ETV Bharat / international

ଆମେରିକାରେ ପ୍ରବାସୀଙ୍କୁ ନିଯୁକ୍ତି ନାହିଁ! - କୋରୋନା ଆତଙ୍କ

ମାରାତ୍ମକ କୋରୋନା ଭାଇରସ ଆମେରିକାରେ ସର୍ବାଧିକ ବିପଦ ସୃଷ୍ଟି କରିଛି। ଏହି ସମୟରେ ଆମେରିକାର ଲୋକଙ୍କ ଚାକିରୀକୁ ବଞ୍ଚାଇବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ପଦକ୍ଷେପ ନେଇଛନ୍ତି।

trump
ପ୍ରବାସୀଙ୍କ ଉପରେ ଆମେରିକାର ରୋକ
author img

By

Published : Apr 21, 2020, 11:05 AM IST

ୱାସିଂଟନ: ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାକୁ ସର୍ବାଧିକ ବିପଦ ସୃଷ୍ଟି କରିଛି ମାରାତ୍ମକ କୋରୋନା ଭାଇରସ । ଏହି ସଙ୍ମକଟ ସମୟରେ ନିଜ ଦେଶବାସୀଙ୍କ ଚାକିରୀକୁ ବଞ୍ଚାଇବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ପଦକ୍ଷେପ ନେଇଛନ୍ତି । ସ୍ଥାନୀୟ ଲୋକଙ୍କୁ ରୋଜଗାଜାର ଯୋଗାଇ ଦେବା ପାଇଁ ପ୍ରବାସୀଙ୍କ ଉପରେ ରୋକ ଲାଗିବ । ତେବେ ଏହା ସାମୟିକ ଏକା ସାମୟୀକ ବା ଅସ୍ଥାୟୀ କଟକଣା ହେବ ।

ପ୍ରବାସୀଙ୍କ ଉପରେ କଟକଣା ନେଇ ଖୁବଶିଘ୍ର ରାଷ୍ଟ୍ରପତି ଟ୍ରମ୍ପ ଏକ ସ୍ବତନ୍ତ୍ର ଆଦେଶ ସ୍ବାକ୍ଷର କରିବେ । ଏଥିରେ ଇମିଗ୍ରେସନ ଭିସାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଆମେରିକାରେ କୋରୋନା ଯୋଗୁଁ ଆର୍ଥିକ ସଙ୍କଟ ଦେଖା ଦେଲାଣି । ଫଳରେ ସେଠାରେ ରେକର୍ଡ ସଂଖ୍ୟକ ଛଟେଇ ଆରମ୍ଭ ହୋଇଛି । ଅନ୍ୟପଟେ ଗତ ସପ୍ତାହରେ 22 ମିଲିୟନ ଆମେରିକୀୟ ନାଗରିକ ବେରୋଜଗାରୀ ସୁବିଧା ପାଇଁ ଆବେଦନ କରିଥିଲେ ।

ତେବେ ଏହା ଧ୍ୟାନ ଦେବା ଜରୁରୀ ଯେ, ଭାରତୀୟ ଆଇଟି ପ୍ରଫେସନାଲମାନଙ୍କ ମଧ୍ୟରେ ଲୋକପ୍ରିୟ H-1B ଭିସା ହେଉଛି ଏକ ଅଣ-ପ୍ରବାସୀ ଭିସା । ପ୍ରକାଶଥାଉକି, ୱେବସାଇଟ୍ ୱାର୍ଲ୍ଡମିଟର ଅନୁଯାୟୀ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା 7 ଲକ୍ଷ 92 ହଜାର ପାର କରିଥିବା ବେଳେ 42 ହଜାର 514 ଜଣଙ୍କର ମୃତ୍ୟୁ ହୋଇଛି। ତେବେ 72 ହଜାର 389 ଲୋକ ଏହି ମହାମାରୀ ଯୁଦ୍ଧରେ ଜିତିଛନ୍ତି। ବର୍ତ୍ତମାନ 6 ଲକ୍ଷ 77 ହଜାର 856 ଲୋକ ଚିକିତ୍ସିତ ହେଉଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.