ଜେନେଭା: କୋରୋନାରେ ସୁସ୍ଥ ହୋଇ ଫେରିଥିବା ରୋଗୀ ପୁଣିଥରେ ଯେ କୋରୋନା ଆକ୍ରାନ୍ତ ହେବେ ନାହିଁ ତାହାର କୌଣସି ପ୍ରମାଣ ମିଳିନାହିଁ ବୋଲି ଶନିବାର ଟ୍ବିଟ କରିଥିଲା ବିଶ୍ବ ସ୍ଥାସ୍ଥ୍ୟ ସଙ୍ଗଠନ । ହେଲେ ଏହାପରେ ଏହି ଟ୍ବିଟକୁ ଡିଲିଟ କରିଛି ଡବ୍ଲ୍ୟୁଏଚଓ ।
ସୂଚନାନୁଯାୟୀ, ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନର ଏହି ଟ୍ବିଟକୁ କୋଟ କରି ଆମେରିକା ଓ ମେରିଲ୍ୟାଣ୍ଡର ଇନଫେକ୍ଟିୟସ ଡେଲିୟୁଜର ମୁଖ୍ୟ ଫୟମି ୟୋନୁସ ଟ୍ବିଟ କରି କହିଥିଲେ ଯେ ଲୋକଙ୍କୁ ବିନା କାରଣରେ ଭୟଭୀତ କରାନ୍ତୁ ନାହିଁ । ଭାଇରାଲ୍ ସଂକ୍ରମଣରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଥିବା ରୋଗୀମାନେ ସାଧାରଣତଃ ରୋଗ ପ୍ରତିରୋଧକ ଶକ୍ତି ପ୍ରତିରୋପଣ କରନ୍ତି । ଏହି ରୋଗ ପ୍ରତିରୋଧକ ମାସ କି ବର୍ଷ ପର୍ଯ୍ୟନ୍ତ ଶରୀରରେ ରହିପାରେ । ତେଣୁ ଲୋକଙ୍କୁ ବିନାକାରଣରେ ଭୟଭୀତ କରନ୍ତୁ ନାହିଁ । ଡାକ୍ତରଙ୍କ ଟ୍ୱିଟର କିଛି ସମୟ ପରେ WHO ଏହାର ଟ୍ୱିଟକୁ ଡିଲିଟ କରିଥିଲା ।