ETV Bharat / international

ଆମେରିକାରେ 280,000 ଶିଶୁ କୋରୋନା ସଂକ୍ରମିତ - 280,000 children in US contracted coronavirus

ମହାମାରୀ କାଳରେ ସର୍ବାଧିକ କ୍ଷତିଗ୍ରସ୍ତ ଦେଶ ହେଉଛି ଆମେରିକା। ଦେଶରେ ମାର୍ଟ୍ଟ ମାସରୁ ଏବେ ପର୍ଯ୍ୟନ୍ତ 280,000 ଶିଶୁ କୋରୋନା ସଂକ୍ରମିତ ହୋଇଛନ୍ତି। ଦେଶରେ ସର୍ବମୋଟ ୨ ଲକ୍ଷ ୯ ହଜାର ୪୫୩ ଜଣଙ୍କର ମୃତ୍ୟୁ ହୋଇଛି ।

ଆରମ୍ଭ ହେବା ଦିନରୁ ଆମେରିକାରେ 280,000 ଶିଶୁ କୋରୋନା ସଂକ୍ରମିତ

author img

By

Published : Sep 29, 2020, 9:05 AM IST

ୱାସିଂଟନ୍: ମହାମାରୀ କାଳରେ ସର୍ବାଧିକ କ୍ଷତିଗ୍ରସ୍ତ ଦେଶ ହେଉଛି ଆମେରିକା। ଆରମ୍ଭ ହେବା ଦିନରୁ ସଂକ୍ରମଣ ତାଲିକାର ପ୍ରଥମ ସ୍ଥାନକୁ ବଜାୟ ରଖିଛି ଏହି ଶକ୍ତିଶାଳୀ ଦେଶ।

ଏବେ ସୁଦ୍ଧା ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା 2 ଲକ୍ଷ ପାର କରିଥିବା ବେଳେ ଆସିଥିବା ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଦେଶରେ ମାର୍ଟ୍ଟ ମାସରୁ ଏବେ ପର୍ଯ୍ୟନ୍ତ 280,000 ଶିଶୁ କୋରୋନା ସଂକ୍ରମିତ ହୋଇଛନ୍ତି।

ମାର୍ଚ୍ଚ ମାସରୁ ପିଲାମାନଙ୍କ ମଧ୍ୟରେ 277,285 ମାମଲା ରୁଜୁ ହୋଇଛି ବୋଲି ସିଡିସି କହିଛି। "ଯଦିଓ ସ୍କୁଲ ବୟସର ପିଲାମାନଙ୍କ ମୃତ୍ୟୁହାର ଏବଂ ଡାକ୍ତରଖାନାରେ ଭର୍ତ୍ତି କମ୍ ଥିଲା।

ହସ୍ପିଟାଲରେ ଭର୍ତ୍ତି ହୋଇଥିବା କିମ୍ବା ଆଇସିୟୁରେ ଭର୍ତ୍ତି ହୋଇଥିବା ପିଲାମାନଙ୍କ ମଧ୍ୟରେ କୃଷ୍ଣକାୟ, ଗରିବ ଶ୍ରେଣୀ ପିଲାଙ୍କ ସଂଖ୍ୟା ଅଧିକ ରହିଛି। ସେହିପରି ବିଦ୍ୟାଳୟରେ ପଢୁଥିବା ପିଲାଙ୍କ ମଧ୍ୟରେ ଅନେକ ଲକ୍ଷଣ ଅସ୍ବାଭାବିକ ରହିଛି।

ଯୁକ୍ତରାଷ୍ଟ୍ର ଆମେରିକାରେ ୭୩ ଲକ୍ଷ ୨୧ ହଜାର ୩୪୩ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୯ ହଜାର ୪୫୩ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୪୫ ଲକ୍ଷ ୬୦ ହଜାର ୪୫୬ ଜଣ ସୁସ୍ଥ ହୋଇଥିବା ବେଳେ ୨୫ ଲକ୍ଷ ୫୧ ହଜାର ୪୩୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୪ ହଜାର ୧୩୦ ଜଣ ଗୁରୁତର ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.