ନୂଆଦିଲ୍ଲୀ: ''ନକରି ଗୈ, ୱର ଛୋକରି ଭି ଗୈୟି'' ଏହି ଉକ୍ତି ଏଠି ଏଥିପାଇଁ ପ୍ରଜୁଯ୍ୟ କାରଣ ସମ ଦଶା ଦେଇ ଗତି କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କାରଣ ବାଇଡେନ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଟ୍ରମ୍ପଙ୍କ ହାତରୁ ଧୀରେ ଧୀରେ ଖସୁଛନ୍ତି ଧର୍ମପତ୍ନୀ ମେଲାନିଆ।
-
If “I’m over it” were a person. pic.twitter.com/CLA8WucyXX
— The Lincoln Project (@ProjectLincoln) January 21, 2021 " class="align-text-top noRightClick twitterSection" data="
">If “I’m over it” were a person. pic.twitter.com/CLA8WucyXX
— The Lincoln Project (@ProjectLincoln) January 21, 2021If “I’m over it” were a person. pic.twitter.com/CLA8WucyXX
— The Lincoln Project (@ProjectLincoln) January 21, 2021
ନିଜର ନୂତନ ଠିକଣାକୁ ଫ୍ଲୋରିଡାକୁ ବିମାନ ଅଭିମୁଖେ ଯିବା ପୂର୍ବରୁ ଏପରି କିଛି ଝଲକ ଦେଖିବାକୁ ମିଳିଛି। ଶେଷ ଥର ପାଇଁ ଟ୍ରମ୍ପ ବିଦାୟ ନେବା ବେଳେ ଗଣମାଧ୍ୟମ ସାମ୍ମନାରେ ଛିଡା ହୋଇ ବାଏ ବାଏ କରିଥିଲେ। ହେଲେ ଟ୍ରମ୍ପଙ୍କ ସହ ପୋଜ ଦେଇନଥିଲେ ମେଲାନିଆ। ନିଜେ ଏକା ଏକା ଆଗକୁ ଚାଲିଯାଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଟ୍ବିଟରେ ସେନସେସନ ପାଲଟିଛି।
-
After 4 long years, @MELANIATRUMP can finally smile again! Nature is healing. pic.twitter.com/bRNoR5PBrh
— 🌸Sleepy Moogle🌸 (@BaileysComet_xo) January 22, 2021 " class="align-text-top noRightClick twitterSection" data="
">After 4 long years, @MELANIATRUMP can finally smile again! Nature is healing. pic.twitter.com/bRNoR5PBrh
— 🌸Sleepy Moogle🌸 (@BaileysComet_xo) January 22, 2021After 4 long years, @MELANIATRUMP can finally smile again! Nature is healing. pic.twitter.com/bRNoR5PBrh
— 🌸Sleepy Moogle🌸 (@BaileysComet_xo) January 22, 2021
ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ଶୋଚନୀୟ ପରାଜୟ ପରେ ମେଲାନିଆ ତାଙ୍କୁ ଛାଡପତ୍ର ଦେବାର ଗୁଜବ ସାମ୍ମନାକୁ ଆସିଥିଲା। ଯାହାକୁ ଆଖି ଆଗରେ ରଖି ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ୟୁଜର୍ସ ଟ୍ବିଟ ଓ କମେଣ୍ଟର ବର୍ଷା କରିଛନ୍ତି।
ଗତ କିଛି ମାସ ତଳେ ଏକ ଖବର ଶୁଣିବାକୁ ମିଳିଥିଲା ଯେ ଟ୍ରମ୍ପଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ହିଁ ଏହି ଦମ୍ପତି ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ହ୍ବାଇଟ ହାଉସ୍ ଆଉ ସେମାନଙ୍କ ବାସସ୍ଥାନ ନୁହେଁ। ଯେଉଁଥିପାଇଁ ମେଲାନିଆ ଖୁବ୍ ଶୀଘ୍ର ଟ୍ରମ୍ପଙ୍କୁ ଛାଡପତ୍ର ଦେବା ପାଇଁ ଆବେଦନ କରିବେ।
ଏମିତି କୁହାଯାଉଥିଲା ଯେ ଟ୍ରମ୍ପଙ୍କ ହ୍ବାଇଟ ହାଉସରୁ ବାହାରିବାକୁ ମେଲାନିଆ ଅପେକ୍ଷା କରିଛନ୍ତି ଓ ପ୍ରତ୍ୟେକ ମିନିଟ ଗଣନା କରୁଛନ୍ତି ଯାହାଫଳରେ ତାଙ୍କୁ ଛାଡପତ୍ର ଦେଇ ପାରିବେ'।