ETV Bharat / international

ୱାଶିଂଟନରେ 15 ଦିନ ପାଇଁ 'ଜରୁରୀକାଳୀନ' ପରିସ୍ଥିତି ଲାଗୁ

author img

By

Published : Jan 7, 2021, 2:01 PM IST

ୱାଶିଂଟନ ଡିସିରେ ପରିସ୍ଥିତି ଅସମ୍ଭାଳ । ୱାଶିଂଟନ୍ ଡିସିର 15 ଦିନ ପାଇଁ ଜୁରୁରୀକାଳୀନ ପରିସ୍ଥିତିକୁ ବୃଦ୍ଧି କରାଯାଇଛି । ଜୋ ବିଡେନ ଯେ ପର୍ଯ୍ୟନ୍ତ ରାଷ୍ଟ୍ରପତି ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି ଜୁରୁରୀକାଳୀନ ପରିସ୍ଥିତି ।

ୱାଶିଂଟନରେ 15 ଦିନ ପାଇଁ 'ଜରୁରୀକାଳୀନ' ପରିସ୍ଥିତି ଲାଗୁ
ୱାଶିଂଟନରେ 15 ଦିନ ପାଇଁ 'ଜରୁରୀକାଳୀନ' ପରିସ୍ଥିତି ଲାଗୁ

ୱାଶିଂଟନ:ୱାଶିଂଟନ ଡିସିରେ ପରିସ୍ଥିତି ଅସମ୍ଭାଳ । ୱାଶିଂଟନ୍ ଡିସିର 15 ଦିନ ପାଇଁ ଜୁରୁରୀକାଳୀନ ପରିସ୍ଥିତିକୁ ବୃଦ୍ଧି କରାଯାଇଛି । ଜୋ ବିଡେନ ଯେ ପର୍ଯ୍ୟନ୍ତ ରାଷ୍ଟ୍ରପତି ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି ଜୁରୁରୀକାଳୀନ ପରିସ୍ଥିତି ।

ନିର୍ବାଚନ ଫଳାଫଳ ଉପରେ ଆମେରିକା ସଂସଦର ବୈଠକ ପୂର୍ବରୁ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶତାଧିକ ସମର୍ଥକମାନେ କ୍ୟାପିଟାଲ ବିଲ୍ଡିଂରେ ପ୍ରବେଶ କରିବାକୁ ଉଦ୍ୟମ କରିବା ପରେ ସ୍ଥିତି ଅତି ଭୟଙ୍କର ହୋଇପଡିଥିଲା । ଟ୍ରମ୍ପ ସମର୍ଥକ ଓ କ୍ୟାପିଟାଲ ପୋଲିସ ମଧ୍ୟରେ ସଂଘର୍ଷ ଫଳରେ ଏବେ 4 ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ଏବେ ୱାଶିଂଟନ ଡିସି ମେୟର ଦେଶରେ 15 ପର୍ଯ୍ୟନ୍ତ ଜରୁରୀକାଳିନ ସ୍ଥିତି ଘୋଷଣା କରିଛନ୍ତି । ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ଆସନ୍ତା ଜାନୁଆରୀ 20ରେ ଶପଥ ନେବାକୁ ଥିବା ବେଳେ 21 ପର୍ଯ୍ୟନ୍ତ ଏହି ଜରୁରୀକାଳୀନ ପରିସ୍ଥିତି ବଳବତ୍ତର ରହିବ ।

ସେପଟେ ଶତାଧିକ ବିକ୍ଷୋଭକାରୀ ସୁରକ୍ଷା ଉଲ୍ଲଂଘନ କରି କ୍ୟାପିଟାଲ ବିଲଡିଂରେ ପ୍ରବେଶ କରିବା ଯୋଗୁଁ ଆମେରିକାର ଆଇନଜୀବୀମାନେ ଇଲେକ୍ଟୋରାଲ କଲେଜ ଭୋଟ୍ ଗଣିବା ଏବଂ ପ୍ରମାଣୀକରଣ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି । ଉପରାଷ୍ଟ୍ରପତି ମାଇକ ପେନ୍ସ ଏବଂ ସାଂସଦମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.