ନ୍ୟୁୟର୍କ: ନ୍ୟୁୟର୍କରେ ଗାନ୍ଧିଙ୍କୁ ଅପମାନ କରିବା ଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଆମେରିକାର ନ୍ୟୁୟର୍କ ସ୍ଥିତ ମ୍ୟାନହେଟନରେ ଗତକାଲି(ଶନିବାର) କିଛି ଅସାମାଜିକ ବ୍ୟକ୍ତି ୮ଫୁଟ ଉଚ୍ଚାର ମହାତ୍ମା ଗାନ୍ଧୀଙ୍କ କାଂସ୍ୟ ପ୍ରତିମାକୁ ଭଙ୍ଗାରୁଜା କରିଛନ୍ତି । ଏହି ଘଟଣାକୁ ଆମେରିକାରେ ଥିବା କନସୁଲେଟ ଜେନେରାଲ ନିନ୍ଦା କରିଛନ୍ତି । ଏହି ଘଟଣା ସଂପର୍କରେ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଯାଇଛି ବୋଲି କନସୁଲେଟ ଜେନେରାଲ ସୂଚନା ଦେଇଛନ୍ତି ।
-
On Mahatma Gandhi statue in New York City being defaced:@MEAIndia @IndianEmbassyUS @DrSJaishankar @NYCMayor @NYPDPC @globalnyc pic.twitter.com/Sr0Q2RQIWn
— India in New York (@IndiainNewYork) February 5, 2022 " class="align-text-top noRightClick twitterSection" data="
">On Mahatma Gandhi statue in New York City being defaced:@MEAIndia @IndianEmbassyUS @DrSJaishankar @NYCMayor @NYPDPC @globalnyc pic.twitter.com/Sr0Q2RQIWn
— India in New York (@IndiainNewYork) February 5, 2022On Mahatma Gandhi statue in New York City being defaced:@MEAIndia @IndianEmbassyUS @DrSJaishankar @NYCMayor @NYPDPC @globalnyc pic.twitter.com/Sr0Q2RQIWn
— India in New York (@IndiainNewYork) February 5, 2022
ଏହାସହ ଦୂତାବାସ ଆମେରିକା ବୈଦେଶିକ ବିଭାଗ ନିକଟରେ ଘଟଣାର ଯାଞ୍ଚ କରିବାକୁ ଦାବି କରିଛି । ଅଧିକାରୀମାନେ ଏହି ଘୃଣିତ କାମ କରିଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅପିଲ କରିଛନ୍ତି। ୧୯୮୬ରେ ମହାତ୍ମାଗାନ୍ଧୀର ୧୧୭ ତମ ଜୟନ୍ତୀ ଉପଲକ୍ଷେ ଗାନ୍ଧି ସ୍ମୃତି ଅନ୍ତର୍ଜାତୀୟ ଫାଉଣ୍ଡେସନ ପକ୍ଷରୁ ଏହି ପ୍ରତିମୂର୍ତ୍ତିକୁ ଦାନ କରାଯାଇଥିଲା । ୨୦୦୧ରେ ଏହି ପ୍ରତିମୂର୍ତ୍ତିକୁ ସ୍ଥାନୀୟ ଏକ ପାର୍କରେ ଲଗାଯାଇଥିଲା ।
ଆମେରିକାରେ ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଅପମାନ କରିବା ପ୍ରଥମ କଥା ନୁହେଁ ଚଳିତ ବର୍ଷ ଜାନୁଆରୀ ମାସରେ କାଲିଫର୍ଣ୍ଣିଆର ସିଟି ଅଫ ଡେଭିସଠାରେ ଥିବା ଗାନ୍ଧିଙ୍କ ଏକ ପ୍ରତି ମୂର୍ତ୍ତିକୁ ମଧ୍ୟ କେତେକ ଗୋଷ୍ଠୀ ଭଙ୍ଗାରୁଜ୍ଜା କରିଥିଲେ । ଏହି ଘଟଣାକୁ ଆମେରିକାରେ ଥିବା ଭାରତୀୟ ସଂପ୍ରଦାୟ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।