ETV Bharat / international

ଆମେରିକାରେ ଥମୁନି କୋରୋନା ଝଡ, 24 ଘଣ୍ଟାରେ 63 ହଜାର ପଜିଟିଭ ରିପୋର୍ଟ - 63 thousands corona positive reports in usa

ଚୀନର ଉହାନରୁ ବ୍ୟାପିଥିବା ମହାମାରୀ କୋରୋନା ଭାଇରସରେ ବିଶ୍ବର ସବୁଠୁ ଅଧିକ ପ୍ରଭାବିତ ଦେଶ ହେଉଛି ଆମେରିକା । ଯେଉଁଠି ପ୍ରତ୍ୟେକ ଦିନ ଭୟଙ୍କର ଭାବେ ସଂକ୍ରମଣ ସଂଖ୍ୟା ରିପୋର୍ଟ ହେଉଛି । ଅଧିକ ପଢନ୍ତୁ...

ଆମେରିକାରେ ଥମୁନି କୋରୋନା ଝଡ, 24 ଘଣ୍ଟାରେ 63 ହଜାର ପଜିଟିଭ ରିପୋର୍ଟ

author img

By

Published : Jul 20, 2020, 10:30 AM IST

ଓ୍ବାଶିଂଟନ: କ୍ରମାଗତ ଭାବେ ଆମେରିକାରେ ଗତ 14 ଦିନ ଧରି 50 ହଜାରରୁ ଅଧିକ କୋରୋନା ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ଏନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଏହା ଉପରେ ଯଦି ଆବଶ୍ୟକ ପଦକ୍ଷେପ ନିଆନଯାଏ ତେବେ ଶୀଘ୍ର ଦେଶରେ ଏକ ଲକ୍ଷରୁ ଅଧିକ ମାମଲା ଆସିପାରେ।

ଜନ ହପକିନ୍ସ ୟୁନିଭର୍ସିଟି ରିପୋର୍ଟ ମୁତାବିକ, ଆମେରିକାରେ ଗତ 24 ଘଣ୍ଟାରେ 63 ରୁ ଉର୍ଦ୍ଧ୍ବ ପଜିଟିଭ ମାମଲା ରିପୋର୍ଟ ହୋଇଛି । ଏଥିରେ 392 ଆକ୍ରାନ୍ତଙ୍କର ଜୀବନ ଯାଇଛି । ଯାହା ଗତ 2 ସପ୍ତାହ ଧରି ଦେଶରେ ପ୍ରତ୍ୟେକ ଦିନ କୋରୋନା ସଂକ୍ରମଣ ସଂଖ୍ୟା ଦ୍ବିଗୁଣ ବୃଦ୍ଧି ପାଇଛି । ଆମେରିକାରେ ପରେ ବ୍ରାଜିଲରେ ସର୍ବାଧିକ ପଜିଟିଭ ରିପୋର୍ଟ ହେଉଥିବାବେଳେ, ତୃତୀୟ ସ୍ଥାନରେ ଭାରତ ରହିଛି ।

ତେବେ ସୋମବାର ସକାଳ ସୁଦ୍ଧା ଦେଶରେ ମୋଟ 37 ଲକ୍ଷ 73 ହଜାର 206ଟି ସଂକ୍ରମଣ ମାମଲା ରିପୋର୍ଟ ହୋଇଛି । ଯେଉଁଥିରେ 1 ଲକ୍ଷ 40 ହଜାର 534 ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । 18 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି । ମୋଟ 19 ଲକ୍ଷ 51 ହଜାରରୁ ଅଧିକ ସଂକ୍ରମିତ ଏବେ ଚିକିତ୍ସାଧୀନ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.