ETV Bharat / international

କୋରୋନା ସଙ୍କଟ: ୟୁଏସ ଫେଡରାଲ ରିଜର୍ଭ କମାଇଲା ସୁଧ ହାର - ୟୁଏସ ଫେଡରାଲ ରିଜର୍ଭ କମାଇଲା ସୁଧ ହାର

କରୋନା ଭାଇରସ ସଙ୍କଟ ମଧ୍ୟରେ ଆମେରିକାର ଫେଡେରାଲ ରିଜର୍ଭ ପ୍ରମୁଖ ସୁଧ ହାରକୁ 0-0ରୁ 2.5% କୁ ହ୍ରାସ କରିଛି । ଫଳରେ ଅର୍ଥନୀତିକୁ ଉପଶମ ମିଳିବ ବୋଲି ଆଶା ରହିଛି । ଅଧିକ ପଢନ୍ତୁ...

Federal Reserve cuts interest rates to near zero to support US economy
ଆମେରିକା ଫେଡେରାଲ୍ ରିଜର୍ଭ ସୁଧ ହାରକୁ ଶୂନକୁ ହ୍ରାସ
author img

By

Published : Mar 16, 2020, 1:37 PM IST

ୱାଶିଂଟନ: ବିଶ୍ବରେ କାୟା ବିସ୍ତାର କରୁଛି ମହାମାରୀ କୋରୋନା ଭାଇରସ ପ୍ରକୋପ । ଏହାର ମୁକାବିଲା ସହ ଆମେରିକାର ଅର୍ଥନୀତିକୁ ସମର୍ଥନ କରିବାକୁ 'ୟୁଏସ୍‌ ଫେଡେରାଲ୍‌ ରିଜର୍ଭ' ପକ୍ଷରୁ ସୁଧ ହାରକୁ ଶୂନକୁ ହ୍ରାସ କରାଯାଇଛି ।

ଏକ ବିବୃତ୍ତିରେ ଫେଡେରାଲ ଓପନ ମାର୍କେଟ କମିଟି (FOMC) କହିଛି ଯେ, ଏହାର ବେସଲାଇନ ସୁଧ ହାରକୁ 0 ରୁ 0.25 ପ୍ରତିଶତକୁ ହ୍ରାସ କରିବ ଏବଂ ଟ୍ରେଜେରୀ ସିକ୍ୟୁରିଟିର ହୋଲଡିଂକୁ ଅତି କମରେ 500 ବିଲିୟନ ଡ଼ଲାରରେ ବୃଦ୍ଧି କରିବ।

ଏହାର ନିୟମ ଅନୁଯାୟୀ, କମିଟି ସର୍ବାଧିକ ନିଯୁକ୍ତି ଏବଂ ମୂଲ୍ୟ ସ୍ଥିରତା ବୃଦ୍ଧି କରିବାକୁ ଚେଷ୍ଟା କରୁଛି । କରୋନାଭାଇରସର ପ୍ରଭାବ ନିକଟ ଭବିଷ୍ୟତରେ ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଇବ ଏବଂ ଆର୍ଥିକ ଦୃଷ୍ଟିକୋଣ ପାଇଁ ବିପଦ ସୃଷ୍ଟି କରିବ । ତେଣୁ ବିକାଶକୁ ଦୃଷ୍ଟିରେ ରଖି କମିଟି ଏଭଳି ନିଷ୍ପତ୍ତି ନେଇଛି ।

COVID-19ରେ ଏବେ ସୁଦ୍ଧା ବିଶ୍ବରେ 1ଲକ୍ଷ 56,000 ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ 5,800 ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି । ଆମେରିକାରେ ମୃତ୍ୟୁ ସଂଖ୍ୟା 68 ଥିବାବେଳେ ସଂକ୍ରମଣ 3,700ରେ ପହଞ୍ଚିଲାଣି ।

ଏହି ମାରାତ୍ମାକ ଭାଇରସର ପ୍ରଭାବରେ ବିଶ୍ବ ଅର୍ଥନୀତି ଦୋହଲିବାରେ ଲାଗିଛି । ଯାତାୟତ ଠପ , ଦୋକାନ ବଜାର, ମଲ ବଡ ବଡ କମ୍ପାନୀ ସବୁ ଖାଲି ହେବାରେ ଲାଗିଛି । ଏଥିଯୋଗୁଁ ବେପାର ପୂରା ଠପ ହୋଇଯାଇଛି । ଫଳରେ ଅର୍ଥବ୍ୟବସ୍ଥା ବଡ଼ ବ୍ୟାଘାତ ସୃଷ୍ଟି ହେଉଛି |

ଏଥିପାଇଁ ରବିବାର ଫେଡେରାଲ ରିଜର୍ଭ ମୁଖ୍ୟ ସୁଧ ହାରକୁ ହ୍ରାସ କରିବା ସହ ଟ୍ରେଜେରୀ ଏବଂ ବନ୍ଧକ ସମର୍ଥିତ ସିକ୍ୟୁରିଟିରେ 700 ବିଲିୟନ ଡ଼ଲାର ନିବେଶ ପାଇଁ ଘୋଷଣା କରିଥିଲା । ଫଳରେ ଅର୍ଥନୀତିକୁ ସାମାନ୍ୟ ଆଶ୍ବସ୍ତି ମିଲିପାରିବ ।

@ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.