ETV Bharat / international

ବିଶ୍ବରେ କୋରୋନା ତାଣ୍ଡବ, ଆଜି ଆମେରିକାରେ ପୁଣି ଗଡିଲା 1500 ଜୀବନ

ଦିନକୁ ଦିନ ସ୍ଥିତି ଆମରିକାରେ ସ୍ଥିତି ସଙ୍ଘୀନ ହେବାରେ ଲାଗିଛି । ବିଶ୍ବର ସବୁଠାରୁ ଶକ୍ତିଶାଳୀରେ ଏବେ ପ୍ରତିଦିନ ମୃତକଙ୍କ ସଂଖ୍ୟା 15 ଶହ ଉପରେ ରହୁଛି । ଅଧିକ ପଢନ୍ତୁ...

author img

By

Published : Apr 14, 2020, 9:58 AM IST

ବିଶ୍ବରେ କୋରୋନା ତାଣ୍ଡବ, ଆଜି ଆମେରିକାରେ ପୁଣି ଗଡିଲା 15 ଶହ ଜୀବନ

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶକୁ ଛାରଖାର କରି ଦେବାକୁ ବସିଛି କିଲର କୋରୋନା । ଆଜି ପୁଣି ଏଠି ଗଡିଲା 15ଶହ ଲୋକଙ୍କ ଜୀବନ । ଆମେରିକା ଏବେ କୋରୋନାର ହଟସ୍ପଟ ବୋଲି କୁହାଯାଉଛି ।

ବିଶ୍ବର ମୃତ୍ୟୁହାର ହେଉ କି ସଂକ୍ରମିତଙ୍କ ସଂଖ୍ୟା ଆମେରିକା ସବୁଠାରେ ଆଗରେ ରହିଛି । ଏହି ଦେଶର ନ୍ୟୁୟର୍କରେ ଭାଇରସ ଦ୍ବାରା ମୃତ୍ୟୁ ସଂଖ୍ୟା 10 ହଜାରରୁ ଊର୍ଦ୍ଧ୍ବରେ ପହଞ୍ଚିବା ସହ 2 ଲକ୍ଷ ସଂକ୍ରମିତ ହୋଇଛନ୍ତି । ଗତ 24 ଘଣ୍ଟାରେ କୋରୋନା ଆମେରିକାରେ 1509 ଜଣ ପ୍ରାଣ ହାରିଛନ୍ତି । ରବିବାର ଏଠାରେ 1528 ଜୀବନ ଯାଇଛି । ତେବେ ବର୍ତ୍ତମାନ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 23 ହଜାର 640ରେ ପହଞ୍ଚିଯାଇଛି । ସଂକ୍ରମିତଙ୍କ ସଂଖ୍ୟା 5,86,941କୁ ବୃଦ୍ଧି ପାଇବା ପରେ ଉଦବେଗଜନକ ପରିସ୍ଥିତି ଉପୁଜିଛି ।

ସେହିପରି ୟୁରୋପୀୟ ଦେଶରେ ମଧ୍ୟ କୋରୋନାର କଳା ବାଦଳ ଘୋଡେଇ ହୋଇ ରହିଛି । ଇଟାଲୀରେ କୋରୋନା 20 ହାଜର 465ଙ୍କ ଜୀବନ ନେଇଛି । 159,516 ଜଣ ସୁସ୍ଥ ହେଲେଣି । ବ୍ରିଟେନରେ ରବିବାର ମଧ୍ୟାହ୍ନ ସୁଦ୍ଧା 717 ଜଣ ଜୀବନ ଗଲା ପରେ 11 ହଜାର 329ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା । ଫ୍ରାନ୍ସରେ 14 ହଜାର 967 ମୃ୍ତ,ସ୍ପେନରେ 17 ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ନେଇଛି ଏହି କାଳ ରୂପୀ କୋରୋନା । ସେପଟେ, ଇରାନରେ ଧୀରେ ଧୀରେ ହ୍ରାସ ପାଉଛି ସଂକ୍ରମିତଙ୍କ ସଂଖ୍ୟା ।

ବର୍ତ୍ତମାନ ସୁଦ୍ଧା ବିଶ୍ବବ୍ୟାପୀ କୋରୋନା ମାମଲା 19,25,138 ରହିବା ସହ 119,699 ମୃତକଙ୍କ ଜୀବନ ଯାଇଛି । ସେଥିମଧ୍ୟରୁ 445,007 ସୁସ୍ଥ ହେଲେଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.