ETV Bharat / international

ପମ୍ପେଓଙ୍କ ଅଭିଯୋଗ, ପଡୋଶୀ ରାଷ୍ଟ୍ରଙ୍କ ପ୍ରତି ଖରାପ ବ୍ୟବହାର ଦେଖାଉଛି ଚୀନ

author img

By

Published : Jun 20, 2020, 9:14 AM IST

ଚୀନ ଉପରେ ବର୍ଷିଛନ୍ତି ଆମେରିକାର ବୈଦେଶିକ ସଟିବ ମାଇକ ପମ୍ପେଓ। ଚୀନ ସମଗ୍ର ବିଶ୍ବରେ ନିଜର ପ୍ରଭୃତ୍ୟ ଜାରି କରିବାକୁ ଚାହୁଁଛି। ଯାହାକୁ ନେଇ ଦିନକୁ ଦିନର ତାର ବ୍ୟବହାର ପଡୋଶୀ ରାଷ୍ଟ୍ରଙ୍କ ପ୍ରତି ଅତ୍ୟନ୍ତ କୁତ୍ସିତ ଓ ରୁକ୍ଷ ହେବାରେ ଲାଗିଛି । ଏମିତି କିଛି କହି ଶୁକ୍ରବାର ପମ୍ପେଓ ଚୀନକୁ ଶାଣିତ ଢଙ୍ଗରେ ଆକ୍ରମଣ କରିଛନ୍ତି।

ପମ୍ପେଓଙ୍କ ଅଭିଯୋଗ, ପଡୋଶୀ ରାଷ୍ଟ୍ରଙ୍କ ପ୍ରତି ଖରାପ ବ୍ୟବହାର ଦେଖାଉଛି ଚୀନ
ପମ୍ପେଓଙ୍କ ଅଭିଯୋଗ, ପଡୋଶୀ ରାଷ୍ଟ୍ରଙ୍କ ପ୍ରତି ଖରାପ ବ୍ୟବହାର ଦେଖାଉଛି ଚୀନ

ନୂଆଦିଲ୍ଲୀ: ଗଲୱାନ ଘାଟିରେ ଚୀନ ଓ ଭାରତ ମୁହାଁମୁହିଁରେ ଶହୀଦ ହୋଇଥିବା ଭାରତୀୟ ଯବାନଙ୍କ ପ୍ରତି ସମବେଦନା ଜଣାଇବା ପରେ ଚୀନ ଉପରେ ବର୍ଷିଛନ୍ତି ଆମେରିକାର ବୈଦେଶିକ ସଟିବ ମାଇକ ପମ୍ପେଓ। ଚୀନ ସମଗ୍ର ବିଶ୍ବରେ ନିଜର ପ୍ରଭୃତ୍ୟ ଜାରି କରିବାକୁ ଚାହୁଁଛି। ଯାହାକୁ ନେଇ ଦିନକୁ ଦିନର ତାର ବ୍ୟବହାର ପଡୋଶୀ ରାଷ୍ଟ୍ରଙ୍କ ପ୍ରତି ଅତ୍ୟନ୍ତ କୁତ୍ସିତ ହେବାରେ ଲାଗିଛି । ଏମିତି କିଛି ଶଦ୍ଦରେ ଶୁକ୍ରବାର ପମ୍ପେଓ ଚୀନକୁ ଶାଣିତ ଢଙ୍ଗରେ ଆକ୍ରମଣ କରି କହିଛନ୍ତି। ଏବଂ ଏଥିରେ ଚୀନର "ବିଚ୍ଛିନ୍ନତା ଏବଂ ଦୁର୍ଦ୍ଦାନ୍ତ ସାଇବର ଅଭିଯାନ" କୁ ଦାୟୀ କରିଛନ୍ତି।

ଡେନମାର୍କର କପିଳେନ୍ଦ୍ରଠାରେ ଆୟୋଜିତ ଗଣତନ୍ତ୍ର ଉପରେ ଏକ ଅନଲାଇନ୍ ସମ୍ମିଳନୀରେ ପମ୍ପେଓ ଏହି ମନ୍ତବ୍ୟ ଦେଇଛନ୍ତି। ପମ୍ପେଓ କହିଛନ୍ତି ଯେ "ପିଏଲ୍ଏ (ପିପୁଲ୍ସ ଲିବରେସନ୍ ଆର୍ମି) ବିଶ୍ବର ସବୁଠାରୁ ଜନବହୁଳ ଗଣତନ୍ତ୍ର ଭାରତ ସହିତ ସୀମା ତିକ୍ତତାକୁ ବଢାଇ ଦେଇଛି। ଏହା ଦକ୍ଷିଣ ଚୀନ୍ ସାଗରରେ ନିଜର ସାମରିକ କ୍ଷମତା ବଢାଉଥିବା ବେଳେ ସେଠାରେ ଅଧିକ ଅଞ୍ଚଳ ନିଜର ବୋଲି ଦାବି କରୁଛି।

ପମ୍ପେଓ ଆହୁରୀ ମଧ୍ୟ କହିଛନ୍ତି ଯେ, ମିଳିତ ଜାତିସଂଘର ପଞ୍ଜୀକୃତ ଚୁକ୍ତିନାମା ତଥା ଏହାର ନାଗରିକଙ୍କ ଅଧିକାରକୁ ଉଲ୍ଲଂଘନ କରୁଥିବା ହଂକଂରେ ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିପିସି) ସ୍ୱାଧୀନତାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଯାହା ଚୀନ୍ ଶାସନ ଦ୍ୱାରା ଭାଙ୍ଗିଥିବା ଅନେକ ଅନ୍ତର୍ଜାତୀୟ ଚୁକ୍ତି ମଧ୍ୟରୁ ଏହା ଅନ୍ୟତମ ।

ତେବେ ଆମେରିକା ଚୀନ ମଧ୍ୟରେ ବାଣିଜ୍ୟିକ ଦ୍ବନ୍ଦ, କୋରୋନା ମହାମାରୀର ତିକ୍ତତା, ଚୀନ ମୁସଲମାନ ମାନଙ୍କ ମାନବିକ ଅଧିକାର ଭଙ୍ଗ, ହଂକଂ ସ୍ଥିତି, ଦକ୍ଷିଣ ଚୀନ ସାଗରରେ ଚୀନର ସାମରିକ କ୍ଷେତ୍ର ବୃଦ୍ଧି ଏପରି ଅନେକ କାରଣ ନେଇ ବିବାଦ ଧୀରେ ଧୀରେ ଘନେଇବାରେ ଲାଗିଛି। ଆମେରିକା 2020 ରାଷ୍ଟ୍ରପତି ଅଭିଯାନରେ ଚୀନ୍ ମଧ୍ୟ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.