ETV Bharat / international

ପିଲାବେଳେ ରାମାୟଣ ଓ ମହାଭାରତ ପଢୁଥିଲେ ଓବାମା

author img

By

Published : Nov 17, 2020, 8:44 PM IST

ରାମାୟଣ ଓ ମହାଭାରତ ପଢି ବଡ ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା । ପିଲାବେଳେ ଏହି ବହିଗୁଡିକ ପଢିଥିବା ନେଇ ସେ ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି ।

ପିଲାବେଳେ  ରାମାୟାଣ ଓ ମହାଭାରତ ପଢୁଥିଲେ ଓବାମା

ୱାଶିଂଟନ: ରାମାୟଣ ଓ ମହାଭାରତ ପଢି ବଡ ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା । ପିଲାବେଳେ ଏହି ବହିଗୁଡିକ ପଢିଥିବା ନେଇ ସେ ନିଜ ଆତ୍ମଜୀବନୀ ପୁସ୍ତକରେ ଉଲ୍ଲେଖ କରିଛନ୍ତି ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭାରତକୁ ସର୍ବଦା ଏକ ସ୍ବତନ୍ତ୍ର ମର୍ଯ୍ୟାଦା ଦେଇ ଆସିଛନ୍ତି । ଭାରତୀୟ ସଂସ୍କୃତିର ପରିଚୟ ମହାଭାରତ ଓ ରାମାୟଣକୁ ସେ ଖୁବ୍‌ ପସନ୍ଦ କରନ୍ତି । ଓବାମା ପିଲା ଦିନେ ଇଣ୍ଡୋନେସିଆରେ ରହିଥିଲେ । ଏହି ସମୟରେ ସେ ଏହି ପୁରାଣଶାସ୍ତ୍ର ଗୁଡିକୁ ପଢିଥିଲେ ବୋଲି 'A Promised Land’ ବହିରେ ଲେଖିଛନ୍ତି ଓବାମା ।

ସେ ଆହୁରି ଲେଖିଛନ୍ତି, ବିଶ୍ବ ଜନସଂଖ୍ୟାର 1/6 ଲୋକେ ଭାରତରେ ବସବାସ କରନ୍ତି । 2 ହଜାର ଭିନ୍ନ ଭିନ୍ନ ଜାତିର ଲୋକେ ରହିଛନ୍ତି । 700 ରୁ ଅଧିକ ଲୋକ ଏଠାରେ ବସବାସ କରନ୍ତି । ଏହି ବହିରେ ଓବାମା 2008 ନିର୍ବାଚନ ପ୍ରଚାର ଠାରୁ ଆରମ୍ଭ କରି ତାଙ୍କର ପ୍ରଥମ କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ଏବଂ ପାକିସ୍ତାନରେ ଅଲ-କାଏଦାର ମୁଖ୍ୟ ଓସାମା ବିନ୍ ଲାଡେନଙ୍କୁ ହତ୍ୟା ଭଳି ଘଟଣା ଲେଖିଛନ୍ତି । ଓବାମାଙ୍କ ପାଇଁ ଭାରତ ତାଙ୍କ କଳ୍ପନାରେ ସର୍ବଦା ଏକ ସ୍ବତନ୍ତ୍ର ସ୍ଥାନ ପାଇଆସିଛି ବୋଲି କହିଥିଲେ ।

ଏଥିସହ ସେ, ଭାରତ ପ୍ରତି ଥିବା ତାଙ୍କର ଭଲପାଇବାର ଅନେକ କାରଣ ଦର୍ଶାଇନ୍ତି । ପିଲାଦିନ ଇଣ୍ଡୋନେସିଆରେ କଟିଥିଲା । ଏହି ମହାଭାରତ ଓ ରାମାୟଣର ଅନେକ କାହାଣୀ ଶୁଣିଥିଲି । ସେଥିପାଇଁ ହୁଏତ ଭାରତ ପ୍ରତି ତାଙ୍କର ସ୍ବତନ୍ତ୍ର ଆକର୍ଷଣ ରହିଥାଇପାରେ ବୋଲି ସେ ଲେଖିଛନ୍ତି । ପ୍ରାଚ୍ୟ ଧର୍ମ ପ୍ରତି ତାଙ୍କର ଭଲପାଇବା ଓ ଆକର୍ଷଣ ରହିଛି ।

ଏଥିବ୍ୟତୀତ ତାଙ୍କର କିଛି ଭାରତ ଓ ପାକିସ୍ତାନ କଲେଜ ବନ୍ଧୁ ରହିଥିଲେ । ଯେଉଁମାନେ ତାଙ୍କୁ ଡାଲି ଓ କିମା ରୋଷେଇ ଶିଖାଇଥିଲେ ଏବଂ ବଲିଉଡ ଫିଲ୍ମ ପ୍ରତି ତାଙ୍କ ମନରେ ଆଗ୍ରହ ସୃଷ୍ଟି କରାଇଥିଲେ । ଯାହା ହୁଏତ ଏହି ଦେଶକୁ ଭଲପାଇବାର କାରଣ ହୋଇପାରେ ।

ଗାନ୍ଧୀଙ୍କ ଉପରେ ଓବାମା ଲେଖିଛନ୍ତି, ବ୍ରିଟେନରୁ ସ୍ବାଧୀନତା ପାଇବାକୁ ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନ କେବଳ ବ୍ରିଟେନ ସାମ୍ରାଜ୍ୟ ଓ ମୁକ୍ତି କରିବାରେ ସହାୟତା କରିନଥିଲା ବରଂ ବିଶ୍ବବ୍ୟାପୀ ଏକ ନୈତିକତା ଉପରେ ପରିବର୍ତ୍ତନ ଆଣିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.