ETV Bharat / international

ମିଆଁମାର ବିଦ୍ରୋହରେ ବ୍ୟଥିତ ରାଷ୍ଟ୍ରପତି ବାଇଡେନ; କହିଲେ ଏହା ଭୟାନକ ଓ କ୍ରୁର

author img

By

Published : Mar 29, 2021, 10:51 AM IST

ସାଧାରଣଜନତାଙ୍କ ଉପରେ ମିଆଁମାର ସେନାର ଦମନଲୀଳା ବାସ୍ତବରେ ଭୟାନକ। ସାମ୍ପ୍ରତିକ ପରିସ୍ଥିତିରେ ମିଆଁମାରରେ ଚାଲିଥିବା ବିଦ୍ରୋହ ବ୍ୟଥିତ କରିଛି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ। ଅଧିକ ପଢନ୍ତୁ...

ଭୟଙ୍କର ଓ ସଂପୂର୍ଣ୍ଣ ଅପମାନଜନକ, ମିଆଁମାର ବିଦ୍ରୋହରେ ବ୍ୟଥିତ ରାଷ୍ଟ୍ରପତି ବାଇଡେନ

ୱାସିଂଟନ୍: ବର୍ବର, ଦୁଃଖଦ ଓ ଭୟଙ୍କର। ସାମ୍ପ୍ରତିକ ପରିସ୍ଥିତିରେ ମିଆଁମାରରେ ଚାଲିଥିବା ବିଦ୍ରୋହ ବ୍ୟଥିତ କରିଛି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ। ସାଧାରଣଜନତାଙ୍କ ଉପରେ ମିଆଁମାର ସେନାର ଦମନଲୀଳା ବାସ୍ତବରେ ଭୟାନକ।

ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରକୁ ପୁନଃ ସ୍ଥାପିତ କରିବା ପାଇଁ ଆନ୍ତର୍ଜାତିକ ଚାପ ବୃଦ୍ଧି ପାଇବା ସତ୍ତ୍ବେ ମିଆଁମାର ଜୁଣ୍ଟା ଏହି ନିନ୍ଦାକୁ ଅଣଦେଖା କରିଛନ୍ତି। ଏବଂ ଦେଶରେ ଏହାକୁ ବିରୋଧ କରୁଥିବା ଲୋକ ପ୍ରତି ଜୋରଦାର ଦମନ ଜାରି ରଖିଛନ୍ତି। ଯାହାକୁ ନିନ୍ଦା କରିଛନ୍ତି ଆମେରିକା ରାଷ୍ଟ୍ରପତି।

ଏହା ଭୟଙ୍କର ଓ ସଂପୂର୍ଣ୍ଣ ଅପମାନଜନକ। ବିନା ଦୋଷରେ ନୀରିହ ଲୋକଙ୍କୁ ହତ୍ୟା କରାଯାଇଛି ବୋଲି ବିଡେନ ରବିବାର କହିଛନ୍ତି। ତେବେ ସେନା ଦିବସରେ ମିଆଁମାରରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଚିନ୍ତା ପ୍ରକଟ କରିଛନ୍ତି।

ମିଆଁମାରର ଜାତୀୟ ସଶସ୍ତ୍ର ବାହିନୀ ଦିବସରେ ଶନିବାର ଦିନ 100 ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଆମେରିକାର ୟାଙ୍ଗୋନ୍‌ରେ ଗୁଳି ବିନିମୟ ହୋଇଥିଲା, ଘଟଣାର ଯାଞ୍ଚ ଚାଲିଛି ବୋଲି ଗୃହ ବୈଦେଶିକ ବ୍ୟାପାର କମିଟିର ସଭାପତି ଗ୍ରେଗୋରୀ ମିକ୍ସ କହିଛନ୍ତି।

ତେବେ ସୁ କି’ଙ୍କୁ ସେନା ପଦଚ୍ୟୁତ କରିବା ସହ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଛି। ସୁ କି ଓ ଅନ୍ୟ ବରିଷ୍ଠ ନେତାଙ୍କୁ ଅଟକ ରଖାଯାଇଛି। ସେନାର କମାଣ୍ଡର ଇନ୍‌ ଚିଫ୍‌ ମିନ୍‌ ଅଙ୍ଗ ଲାଇଙ୍ଗ କ୍ଷମତା ଦଖଲ କରିଛନ୍ତି। ସୁ କି ଏବେ କେଉଁଠି ଅଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ମିଆଁମାରରୁ ଅନ୍ୟ ରାଷ୍ଟ୍ରକୁ ବିମାନ ଚଳାଚଳ ବନ୍ଦ ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.