ETV Bharat / international

ଵିଦେଶରେ କୋରୋନା ଲଢେଇ, ଲଣ୍ଡନ ହେଲଥ୍ ସେକ୍ଟରରେ ଭାରତୀୟଙ୍କ ଅବସ୍ଥା ଵିପଦପୂର୍ଣ୍ଣ

author img

By

Published : May 2, 2020, 2:53 PM IST

କୋଭିଡ୍-19 ସଂକ୍ରମଣ ଵିଦେଶରେ ଦିନକୁ ଦିନ ବ୍ୟାପକ ହେଉଥିବା ବେଳେ ଏଥିରେ ବର୍ତ୍ତି ପାରୁନାହାଁନ୍ତି ଭାରତୀୟ। ପ୍ରଵାସୀ ଭାରତୀୟ ମାନେ ଦିନକୁ ଦିନ ଅଧିକରୁ ଅଧିକ ସଂକ୍ରମଣର ଶିକାର ହେଉଛନ୍ତି । ବିଦେଶ ଡାକ୍ତରଙ୍କ ମଧ୍ୟରେ ପ୍ରତି 10 ଜଣରୁ ଜଣେ ଭାରତୀୟ ୟୁନାଇଟେଡ୍ କିଙ୍ଗଡମ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ କାମ କରନ୍ତି। ତେଣୁ କୋରୋନା ଭୂତାଣୁ ର ସଂକ୍ରମଣର ଆଶଙ୍କା କାର୍ଯ୍ୟରତ ଭାରତୀୟଙ୍କ ଠାରେ ଅଧିକ ଦେଖାଯାଇଛି।

Indians at greater risk from Covid-19
ଵିଦେଶରେ କୋରୋନା ଲଢେଇ, ଲଣ୍ଡନ ହେଲଥ୍ ସେକ୍ଟରରେ ଭାରତୀୟଙ୍କ ଅବସ୍ଥା ଵିପଦପୂର୍ଣ୍ଣ

ଲଣ୍ଡନ: କୋଭିଡ୍-19 ସଂକ୍ରମଣ ଵିଦେଶରେ ଦିନକୁ ଦିନ ବ୍ୟାପକ ହେଉଥିବା ବେଳେ ଏଥିରେ ବର୍ତ୍ତି ପାରୁନାହାଁନ୍ତି ଭାରତୀୟ। ପ୍ରଵାସୀ ଭାରତୀୟ ମାନେ ଦିନକୁ ଦିନ ଅଧିକରୁ ଅଧିକ ସଂକ୍ରମଣର ଶିକାର ହେଉଛନ୍ତି।

ତେବେ ଏକ ତଥ୍ୟ ଆଧାରରେ, ବିଦେଶ ଡାକ୍ତରଙ୍କ ମଧ୍ୟରେ ପ୍ରତି 10 ଜଣରୁ ଜଣେ ଭାରତୀୟ ୟୁନାଇଟେଡ୍ କିଙ୍ଗଡମ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ କାମ କରନ୍ତି। ତେଣୁ କୋରୋନା ଭୂତାଣୁ ର ସଂକ୍ରମଣର ଆଶଙ୍କା କାର୍ଯ୍ୟରତ ଭାରତୀୟଙ୍କ ଠାରେ ଅଧିକ ଦେଖାଯାଇଛି।

ଲଣ୍ଡନ ସରକାରଙ୍କ ଏକ ନୂଆ ରିପୋର୍ଟ ଆଧାରିତ ଦି ଇନଷ୍ଟିଚ୍ୟୁଉଟ୍ ଅଫ୍ ଫିସିକାଲ୍ ଷ୍ଟଡିଜ୍ (ଏଫଆଇଏସ୍ ) ଦର୍ଶାଇଛି ଯେ, ଏଠାରେ ରହୁଥିବା ଭାରତୀୟ ଗୋଷ୍ଠୀମାନେ କୋରୋନା ଭୂତାଣୁର ସଂକ୍ରମଣ କମାଇବା ପାଇଁ ଲକ୍-ଡାଉନ୍ ଆପଣାଉଛନ୍ତି। ମାତ୍ର ଏଥି ଯୋଗୁ ସେମାନେ କୌଣସି ପ୍ରକାର ଆର୍ଥିକ ସମସ୍ୟା ବା ସେମାନଙ୍କର ଆର୍ଥିକ ଅବସ୍ଥାରେ ଏହି ଲକ୍-ଡାଉନ୍ ବିଶେଷ ପ୍ରଭାବ ପକାଇବ ନାହିଁ। ଯେହେତୁ ସେମାନେ ନିରାପଦ ଭୂଖଣ୍ଡରେ କାର୍ଯ୍ୟରତ। ଏଠାରେ ଭାରତୀୟ ପୁରୁଷମାନେ ସଂକ୍ରମଣର ଶିକାର ହବାର ଆଶଙ୍କା ଅଧିକ ମଧ୍ୟ ରହୁଛି। କାରଣ ଲଣ୍ଡନର ପ୍ରମୁଖ ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ଡାକ୍ତରଙ୍କ ମଧ୍ୟରେ ଅଧିକରୁ ଅଧିକ ଭାରତର ଡାକ୍ତର ରହିଛିନ୍ତି।

ଵିଦେଶୀ ଲୋକଙ୍କ ତୁଳନାରେ ଭାରତୀୟ ପୁରୁଷମାନେ 150%ରୁ ଅଧିକ ସ୍ୱାସ୍ଥ୍ୟ ଓ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ସେମାନେ ହିଁ ସିଧାସଳଖ ଅଧିକ ଲୋକଙ୍କ ସହିତ ବା ଯୋଗାଯୋଗରେ ଆସୁଛନ୍ତି। ଯାହାଫଳରେ ଭାରତୀୟଙ୍କ ପ୍ରତି ବିପଦ ବଢିବାରେ ଲାଗିଛି।

ଇଂଲଣ୍ଡର ଜନସଂଖ୍ୟାକୁ ଦୃଷ୍ଟିଦେଲେ ଜଣାପଡେ, ଭାରତୀୟ ଗୋଷ୍ଠୀ ଏଠାରେ 3% କାର୍ଯ୍ୟଋତ। ଏବଂ 14% ଡାକ୍ତର ବୋଲି ଦର୍ଶାଯାଇଛି। ଏଇ.ଏଫ୍.ଏସ୍ ବିଶ୍ଲେଷଣରୁ ଜଣା ପଡିଛି ଯେ, କାର୍ଯ୍ୟଋତ ଲୋକଙ୍କ ମଧ୍ୟରେ ଯେଉଁମାନେ ସ୍ୱାସ୍ଥ୍ୟ ଓ ସାମଜିକ ଯତ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ଠାରେ ଭୂତାଣୁ ସଂକ୍ରମଣ ହବାର ସମ୍ଭାବନା ଅଧିକ। ଭାରତୀୟ ଏହି କ୍ଷେତ୍ର ରେ ଅଧିକ ଥିବାରୁ ତାଙ୍କ ସଂକ୍ରମଣ ହେବାର ଆଶଙ୍କା ମାତ୍ରାଧିକ ରହିଛି ବୋଲି ଜଣାପଡିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.