରିକାରେ କୋରୋନା ସଂକ୍ରମଣ ସଂଖ୍ୟା 26 ଲକ୍ଷ 86 ହଜାର 249କୁ ବୃଦ୍ଧି ପାଇଛି । ସମୁଦାୟ 1 ଲକ୍ଷ 28 ହଜାର 62 ଜଣଙ୍କର ମୃତ୍ୟୁ ହୋଇଛି । ତେବେ 11 ଲକ୍ଷ 60 ହଜାର ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ 14 ଲକ୍ଷ 87 ହଜାର ଲୋକ ଚିକିତ୍ସାଧୀନ ଅଛନ୍ତି ।

ଆମେରିକାର ନ୍ୟୁୟର୍କ ସିଟିରେ ସର୍ବାଧିକ ସଂକ୍ରମଣ ମାମଲା 4 ଲକ୍ଷ18 ହଜାର 605 ରହିଛି। ନ୍ୟୁୟର୍କରେ କେବଳ 32,43 ଜଣଙ୍କର ମୃତ୍ୟୁ ହୋଇଛି । ଏହା ପରେ, କାଲିଫର୍ନିଆରେ 2 ଲକ୍ଷ 38 ହଜାର 391 କୋରୋନା ସଂକ୍ରଣଙ୍କ ମଧ୍ୟରୁ 6 ହଜାର 164 ଜଣଙ୍କର ମୃତ୍ୟୁ ହୋଇଛି । ଏହା ବ୍ୟତୀତ ନ୍ୟୁ ଜର୍ସି, ଟେକ୍ସାସ୍,ଇଲିନୋଇସ୍, ଫ୍ଲୋରିଡା ମଧ୍ୟ ଅଧିକ ପ୍ରଭାବିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.