ETV Bharat / international

'ଗେମ ଚେଞ୍ଜର' ନୁହେଁ ହାଇଡ୍ରୋକ୍ସି-କ୍ଲୋରୋକୁଇନରେ ପ୍ରାଣ ହରାଇଛନ୍ତି ଅଧିକ ଆକ୍ରାନ୍ତ

author img

By

Published : Apr 22, 2020, 3:24 PM IST

କୋରୋନା ଚିକିତ୍ସା ଏଯାବତ ଉପଲବ୍ଧ ହୋଇନାହିଁ । ନା କୌଣସି ଭ୍ୟାକସିନ ପ୍ରସ୍ତୁତ ହୋଇପାରିଛି । ଏପରି ସ୍ଥିତିରେ କୋରୋନା ପାଇଁ 'ଗେମ ଚେଞ୍ଜର' ସାଜିଥିବା ହାଇଡ୍ରୋକ୍ସି-କ୍ଲୋରୋକୁଇନ ଯୋଗୁଁ ଏବେ ଅଧିକ ଲୋକେ ପ୍ରାଣ ହରାଉଥିବା ଏକ ଅଧ୍ୟୟନରେ କୁହାଯାଇଛି । ଅଧିକ ପଢନ୍ତୁ...

'ଗେମ ଚେଞ୍ଜର' ନୁହେଁ ହାଇଡ୍ରୋକ୍ସି-କ୍ଲୋରୋକୁଇନ

ୱାଶିଂଟନ: ମହାମାରୀ କୋରୋନା ପାଇଁ 'ଗେମ ଚେଞ୍ଜର' ବା ସଞ୍ଜୀବନି କୁହାଯାଉଥିବା ଔଷଧ ହାଇଡ୍ରୋକ୍ସି-କ୍ଲୋରୋକୁଇନ ଯୋଗୁଁ ପ୍ରାଣ ହରାଉଛନ୍ତି ଅଧିକାଂଶ ଲୋକ । ଯେଉଁ ଔଷଧ ନେବା ପାଇଁ ଭାରତକୁ ଧମକଭରା କଣ୍ଠରେ ମାଗିଥିବା ଆମେରିକା ଆଜି ଏକ ଅନୁଧ୍ୟାନ କରି ବୟାନ ଦେଇଛି ।

ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ ଓ ୟୁନିଭର୍ସିଟି ଅଫ ଭର୍ଜିନିଆ ବିଶେଷଜ୍ଞମାନେ କହିଛନ୍ତି, ଯେଉଁ କୋରୋନା ରୋଗୀଙ୍କ ସାଧାରଣ ଭାବେ ଚିକିତ୍ସା କରାଯାଉଛି ସେମାନଙ୍କ ମୃତ୍ୟୁ ସଂଖ୍ୟା କମ ରହିଛି, ହେଲେ ଯେଉଁମାନଙ୍କୁ ହାଇଡ୍ରୋକ୍ସି-କ୍ଲୋରୋକୁଇନ ଦ୍ବାରା ଚିକିତ୍ସା କରାଯାଇଛି ସେମାନଙ୍କ କ୍ଷେତ୍ରରେ ଅଧିକ ମୃତ୍ୟୁ ହୋଇଛି ।

ମୋଟ 368 ରୋଗୀଙ୍କ ଠାରେ ଏହି ପରୀକ୍ଷା କରାଯାଇଥିଲା । ଏହି ଅନୁଧ୍ୟାନରୁ ଜଣାପଡିଛି ଯେ, ହାଇଡ୍ରୋକ୍ସି-କ୍ଲୋରୋକୁଇନ୍ ଦ୍ବାରା ଚିକିତ୍ସିତଙ୍କ ମୃତ୍ୟୁ ହାର 27.8 ପ୍ରତିଶତ ରହିଛି । ହାଇଡ୍ରୋକ୍ସି-କ୍ଲୋରୋକୁଇନ୍ଓ ଆଜିଥ୍ରୋମାଇସିନ୍ ଗୋଷ୍ଠୀର ମୃତ୍ୟୁ ହାର 22.1 ପ୍ରତିଶତ ଥିଲା । ସେହିପରି ସାଧାରଣ ଚିକିତ୍ସା ହେଉଥିବା ବ୍ୟକ୍ତିଙ୍କ ମୃତ୍ୟୁହାର 11.4 ପ୍ରତିଶତ ରହିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.