ୱାଶିଂଟନ: ମହାମାରୀ ମହାମାରୀ କୋରୋନା କବଳରେ ସମଗ୍ର ଆମେରିକା ଅସ୍ତବ୍ୟସ୍ତ ହୋଇପଡିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ ମଧ୍ୟ ଏହି ଭାଇରସରୁ ବର୍ତ୍ତି ପାରିନଥିଲେ । ଆଉ ଏବେ ପୁଅ ଜୁନିୟର ଟ୍ରମ୍ପ କୋଭିଡ ଆକ୍ରାନ୍ତ ହୋଇଛନ୍ତି ।
ଜଣେ ମୁଖପାତ୍ରଙ୍କ ସୂଚନା ଅନୁସାରେ, ଜୁନିୟର ଟ୍ରମ୍ପଙ୍କ ନିକଟରେ କୋରୋନାର କୌଣସି ଲକ୍ଷଣ ନାହିଁ । ତେବେ ଗତ ସପ୍ତାହରେ କୋଭିଡ ଟେଷ୍ଟ କରିବା ପରେ ସେ ଏବେ କ୍ବାରେଣ୍ଟାଇନରେ ରହିଛନ୍ତି । ମେଲାନିଆଙ୍କ ପୁଅ ବାରୁନ ମଧ୍ୟ ଏଥିରେ ପୀଡିତ ହୋଇ ସୁସ୍ଥ ହୋଇସାରିଛନ୍ତି ।
ସୂଚନାଯୋଗ୍ୟ, ଆମେରିକାରରେ ବର୍ତ୍ତମାନ ସୁଦ୍ଧା 1.21 କୋଟି ଲୋକେ ସଂକ୍ରମିତ ହୋଇସାରିଛନ୍ତି । 2 ଲକ୍ଷ 58 ହଜାରରୁ ଅଧିକ ଲୋକେ ପ୍ରାଣ ହାରିସାରିଲେଣି । ଡିସେମ୍ବରରେ ଦୈନିକ 2300 ଓ ଜାନୁଆରୀରେ 2500 ଲୋକେ କୋରୋନା ଜୀବନ ହାରିବେ ବୋଲି ବୌଜ୍ଞାନିକମାନେ ଆଶଙ୍କା ପ୍ରକାଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ