ସାନ ଫ୍ରାନ୍ସିସ୍କୋ: ବୃହତ ସ୍ତରରେ ଉଦ୍ୟୋଗମାନଙ୍କୁ ଡାଟା ସ୍କେଲ ଯୋଗାଉଥିବା ଆଗଧାଡିର ପ୍ରୋଭାଇଡର ଏଡିଆରଏମକୁ ଅଧିଗ୍ରହଣ କରିଛି ମାଇକ୍ରୋସଫ୍ଟ କମ୍ପାନୀ । ଶୁକ୍ରବାର ଏନେଇ ବିଧିବଦ୍ଧ ଘୋଷଣା କରିଛି ଟେକ ଜାଏଣ୍ଟ ମାଇକ୍ରୋସଫ୍ଟ । ତଥ୍ୟର ବ୍ଲୁପ୍ରିଣ୍ଟ ପାଇଁ ବିଶ୍ବବ୍ୟାପୀ ଅନେକ କମ୍ପାନୀ ଏଡିଆରଏମ ଉପରେ ନିର୍ଭରଶୀଳ ରହିଥିବା ବେଳେ ଏହା ଏବେ ମାଇକ୍ରୋସଫ୍ଟ ଅଧିନରେ ପରିଚାଳିତ ହେବା ନେଇ ଜଣାପଡିଛି ।
ଉତ୍ତର କ୍ୟାରୋଲିନାସ୍ଥିତ ଏଡିଆରଏମର ଇଣ୍ଡଷ୍ଟ୍ରି ଡାଟା ମଡେଲ ବିଗତ ଅନେକ ଦଶନ୍ଧି ହେବ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନକୁ ସାହାଯ୍ୟ କରିଆସିଛି । ତେବେ ଇଣ୍ଡଷ୍ଟ୍ରି ଡାଟା ମଡେଲ ଗୋଟିଏ କମ୍ପାନୀର କାର୍ଯ୍ୟଶୈଳୀକୁ ଅଧିକ ମାର୍ଜିତ କରିବା ସହ ଏହାର ବ୍ୟାବସାୟିକ ଦୃଷ୍ଟିକୋଣକୁ ବଜାରରେ ଅଧିକ ସ୍ପଷ୍ଟ କରିଥାଏ । ଏହାଏକ ଇଣ୍ଟିଗ୍ରେଡେଟ ବା ଜଟିଳ ପ୍ରକ୍ରିୟା ହୋଇଥିବା ବେଳେ ଏହାକୁ ଅତି ଯତ୍ନ ଓ ଦାୟିତ୍ବର ସହ ପ୍ରସ୍ତୁତ କରିବା ପାଇଁ ଏଡିଆରଏମ ବେଶ ଜଣାଶୁଣା ।
ତେବେ ଭବିଷ୍ୟତ ପୀଢିର ଆବଶ୍ୟକତାକୁ ନଜରରେ ରଖି ମାଇକ୍ରୋସଫ୍ଟ ଡାଟା ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ବ୍ୟାପକ ପୁଞ୍ଜି ନିବେଶ କରୁଥିବା ଦେଖିବାକୁ ମିଳିଛି । ଏହାର ବ୍ୟବହାରର ମାଇକ୍ରୋସଫ୍ଟ ଅନେକ ଆଧୁନିକ ଟେକ୍ନୋଲୋଜି ପ୍ରସ୍ତୁତ କରିବା ପାଇଁ ମନ ବଳାଇଛି ।
@IANS