ୱାସିଂଟନ୍: ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଏବଂ ତାଙ୍କ ସାଥୀ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କ ଆଗାମୀ ନଭେମ୍ବର 3 ନିର୍ବାଚନ ପାଇଁ ଜୋରସୋରରେ ଅଣ୍ଟା ଭିଡିଛନ୍ତି। ତେବେ ନିର୍ବାଚନୀ ମାହୋଲ ବର୍ତ୍ତମାନ ସରଗରମ ଥିବା ବେଳେ ଦେଶରେ କୋରୋନା ସ୍ଥିତି ମଧ୍ୟ ସଙ୍ଗୀନ। ଏଭଳି ସ୍ଥିତିରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଭୟ ପ୍ରାର୍ଥୀ ପ୍ରଚାର ଅଭିଯାନ ପାଇଁ ରୁଟିନ କୋରୋନା ଭାଇରସ୍ ପରୀକ୍ଷା କରିବେ ବୋଲି ସୋମବାର ସୂଚନା ଦେଇଛନ୍ତି।
100 ବର୍ଷର ସବୁଠାରୁ ଖରାପ ଜନସ୍ୱାସ୍ଥ୍ୟ ସଙ୍କଟ ସମୟରେ ଟ୍ରମ୍ପଙ୍କ ବିପର୍ଯ୍ୟସ୍ତ ପରିଚାଳନା ଉପରେ ପୃଷ୍ଠାକୁ ବଦଳାଇବା ପାଇଁ ଜୋ ବିଡେନ ଏବଂ କମଲା ହାରିସଙ୍କ ପ୍ରତିବଦ୍ଧତାକୁ ଦର୍ଶାଇ ଏହି ଘୋଷଣା ହେଉଛି ବୋଲି ବିଡେନ ମୁଖପାତ୍ର ଆଣ୍ଡ୍ରିୟୁ ବେଟ୍ସ କହିଛନ୍ତି। ବିଡେନଙ୍କୁ ଏପର୍ଯ୍ୟନ୍ତ ପରୀକ୍ଷା କରାଯାଇଛି କି ବୋଲି ପଚରାଯିବାରୁ ବେଟ୍ସ ସୋମବାର ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି। ଏହାସହ ଯେଉଁ କର୍ମଚାରୀମାନେ ପ୍ରାର୍ଥୀଙ୍କ ସହ ଯୋଗାଯୋଗ କରିବେ ସେମାନଙ୍କ ମଧ୍ୟ ନିୟମିତ ପରୀକ୍ଷା କରାଯିବ।
ବିଡେନ ଗତ କିଛି ମାସ ମଧ୍ୟରେ ଏକାଧିକ ଥର କହିଥିଲେ ଯେ ସେ କୌଣସି ଲକ୍ଷଣ ଅନୁଭବ କରିନାହାଁନ୍ତି। ତଥାପି, ପୂର୍ବତନ ଉପରାଷ୍ଟ୍ରପତି (77) ବିଡେନ୍ ଅଧିକ ଜନସମାବେଶକୁ ଏଡାଇ ଗୁରୁତର ସଂକ୍ରମଣରୁ ଦୂରେଇବା ଜରୁରୀ ବୋଲି ରୋଗ ନିରାକରଣ କେନ୍ଦ୍ର ସୂତ୍ରରୁ ପ୍ରକାଶ।
ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ତାଙ୍କ ୱିଲମିଙ୍ଗଟନ୍, ଡେଲାୱେର୍ ହୋମରୁ ଭର୍ଚୁଆଲ୍ ପ୍ରଚାର ଜାରି ରଖିଛନ୍ତି। ଏବଂ ଯେତେବେଳେ ସେ ବ୍ୟକ୍ତିଗତ ଇଭେଣ୍ଟର ଆୟୋଜନ କରାଯାଉଛି ସମସ୍ତେ ସାମାଜିକ ଦୂରତା ଅବଲମ୍ବନ କରିବା ସହ ମାସ୍କ ପିନ୍ଧୁଥିବା ପରାମର୍ଶ ଦିଆଯାଇଛି। ବିଡେନଙ୍କ ଅଭିଯାନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କୋରୋନାଭାଇରସ୍ ମହାମାରୀକୁ ନିୟନ୍ତ୍ରଣ କରିବାରେ ବିଫଳତାକୁ ଜୋରଦାର ପ୍ରଦର୍ଶନ କରାଯାଉଛି।