ୱାଶିଂଟନ: ଦୀର୍ଘ ଦୁଇ ବର୍ଷ ହେବ ଦେଶରେ ପାଳି କରି କୋରନା ତାଣ୍ଡବ ରଚି ଚାଲିଛି । ଏହାର କୋପ ଦେଶକୁ କେବେ ଲୋପ ହେବ ତା କାହାକୁ ଜଣାନାହିଁ । ଆମେରିକାର ସର୍ବୋଚ୍ଚ କରୋନା ଭାଇରସ୍ ଉପଦେଷ୍ଟା ଡା. ଆନ୍ଥୋନୀ ଫାଉସି କହିଛନ୍ତି ଆମେରିକାରେ ଡେଲଟା ଭାରିଆଣ୍ଟରେ କୋରୋନା ଭାଇରସ୍ ମାମଲା ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣର ଏପରି ମାମଲା ବୃଦ୍ଧି ଯୋଗୁଁ ଆଗକୁ ଜିନିଷ ବିଗିଡି ଯାଇପାରେ ।
ସେ ଆହୁରି କହିଛନ୍ତି ମୁଁ ଭାବୁନାହିଁ ଆଗକୁ ଲକଡାଉନ ହେବ । ଗଣମାଧ୍ୟମକୁ ସାକ୍ଷାତକାରରେ ଫାଉସି କହିଛନ୍ତି ଦେଶରେ ୧୦ ବିଲିୟନ ଲୋକ ଅଛନ୍ତି ଯିଏ ଟିକା ନେବାକୁ ଯୋଗ୍ୟ ମାତ୍ର ସେମାନେ ଟିକା ନେଉନାହାନ୍ତି । ଏହି ସସସ୍ୟା ଆମ ପାଇଁ ଆଗକୁ ବିପଦ ଆଣିପାରେ ବୋଲି କହିଛନ୍ତି ଫାଉସି । ଏହା ସହିତ ସଂକ୍ରମଣ ମାମଲା ବୃଦ୍ଧି ଦେଶ ପାଇଁ ଭବିଷ୍ୟତରେ ବିପଦ ଆଣିପାରେ । ଏହାର ସମାଧାନ କେବଳ ସମୂହ ଟୀକାରଣ ଦ୍ବାରା ହିଁ ହୋଇପାରିବ ।
ଗତ ସପ୍ତାହରେ ଡେଲ୍ଟା ଭାଇରସ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାରେ କୋଭିଡ-19 ସଂକ୍ରମଣର ସଂଖ୍ୟା ବୃଦ୍ଧି ପାଇଛି । ଯାହା ବର୍ତ୍ତମାନ ଆମେରିକାରେ ପ୍ରଧାନ୍ୟ ବିସ୍ତାର କରିଛି । ରିପୋର୍ଟ ଅନୁସାରେ ବର୍ତ୍ତମାନ ଏହା ଟିକା ନେଇ ନଥିବା ବ୍ୟକ୍ତିଙ୍କ ଠାରେ ଦେଖିବାରୁ ମିଳିଛି ।
ପ୍ରକାଶ ଥାଉ କି, ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଅନୁଯାୟୀ, ଆମେରିକାରେ 164.4 ମିଲିୟନରୁ ଅଧିକ ଲୋକ କୋରୋନା ବିରୋଧରେ ଟିକା ନେଇସାରିଛନ୍ତି ଯାହା ସମୁଦାୟ ଜନସଂଖ୍ୟାର 49.5 ପ୍ରତିଶତ ସହିତ ସମାନ ।
@ANI