ETV Bharat / international

ୱାଶିଂଟନ ହିଂସା:ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି, 52 ଗିରଫ

author img

By

Published : Jan 7, 2021, 8:31 AM IST

Updated : Jan 7, 2021, 11:09 AM IST

ନିର୍ବାଚନ ଫଳାଫଳ ଉପରେ ଆମେରିକା ସଂସଦର ବୈଠକ ପୂର୍ବରୁ ହ୍ବାଇଟ ହାଉସ ଏବଂ ଆମେରିକାର କ୍ୟାପିଟାଲ ବିଲ୍ଡିଂରେ ଟ୍ରମ୍ପ ସମର୍ଥକଙ୍କ ଜୋରଦାର୍‌ ହଙ୍ଗାମା । ଗୁଳି ଚାଳନାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଆଉ ତିନି ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ କ୍ୟାପିଟାଲ ପୋଲିସ ଏବେ ସୁଦ୍ଧା 52 ବିକ୍ଷୋଭକାରୀଙ୍କୁ ଗିରଫ କରିଛି । ସେପଟେ ଘଟଣାର ତୀବ୍ର ନିନ୍ଦା କରିଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ । ଏହି ସଂଘର୍ଷ ଦେଶଦ୍ରୋହ ସହ ସମାନ ବୋଲି କହିଛନ୍ତି ବିଡେନ ।

ରାଷ୍ଟ୍ରପତି ନିର୍ବାଚନ ତାତି;  ୱାଶିଂଟନରେ ହିଂସା, କର୍ଫ୍ୟୁ ଜାରି

ୱାଶିଂଟନ: ନିର୍ବାଚନ ଫଳାଫଳ ଉପରେ ଆମେରିକା ସଂସଦର ବୈଠକ ପୂର୍ବରୁ ହ୍ବାଇଟ ହାଉସ ଏବଂ ଆମେରିକାର କ୍ୟାପିଟାଲ ବିଲ୍ଡିଂରେ ଟ୍ରମ୍ପ ସମର୍ଥକଙ୍କ ଜୋରଦାର୍‌ ହଙ୍ଗାମା । କ୍ୟାପିଟାଲ ବିଲ୍ଡିଂ ସୁରକ୍ଷା ସୀମା ଧସେଇ ପସିଲେ ବିକ୍ଷୋଭକାରୀ । ଫଳରେ କ୍ୟାପିଟାଲ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଫଳରେ ସମଗ୍ର ୱାଶିଂଟନରେ କର୍ଫ୍ୟୁ ଲାଗୁ କରାଯାଇଛି । ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯିବା ସହ ଏବେ ସୁଦ୍ଧା 52 ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ପୋଲିସ । ସେପଟେ ଏହି ସଂଘର୍ଷରେ ମୃତ୍ୟୁ ସଂଖ୍ୟା 4 କୁ ବୃଦ୍ଧି ପାଇଛି ।

ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ସମୟରେ ଗୁଳି ଚାଳନାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଆନ୍ଦୋଳନରେ ଧସ୍ତାଧସ୍ତି ସମୟରେ ଅନେକ ଗୁରୁତର ମେଡିକାଲରେ ଭର୍ତ୍ତି ହୋଇଥିଲେ । ମେଡିକାଲରେ ଆଉ ତିନି ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ 24 ଘଣ୍ଟା ପାଇଁ ଟ୍ରମ୍ପଙ୍କ ଫେସବୁକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହାପରେ ଟ୍ୱିଟର ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ୧୨ ଘଣ୍ଟା ପାଇଁ ବ୍ଲକ କରିଛି । ସମସ୍ତ ଭିଡିଓ ଓ ଫେସବୁକ ପୋଷ୍ଟ ଗୁଡିକୁ ୟୁଟ୍ୟୁବ, ଟ୍ବିଟର ଓ ଫେସବୁକରୁ ହଟାଇ ଦିଆଯାଇଛି ।

ଆଉ ଦିନ କେଇଟା ପରେ ଦାୟିତ୍ବ ନେବେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ । ଏହା ପୂର୍ବରୁ ବୁଧବାର ସନ୍ଧ୍ୟାରେ ୱାଶି୍‌ଟନ ଡିସିରେ ହିଂସାତ୍ମକ ପରିସ୍ଥିତି ଉପୁଜିଛି । ଡେମୋକ୍ରାଟ ନେତା ଜୋ ବିଡେନଙ୍କ ବିଜୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଟ୍ରମ୍ପ ସମର୍ଥକ । ବାରମ୍ବାର ନିର୍ବାଚନ ଫଳାଫଳକୁ ବିରୋଧ କରି ବିକ୍ଷୋଭ କରୁଥିବା ବେଳେ ଟ୍ରମ୍ପ ବାରମ୍ବାର ନିର୍ବାଚନରେ ଜାଲିଆତି ହୋଇଥିବା ନେଇ ଅଭିଯୋଗ କରିଆସୁଛନ୍ତି ।

ସେପଟେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ଆମେରିକା ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ । ସେ କହିଛନ୍ତି ଯେ ମୁଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କ ଶପଥ ପୂରଣ କରିବାକୁ ଏବଂ ସମ୍ବିଧାନର ସୁରକ୍ଷା କରିବାକୁ ଆହ୍ବାନ କରୁଛି । ଏହି ଅବରୋଧକୁ ଶେଷ କରିବାକୁ ଦାବି କରୁଛି । କ୍ୟାପିଟାଲ ବିଲ୍ଡିଂ ସାମନାରେ ହୋଇଥିବା ଏହି ସଂଘର୍ଷ ଦେଶଦ୍ରୋହ ସହ ସମାନ ବୋଲି କହିଛନ୍ତି ବିଡେନ ।

Last Updated : Jan 7, 2021, 11:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.