ETV Bharat / international

ଆମେରିକା କମ୍ପାନୀର ଦାବି, ନୂଆ କୋଭିଡ ଷ୍ଟ୍ରେନ ବିରୋଧରେ ମୋଡର୍ଣ୍ଣା ଟୀକା ସମ୍ପୂର୍ଣ୍ଣ ପ୍ରଭାବଶାଳୀ

author img

By

Published : Dec 24, 2020, 5:14 PM IST

ବ୍ରିଟେନରେ କାୟାବିସ୍ତାର କରିଥିବା ନୂଆ କୋଭିଡ ଷ୍ଟ୍ରେନକୁ ନେଇ ଚାରିଆଡେ ଖେଳିଯାଇଛି ଆତଙ୍କ । ଏହାରି ମଧ୍ୟରେ ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା ଆମେରିକାର କମ୍ପାନୀ ମୋଡର୍ଣ୍ଣା ଭାଇରସର ନୂଆ ଷ୍ଟ୍ରେନ ବିରୋଧରେ ଭ୍ୟାକ୍ସିନର ପ୍ରତିକ୍ରିୟାକୁ ନେଇ କରିଛି ବଡ ଦାବି । ଅଧିକ ପଢନ୍ତୁ...

ଆମେରିକା କମ୍ପାନୀର ଦାବି, ନୂଆ କୋଭିଡ ଷ୍ଟ୍ରେନ ବିରୋଧରେ ମୋଡର୍ଣ୍ଣା ଟୀକା ସମ୍ପୂର୍ଣ୍ଣ ପ୍ରଭାବଶାଳୀ
ଆମେରିକା କମ୍ପାନୀର ଦାବି, ନୂଆ କୋଭିଡ ଷ୍ଟ୍ରେନ ବିରୋଧରେ ମୋଡର୍ଣ୍ଣା ଟୀକା ସମ୍ପୂର୍ଣ୍ଣ ପ୍ରଭାବଶାଳୀ

ନୂଆଦିଲ୍ଲୀ: ସାରା ବିଶ୍ବରେ କ୍ରମାଗତ ବଢିବାରେ ଲାଗିଛି ମହାମାରୀ କୋରୋନା ଭାଇରସର ବିପଦ । ବ୍ରିଟେନରେ କାୟାବିସ୍ତାର କରିଥିବା ନୂଆ କୋଭିଡ ଷ୍ଟ୍ରେନକୁ ନେଇ ଚାରିଆଡେ ଖେଳିଯାଇଛି ଆତଙ୍କ । ନୂଆ ଷ୍ଟ୍ରେନକୁ ନେଇ ଲୋକଙ୍କ ମନରେ ଯେତିକି ଭୟ ଜାଗ୍ରତ ହୋଇଛି, ସେତିକି ପ୍ରଶ୍ନ ମଧ୍ୟ ଉଠିବାରେ ଲାଗିଛି । ଏହାରି ମଧ୍ୟରେ ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା ଆମେରିକାର କମ୍ପାନୀ ମୋଡର୍ଣ୍ଣା ଭାଇରସର ନୂଆ ଷ୍ଟ୍ରେନ ବିରୋଧରେ ଭ୍ୟାକ୍ସିନର ପ୍ରତିକ୍ରିୟାକୁ ନେଇ କରିଛି ବଡ ଦାବି ।

ଆମେରିକା କମ୍ପାନୀ ମୋଡର୍ଣ୍ଣାର ଦାବି ଅନୁଯାୟୀ ବ୍ରିଟେନରୁ ମିଳିଥିବା ନୂଆ କୋରୋନା ଭାଇରସର ଷ୍ଟ୍ରେନ ବିରୋଧରେ ଏହାର ଭ୍ୟାକ୍ସିନ ସମ୍ପୂର୍ଣ୍ଣ ରୂପେ ପ୍ରଭାବଶାଳୀ ରହିଛି । ମୋଡର୍ଣ୍ଣା ସମେତ ଅନେକ ଔଷଧ କମ୍ପାନୀ କୋରୋନାକୁ ପ୍ରତିହତ କରିବା ପାଇଁ ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା ଭ୍ୟାକ୍ସିନର ଟୀକାକରଣ ଜାରି ରହିଛି । ଏହାରି ମଧ୍ୟରେ ବ୍ରିଟେନରେ ଭାଇରସର ନୂଆ ଷ୍ଟ୍ରେନ ସାମ୍ନାକୁ ଆସିବା ଯୋଗୁଁ ଲୋକଙ୍କ ମନରେ ଭୟ ବଢିଯାଇଛି । ତେବେ ଏହି ଭାଇରସ କେତେ ବିପଦ ଜନକ ଓ ଯେଉଁ ଭ୍ୟାକ୍ସିନ ଆସିଛି, ତାହା ଏହା ବିରୋଧରେ କାମ କରିବ କି ନାହିଁ ଏପରି ଅନେକ ପ୍ରଶ୍ନ ଉଠିବାରେ ଲାଗିଛି ।

ନିଜର ବୟାନରେ ମୋଡର୍ଣ୍ଣା କମ୍ପାନୀ କହିଛି ଯେ ଏହା ଯେକୌଣସି ଷ୍ଟ୍ରେନ ବିରୋଧରେ ଭ୍ୟାକ୍ସିନର ପ୍ରଭାବ ସ୍ପଷ୍ଟ କରିବା ପାଇଁ ପରୀକ୍ଷଣର ଯୋଜନା ପ୍ରସ୍ତୁତ କରୁଛି । ତେବେ ନିକଟରେ କମ୍ପାନୀର ଭ୍ୟାକ୍ସିନ, ଯାହାକୁ ଆମେରିକାରେ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଥିବା ଏହା ନୂଆ କୋଭିଡ ଷ୍ଟ୍ରେନ ବିରୋଧରେ ପ୍ରଭାଶାଳୀ ବୋଲି ଦାବି କରାଯାଇଛି ।

ଫାଇଜର ପରେ ମୋଡର୍ଣ୍ଣା ଭ୍ୟାକ୍ସିନକୁ ମଞ୍ଜୁରୀ ପ୍ରଦାନ କରିଥିଲା ଆମେରିକା । ଆମେରିକାରେ ଫାଇଜର ଦ୍ବାରା ବିକାଶିତ କୋଭିଡ ଭ୍ୟାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ନିକଟରେ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ଏହାପରେ ଆମେରିକାର ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଉଛି ଏହି ଟୀକା । ତେବେ ମୋଡର୍ଣ୍ଣା ଟୀକା 94 ପ୍ରତିଶତ ପ୍ରଭାବଶାଳୀ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.