ETV Bharat / international

ମହାକାଶଚାରୀ କଳ୍ପନା ଚାୱଲାଙ୍କ ନାଁରେ NASA ଲଞ୍ଚ କଲା ସ୍ପେସକ୍ରାଫ୍ଟ - କଳ୍ପନା ଚାୱାଲାଙ୍କ ନାଁରେ ସ୍ପେସ କ୍ରାଫ୍ଟ

ଭାରତୀୟଙ୍କ ପାଇଁ ଆଜି ଗର୍ବର ବିଷୟ । ନାସା ପକ୍ଷରୁ କଳ୍ପନା ଚାୱଲାଙ୍କ ନାଁରେ ଲଞ୍ଚ ହୋଇଛି ସ୍ପେସ କ୍ରାଫ୍ଟ । ଏହା ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନକୁ କାର୍ଗୋ ଓ ସାମଗ୍ରୀ ପରିବହନ କରୁଛି । ଅଧିକ ପଢନ୍ତୁ...

ମହାକାଶଚାରୀ କଳ୍ପନା ଚାୱାଲାଙ୍କ ନାଁରେ ସ୍ପେସ କ୍ରାଫ୍ଟ

author img

By

Published : Oct 3, 2020, 11:09 AM IST

ୱାଶିଂଟନ: ନାସାର ୱାଲୋପ ଫ୍ଲାଇଟ ଫ୍ୟାସିଲିଟିରୁ ଲଞ୍ଚ ହେଲା ନର୍ଥରୋପ ଗ୍ରୁମାନ ସିଗ୍ନସ ସ୍ପେସକ୍ରାଫ୍ଟ । ଏହି ସ୍ପେସକ୍ରାଫ୍ଟ ମହାକାଶଚାରୀ କଳ୍ପନା ଚାୱଲାଙ୍କ ନାମରେ ନାମିତ କରାଯାଇଛି । ତେବେ କେତେକ ଟେକ୍ନିକାଲର ଅସୁବିଧା କାରଣରୁ ଏହାକୁ ଲଞ୍ଚ କରିବାରେ ବିଳମ୍ବ ହୋଇଥିଲା । ଶୁକ୍ରବାର ଏହାକୁ ସଫଳତା ସହିତ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନକୁ ପଠାଯାଇଛି । ଏହା ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନକୁ କାର୍ଗୋ ଓ ସାମଗ୍ରୀ ପରିବହନ କରୁଛି ।

ନର୍ଥରୋପ ସିଗ୍ନସ ପ୍ରଥମ ବାଣିଜ୍ୟିକ କାର୍ଗୋ ସ୍ପେସକ୍ରାଫ୍ଟ ଯାହାର ନାଁ ଭାରତୀୟ ମହାକାଶଚାରୀ କଳ୍ପନା ଚାୱଲାଙ୍କ ନାମରେ ନାମିତ କରାଯାଇଛି । NG-14 ମିଶନରେ, ଏସ୍ ଏସ୍ କଳ୍ପନା ଚାୱଲା ଷ୍ଟେସନକୁ ପ୍ରାୟ 3,630 କିଲୋଗ୍ରାମ ମାଲ ପରିବହନ କରିବ । ଏହି ସ୍ପେସକ୍ରାଫ୍ଟରେ ଲ୍ୟୁକେମିଆର ଚିକିତ୍ସା ପାଇଁ ବ୍ୟବହୃତ ବାୟୋଲୋଜିକାଲ ଔଷଧ ଓ ସ୍ପେସରେ ମୂଳା ଚାଷ ପରୀକ୍ଷା କରିବାକୁ ମଞ୍ଜି ପଠାଯାଇଛି । ମହାକାଶଚାରୀଙ୍କ ସୁବିଧା ନିମନ୍ତେ ଏକ କମ୍ପାଟ ଟଏଲଟ ବ୍ୟବସ୍ଥା ସହ ସେସ୍ଫ ୱାକିଂ ପାଇଁ ଏହି କ୍ରାଫ୍ଟରେ 360 ଡିଗ୍ରୀର କ୍ୟାମେରା ସହ ସତେଜ ଖାଦ୍ୟ ପଠାଯାଇଛି ।

ଆମେରିକାର ସ୍ପେସ୍ ଏଜେନ୍ସି କହିଛି ଯେ, 6,000 ପାଉଣ୍ଡ ପଠାଇବାକୁ ସମର୍ଥ ରଖୁଥିବା ଏହି ସ୍ପେସକ୍ରାଫ୍ଟ ସୋମବାର ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) ରେ ପହଞ୍ଚିବ । ଡେପୁଟି ଆଇଏସ୍ଏସ୍ ପ୍ରୋଗ୍ରାମ ମ୍ୟାନେଜର କେନେଥ ଟଡ କହିଛନ୍ତି, “ବିଳମ୍ବିତ ରାତିରେ ଲଞ୍ଚିଂ ଚମତ୍କାର ଥିଲା। ସେପଟେ ଲଞ୍ଚ ସମୟରେ କଳ୍ପନା ଚାୱଲାଙ୍କ ସ୍ବାମୀ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ । ଆଜି କଳ୍ପନା ଥିଲେ ବହୁତ ଖୁସି ହୋଇଥାନ୍ତେ ବୋଲି କଳ୍ପନାଙ୍କ ସ୍ବାମୀ ଜିନ ପିଅର ହାରିସନ୍ କହିଛନ୍ତି । ଏହି ସ୍ପେସକ୍ରାଷ୍ଟର ନାମ କଳ୍ପନାଙ୍କ ନାମରେ ରଖାଯାଇଛି, ଯାହାର ମାନେ ହେଉଛି ଯେ ଭାରତୀୟ ମାନେ ବିଶ୍ବର ସବୁଠାରୁ ଅଧିକ ସଫଳତା ହାସଲ କରିବା ସହ ସମସ୍ତଙ୍କୁ ପଛରେ ପକେଇବାରେ ସକ୍ଷମ ହୋଇପାରେ ବୋଲି ସେ କହିଛନ୍ତି ।

ସାଧାରଣ ଅପେକ୍ଷା ଏଥରେ ତାଜା ଖାଦ୍ୟ ମଧ୍ୟ ଅଛି, ଯେହେତୁ ଅକ୍ଟୋବର 31 ରେ ସ୍ପେସ୍ ଏକ୍ସର ଦ୍ୱିତୀୟ ମହାକାଶଚାରୀ ଉତକ୍ଷେପଣ ସହିତ ସ୍ପେସ୍ ଷ୍ଟେସନ୍ ସଂଖ୍ୟା ଛଅରୁ ସାତକୁ ବୃଦ୍ଧି ପାଇବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.