ୱାଶିଂଟନ: ଆମେରିକାରେ କୋରୋନା କହର କମିବାର ନାଁ ଧରୁନି । ଦିନକୁ ଦିନ ଏଠାରେ ବିପର୍ଯ୍ୟସ୍ତ ହୋଇପଡୁଛି ସ୍ବାସ୍ଥ୍ୟାବସ୍ଥା । ମୃତ୍ୟୁହାରରେ ହ୍ରାସ ହୋଇଥିଲେ ମଧ୍ୟ ସଂକ୍ରମଣ ବିସ୍ତାରରେ ରୋକ ଲାଗୁନି । ଗୁରୁବାର ଗୋଟିଏ ଦିନରେ 53 ହଜାର ନୂଆ ମାମଲା ସାମ୍ନାକୁ ଆସିଛି । ପ୍ଲୋରିଡାରେ ମଧ୍ୟ ଗୋଟିଏ ଦିନରେ 10,109 ନୂତନ ମାମଲା ଚିହ୍ନଟ ହୋଇଛି ।
ଜନ୍ସ ହପକିନ୍ସର ୟୁନିଭର୍ସିଟିର ରିପୋର୍ଟ ମୁତାବତ, ବିଶ୍ବରେ କୋରୋନା ଦ୍ବାରା ସର୍ବାଧିକ ପ୍ରଭାବିତ ଏବେ ବି ଆମେରିକାରେ ଶୀର୍ଷରେ ରହିଛି । ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 732 ହଜାର 639ରେ ପହଞ୍ଚିଛି । କୋରୋନାରେ 1ଲକ୍ଷ 28 ହଦାର 643 ଜଣଙ୍କ ଜୀବନ ଯାଇଛି । ଯାହା ଅନ୍ୟ ଦେଶର ତୁଳନାରେ ଢେର ଅଧିକା ରହିଛି ।
ଏହି ସମୟରେ, ଟେକ୍ସାସ ଗଭର୍ଣ୍ଣର ଗ୍ରେଗ ଆବୋଟ୍ ଏକ ରାଜ୍ୟସ୍ତରୀୟ ନିର୍ଦ୍ଦେଶ ଜାରି କରି ଟେକ୍ସାନଙ୍କୁ ସର୍ବସାଧାରଣରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ବିଶ୍ବବ୍ୟାପୀ କୋରୋନା ମାମଲା 10,9 35,964 ଛୁଇଁଛି । ସେଥିରୁ ଏଯାବତ 519,818 ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି ।
@ANI