ETV Bharat / international

ଗୁଗୁଲ ଫଟୋରେ ଯୋଡିଲା ନୂଆ ଫିଚର, ଏଣିକି ସେୟାରିଂରେ ରହିବ ନିୟନ୍ତ୍ରଣ - Google Photos adds new controls for sharing albums

ଗୁଗଲ୍ ଟ୍ବିଟ କରି କହିଛି ଯେ ଏହା ଗୁଗୁଲ୍ ଫଟୋରେ ନୂତନ ଫିଚର ଆଡ କରିଛି । ଯାହା ଦ୍ବାରା ଫଟୋ ସେୟାର ଉପରେ ଉପଭୋକ୍ତାଙ୍କର ନିୟନ୍ତ୍ରଣ ରହିବ ।

ଗୁଗୁଲ ଫଟୋରେ ଯୋଡିଲା ନୂଆ ଫିଚର, ଏଣିକି ସେୟାରିଂରେ ରହିବ ନିୟନ୍ତ୍ରଣ

author img

By

Published : May 21, 2020, 3:29 PM IST

କାଲିଫର୍ନିଆ: ଗୁଗଲ୍ ଟ୍ବିଟ କରି କହିଛି ଯେ ଏହା ଗୁଗୁଲ୍ ଫଟୋରେ ନୂତନ ଫିଚର ଆଡ କରିଛି । ଯାହା ଦ୍ବାରା ଫଟୋ ସେୟାର ଉପରେ ଉପଭୋକ୍ତାଙ୍କ ନିୟନ୍ତ୍ରଣ ରହିବ । ଏହାଦ୍ବାରା ବ୍ୟବହାରକାରୀ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ସେମାନଙ୍କ ଗୁଗୁଲ୍ ଆକାଉଣ୍ଟ୍ ମାଧ୍ୟମରେ କୌଣସି ବ୍ୟକ୍ତି ବିଶେଷଙ୍କୁ ଆଲବମ୍ ସେୟାର କରିପାରିବେ । ଏହା ଉପରେ ଉପଭୋକ୍ତାଙ୍କର ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣ ରହିବ ।

ଗତ ଡିସେମ୍ବରରେ, ଆପରେ ଚାଲିଥିବା ବ୍ୟକ୍ତିଗତ ବାର୍ତ୍ତାଳାପରେ ଯୋଗ କରି ଗୁଗୁଲ୍ ଫଟୋରେ ୱାନ-ଅଫ୍ ଫଟୋ ଏବଂ ଭିଡିଓ ସେୟାର କରିବାକୁ ସହଜ କରିବା ପାଇଁ ଏହି ଚେଷ୍ଟା ଆରମ୍ଭ ହୋଇଥିଲା । ଆଉ ଆଜି ସେୟାରିଂ ଆଲବମରେ ସମାନ ଟେକ୍ନୋଲୋଜି ଆପଣାଇଛୁ ବୋଲି କହିଛି ଗୁଗୁଲ୍‌ । ଯେତେବେଳେ ଏକ ଆଲବମ୍ ସେୟାର କରାଯାଏ, ଡିଫଲ୍ଟ ବିକଳ୍ପ ହେଉଛି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ଲୋକଙ୍କ ସହିତ ସେମାନଙ୍କ ଗୁଗୁଲ୍ ଆକାଉଣ୍ଟ୍ ମାଧ୍ୟମରେ ସେୟାର କରିବା । ଏହା ଆପଣଙ୍କୁ ଆଲବମରେ କିଏ ଯୋଡିଛି ତାହା ଉପରେ ଅଧିକ ନିୟନ୍ତ୍ରଣ ଦେଇଥାଏ ବୋଲି ଗୁଗୁଲ୍ ଫଟୋ ସେୟାର୍ ଇଞ୍ଜିନିୟରିଂ ଲିଡ୍ ସଞ୍ଜୁକଥା ମଥୁର ଏକ ବିବୃତ୍ତିରେ କହିଛନ୍ତି ।

ଗୁଗୁଲ ଫଟୋରେ ଆଲବମଗୁଡିକ ଏକ ଲିଙ୍କ ମାଧ୍ୟମରେ ସେୟାର କରିବାର ବିକଳ୍ପ ଆପଣଙ୍କ ପାଖରେ ରହିବ । ଯାହାକୁ ଗୁଗୁଲ ଫଟୋ ବ୍ୟବହାର କରୁ ନଥିବା କିମ୍ବା ଗୁଗୁଲ ନଥିବା ଲୋକଙ୍କ ସହ ଫଟୋ ସେୟାର କରିବା ସହଜ କରିବା ପାଇଁ ଆପଣ ଏକ ଇମେଲ, ପାଠ୍ୟ କିମ୍ବା ବ୍ଲଗରେ ଏମ୍ବେଡ୍ କରିପାରିବେ ବୋଲି କହିଛନ୍ତି ।

ମଥୁର ଆହୁରି ମଧ୍ୟ କହିଛନ୍ତି ଯେ ଉପଭୋକ୍ତାମାନେ ଚାହିଁଲେ ଆଲବମରୁ କାହାକୁ ଡିଲିଟ କରିପାରିବେ । ସେମାନେ ସେୟାର କରିଥିବା ଫଟୋ ଏବଂ ଭିଡିଓ ଗୁଡ଼ିକୁ ମଧ୍ୟ ଡିଲିଟ କରିପାରିବେ । ଆପଣଙ୍କର ଯେକୌଣସି ସମୟରେ ଲିଙ୍କ୍ ସେୟାରିଂ ଅନ୍ କିମ୍ବା ଅଫ୍ କରିବାର ବିକଳ୍ପ ଅଛି । ଏବଂ ଆପଣ ଅନ୍ୟ ସହକର୍ମୀଙ୍କୁ ଏକ ଆଲବମରେ ଫଟୋ ଯୋଡିବାକୁ ଦେବାକୁ ଚାହୁଁଛନ୍ତି କି ନାହିଁ ଆପଣ ସ୍ଥିର କରିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.