ETV Bharat / international

ଭାରତ-ପ୍ରଶାନ୍ତ ମହାସାଗର ତଟରେ ଆମେରିକୀୟ ବିମାନ ବାହକ ମୁତୟନ ଆରମ୍ଭ - ଆମେରିକୀୟ ବିମାନ ବାହକ

ୟୋକୋସୁକାସ୍ଥିତ ବିମାନ ବାହକ ୟୁଏସଏସ ରୋନାଲ୍ଡ ରେଗନ ରବିବାର ଅଧିକାରୀକ ଭାବେ ଭାରତ-ପ୍ରଶାନ୍ତ ମହାସାଗରୀୟ ତଟରେ ସେନା ମୁତୟନ ଆରମ୍ଭ କରିଛି । ଏନେଇ ଆମେରିକୀୟ ନେଭି ସୂଚନା ଦେଇଛି ।

US aircraft carrier, indo-pacific deployment, ଆମେରିକୀୟ ବିମାନ ବାହକ, ଭାରତ-ପ୍ରଶାନ୍ତ ମହାସାଗର ତଟରେ ମୁତୟନ
ଭାରତ-ପ୍ରଶାନ୍ତ ମହାସାଗର ତଟରେ ଆମେରିକୀୟ ବିମାନ ବାହକ ମୁତୟନ ଆରମ୍ଭ
author img

By

Published : May 25, 2020, 6:42 AM IST

ୱାଶିଂଟନ: ୟୋକୋସୁକାସ୍ଥିତ ବିମାନ ବାହକ ୟୁଏସଏସ ରୋନାଲ୍ଡ ରେଗନ ରବିବାର ଅଧିକାରୀକ ଭାବେ ଭାରତ-ପ୍ରଶାନ୍ତ ମହାସାଗରୀୟ ତଟରେ ସେନା ମୁତୟନ ଆରମ୍ଭ କରିଛି । ଏନେଇ ଆମେରିକୀୟ ନେଭି ସୂଚନା ଦେଇଛି । ପ୍ରାୟ 1000 ଟନରୁ ଉର୍ଦ୍ଧ୍ବ ଅର୍ଡନାନ୍ସ, 5000 କ୍ରିୟୁ ଓ 60ରୁ ଅଧିକ ବିମାନକୁ ବିଦେଶ ନିଆଯାଇ ସେଠାରେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଜଣା ପଡିଛି ।

ସମୂଦ୍ରରେ ଏବେ ବି ଅନେକ କୋରୋନା ପଜିଟିଭ ନାବିକ ଥିବା ବେଳେ ସେମାନଙ୍କୁ ଉଦ୍ଧାର ସମୟକୁ ହ୍ରାସ କରିବା ପାଇଁ କେତେକ ଜାହାଜ ମୁତୟନ କରାଯାଇଛି । ଏହି ଜାହାଜର ଚାଳକମାନେ ଏହି କାର୍ଯ୍ୟ ପାଇଁ ଯିବା ପୂର୍ବରୁ ପର୍ଯ୍ୟାୟକ୍ରମେ ସମସ୍ତ ଆଇନଗତ କାର୍ଯ୍ୟ ଶେଷ କରିଛନ୍ତି । ତେବେ ଲକଡାଉନ କଟକଣା ସମୟରେ ମୁତୟନ ଫୋର୍ସର କାର୍ଯ୍ୟ ହେଉଛି ସ୍ବାସ୍ଥ୍ୟଗତ ହାଲଚାଲ ଜାଣିବା ଓ ସମସ୍ତ ପରିସ୍ଥିତି ଉପରେ କଡା ନଜର ରଖିବା । ସମୂଦ୍ରରେ ନିୟୋଜିତ ଥାଇ ଦେଶ ଉପରେ ନଜର ରଖିବା ହେଉଛି ଏହାର ମୂଳ ଲକ୍ଷ୍ୟ ।

ବ୍ଲୁ ରିଜ ପରି ୟୁଏସଏସ ରୋନାଲ୍ଡ ରେଗନ ମଧ୍ୟ ଖୁବ ଶୀଘ୍ର ନିଜର ବନ୍ଦର ପ୍ରସ୍ତୁତ କରିବା ପାଇଁ ଯୋଜନାରେ ରହିଛି । ତେବେ 22 ଏପ୍ରିଲର ରିପୋର୍ଟ ମୁତାବକ କୋରୋନା ସଂକ୍ରମଣର ପ୍ରଭାବ ଯୋଗୁଁ ପାଖା ପାଖି ଦୁଇ ମାସ ପର୍ଯ୍ୟନ୍ତ ୟୁଏସଏସ ଥିଓଡୋର ରୁଜଭେଲ୍ଟର ଉଡାଣ ବାତିଲ କରାଯାଇଥିଲା ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.