ETV Bharat / international

ଆମେରିକାର ଦାବି; 2 ମିଲିୟନ ଲୋକଙ୍କ ସରିଛି କୋରୋନା ଟେଷ୍ଟିଂ - corona testing

ଦକ୍ଷିଣ କୋରିଆକୁ ପଛରେ ପକାଇ ସର୍ବାଧିକ କୋରୋନା ଟେଷ୍ଟ କଲା ଆମେରିକା । ଏନେଇ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

2 ମିଲିୟନ କୋରୋନା ଟେଷ୍ଟଂ କରିଥିବା ଦାବି କଲା ଆମେରିକା

author img

By

Published : Apr 10, 2020, 12:33 PM IST

ୱାଶିଂଟନ: ଶକ୍ତିଶାଳୀ ରାଷ୍ଟ୍ର ଆମେରିକାକୁ ଦୋହଲାଇ ଦେଇଛି କୋଭିଡ-19 । ମହାମାରୀ କୋରୋନାକୁ ହରାଇବାକୁ ଆମେରିକା ପକ୍ଷରୁ ଜାରି ରହିଛି ଟେଷ୍ଟିଂ । ଏଯାବତ 2 ମିଲିୟନ କୋରୋନା ଟେଷ୍ଟ କରାଯାଇଥିବା ନେଇ କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ବହୁ ମାତ୍ରାରେ(mass) ଟେଷ୍ଟିଂକୁ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ହ୍ବାଇଟ ହାଉସରେ କୋରୋନା ଭାଇରସ ଟାସ୍କ ଫୋର୍ସର ନ୍ୟୁଜ୍ ବ୍ରିଫିଂ ସମୟରେ ଟ୍ରମ୍ପ କହିଛନ୍ତି ଯୁକ୍ତରାଷ୍ଟ୍ର ଦୁଇ ଲକ୍ଷ ପରୀକ୍ଷା ସମାପ୍ତ କରିଛି।

ଗତ ମାସରେ ଆମେରିକା ଦକ୍ଷିଣ କୋରିଆକୁ ପଛରେ ପକାଇ ଦେଶର ସର୍ବାଧିକ କୋରୋନା ଟେଷ୍ଟ କରିଛି । ତେଣୁ ଆମେରିକା ପାଇଁ ଏହା ଏକ ବିଜୟ ଭାବି ପାଳନ କରୁଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ତେବେ ଦକ୍ଷିଣ କୋରିଆ କୁଳନାରେ ଆମେରିକାର ମୁଣ୍ଡପିଛା ବହୁତ କମ ପରୀକ୍ଷା କରିଛି କାରଣ ଆମେରିକାର ଜନସଂଖ୍ୟା ଦକ୍ଷିଣ କୋରିଆ ତୁଳନାରେ ଢେର ଅଧିକା ।

କରୋନା ଭାଇରସ୍ ରୋଗୀଙ୍କୁ ଚିହ୍ନଟ କରିବା ଏବଂ ଏହାର ବିସ୍ତାର ପ୍ରସାର ଉପରେ ନଜର ରଖିବା ପାଇଁ ସାରା ଦେଶରେ ପରୀକ୍ଷା ବ୍ୟବସ୍ଥା ଅଭାବରୁ ଟ୍ରମ୍ପ ପ୍ରଶାସନ ବ୍ୟାପକ ସମାଲୋଚନାର ସମ୍ମୁଖୀନ ହୋଇଛି। ଗତ ସପ୍ତାହରୁ ପରୀକ୍ଷାକୁ ତ୍ବରାନ୍ବିତ କରାଯାଇଛି । ତେବେ ପୂର୍ବରୁ ଆକ୍ରମଣାତ୍ମକ ପରୀକ୍ଷଣ ବ୍ୟବସ୍ଥାର ଅଭାବ ଯୋଗୁଁ କୋରୋନା ମାମଲାରେ ଆମେରିକା ବର୍ତ୍ତମାନ ବିଶ୍ୱକୁ ଆଗେଇ ଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.