ETV Bharat / international

ଛାତ୍ର ଭିସା ପ୍ରତ୍ୟାହାର କଲା ଆମେରିକା

author img

By

Published : Jul 7, 2020, 8:27 AM IST

ଛାତ୍ର ଭିସା ପ୍ରତ୍ୟାାହାର କରିବାରୁ ଆମେରିକା ପ୍ରଶାସନର ନିଷ୍ପତ୍ତି । ଅନଲାଇନରେ ପାଠପଢୁ ଥିବା ଛାତ୍ରଛାତ୍ରୀଙ୍କୁ ଛାଡିବାକୁ ପଡିବ ଆମେରିକା । ଅଧିକ ପଢନ୍ତୁ...

ବିଦେଶୀ ଛାତ୍ରଙ୍କ ଛାତ୍ର ଭିସା ପ୍ରତ୍ୟାହାର କଲା ଆମେରିକା

ୱାଶିଂଟନ: ଛାତ୍ର ଭିସା ନେଇ ଆମେରିକା ଯାଉଥିବା ଛାତ୍ରଛାତ୍ରୀଙ୍କୁ ବଡ ଝଟକା । ଏଚ-1 ବି ଭିସା ରଦ୍ଦ ପରେ ଛାତ୍ର ଭିସା ଉପରେ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଲା ଆମେରିକା ପ୍ରଶାସନ । ଏମାନେ ସେହି ଛାତ୍ରଛାତ୍ରୀ ଯେଉଁମାନେ କୋରୋନା ସଂକ୍ରମଣ ସମୟରେ ଅନ-ଲାଇନ ମାଧ୍ୟମରେ କ୍ଲାସ କରୁଛନ୍ତି । ସେମାବାର ଛାତ୍ର ଭିସା ପ୍ରତ୍ୟାହାର ନେଇ ଘୋଷଣା କରାଯାଇଛି ।

ଏକ ରିପୋର୍ଟ ମୁତାବକ, ଆବ୍ରଜନ ଓ ସୀମା ଶୁଳ୍କ ପ୍ରବର୍ତ୍ତନ(ଇମଗ୍ରେସନ ଆଣ୍ଡ କଷ୍ଟମ୍ସ ଏନଫୋର୍ସମେଣ୍ଟ) ପକ୍ଷରୁ କୁହାଯାଇଛି, ଆମେରିକାରେ ଛାତ୍ର ଭିସା ଉପରେ କୌଣସି ଆଡମିଶନ ମିଳିବ ନାହିଁ ।

ଆଇସିଇ ପକ୍ଷରୁ କୁହାଯାଇଛି, ଛାତ୍ର ଭିସା ମାଧ୍ୟମରେ ଆମେରିକାକୁ ପାଠ ପଢିବାକୁ ଯାଉଥିବା ବିଦେଶ ଛାତ୍ର, ଯେଉଁମାନେ କେବଳ ଅନଲାଇନ ମାଧ୍ୟମରେ କଲାସ କରୁଛନ୍ତି ସେମାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସେମାନଙ୍କୁ ତୁରନ୍ତୁ ଆମେରିକା ଛାଡିବାକୁ ପଡିବ ।

ହୋମେଲ୍ୟାଣ୍ଡ ସୁରକ୍ଷା ବିଭାଗର ତଥ୍ୟ ଅନୁଯାୟୀ, ବର୍ତ୍ତମାନ 1.1 ମିଲିୟନରୁ ଅଧିକ ବିଦେଶୀ ଛାତ୍ର ସକ୍ରିୟ ଛାତ୍ର ଭିସା ପାଇଛନ୍ତି। ICE ଅନୁଯାୟୀ, F-1 ଛାତ୍ରମାନେ ଏକାଡେମିକ ପାଠ୍ୟକ୍ରମ କାର୍ଯ୍ୟରେ ନିୟୋଜିତ ଥିବାବେଳେ M-1 ଛାତ୍ରମାନେ 'ଧନ୍ଦାମୂଳକ ପାଠ୍ୟକ୍ରମ' କରନ୍ତି ।

ପୂର୍ବରୁ ଏଚ-1 ବି ଭିସାକୁ ରଦ୍ଦ କରିସାରିଛି ଆମେରିକା । ଯେଉଁଥିରେ ଆମେରିକାରେ କାର୍ଯ୍ୟରତ 5ଲକ୍ଷରୁ ଅଧିକ ପ୍ରବାସୀଙ୍କ ଉପରେ ପ୍ରଭାବ ପକାଇଛି । ଆମେରିକାର ଏହି ନିଷ୍ପତ୍ତିର ଗୋଟିଏ ଦିନ ପରେ ଭାରତର ମାର୍କେଟକୁ ଡାଉନ କରିଥିଲା । ସୂଚନାଯୋଗ୍ୟ, ଆମେରିକାରେ କୋରୋନା ସଂକ୍ରମଣ ପାଇଁ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡିଛି । ଲକ୍ଷ ଲକ୍ଷ ବେକାରୀ ସୃଷ୍ଟି ହୋଇଛନ୍ତି । ଯାହାର ପ୍ରଭାବରେ ଆମେରିକା ଏଚ-1 ବି ଭିସା କୁ ରଦ୍ଦ କରିଛି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.