ETV Bharat / international

ବଢିଲା ଚିନ୍ତା, ଆମେରିକାରେ ହରିଣଙ୍କ ଦେହରୁ ମିଳିଲା କୋଭିଡ ଆଣ୍ଟିବଡି

କୋଭିଡ ଭୂତାଣୁ କବଳରେ ବନ୍ୟପ୍ରାଣୀ । ଯୁକ୍ତରାଷ୍ଟ୍ର ଆମେରିକାର ପଶୁମାନଙ୍କ ଉପରେ ହୋଇଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ, ଦେଶର ଉତ୍ତର-ପୂର୍ବ ଭାଗରେ ଥିବା ଏକ ତୃତୀୟାଂଶ ଧଳା ଲାଞ୍ଜର ହରିଣ SARS-CoV-2 ବିରୁଦ୍ଧରେ ଆଣ୍ଟିବଡି ବିକଶିତ କରିଛନ୍ତି, ଯାହା ବିଶେଷଜ୍ଞଙ୍କ ଚିନ୍ତା ବଢାଇ ଦେଇଛି । ଅଧିକ ପଢନ୍ତୁ...

ବଢିଲା ଚିନ୍ତା, ଆମେରିକାରେ ହରିଣଙ୍କ ଦେହରୁ ମିଳିଲା କୋଭିଡ ଆଣ୍ଟିବଡି
ବଢିଲା ଚିନ୍ତା, ଆମେରିକାରେ ହରିଣଙ୍କ ଦେହରୁ ମିଳିଲା କୋଭିଡ ଆଣ୍ଟିବଡି
author img

By

Published : Aug 4, 2021, 2:45 PM IST

ୱାସିଂଟନ: କୋରୋନା ମହାମାରୀ ଏବେ ସମଗ୍ର ବିଶ୍ବକୁ ଦୋହଲାଇ ଦେଇଛି । ଏଥିପାଇଁ ଗତ ଦେଢ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସମଗ୍ର ମାନବ ଜାତିର ଚିନ୍ତା ବଢାଇ ଦେଇଛି ମହାମାରୀ କୋରୋନା । ତେବେ ଏବେ ଏହି ଭୂତାଣୁ କବଳରେ ବନ୍ୟପ୍ରାଣୀ, ଯାହା ବିଶେଷଜ୍ଞଙ୍କ ଚିନ୍ତା ବଢାଇ ଦେଇଛି । ଯୁକ୍ତରାଷ୍ଟ୍ର ଆମେରିକାର ପଶୁମାନଙ୍କ ଉପରେ ହୋଇଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ, ଦେଶର ଉତ୍ତର-ପୂର୍ବ ଭାଗରେ ଥିବା ଏକ ତୃତୀୟାଂଶ ଧଳା ଲାଞ୍ଜୁଡା ହରିଣ SARS-CoV-2 ବିରୁଦ୍ଧରେ ଆଣ୍ଟିବଡି ବିକଶିତ କରିଛନ୍ତି, ଯାହା ସୂଚାଇ ଦେଇଛି ଯେ ସେମାନେ ମଧ୍ୟ କେରେନା ସଂକ୍ରମିତ ହେବା ପରେ ସୁସ୍ଥ ହୋଇଛନ୍ତି ।

ଅନୁସନ୍ଧାନକାରୀମାନେ ମହାମାରୀ ଆରମ୍ଭ ହେବା ପରେ ସଂଗୃହିତ ନମୁନାଗୁଡ଼ିକୁ ବିଶ୍ଳେଷଣ କରିଥିଲେ । ଅନୁସନ୍ଧାନକାରୀମାନେ ଧଳା-ଲାଞ୍ଜର ହରିଣ, (ଓଡୋକୋଇଲିୟସ୍ ଭର୍ଜିନିୟନସଙ୍କୁ ଟାର୍ଗେଟ କରିଥିଲେ। ତେବେ ସେରୋ ସର୍ଭେ ପାଇଁ ବଛା ଯାଇଥିବା ୪୦ ପ୍ରତିଶତ ନମୁନାରୁ ଆଣ୍ଟିବଡି ମିଳିଛି। ଏଥିରୁ ଏହି ହରିଣମାନେ କୋଭିଡ ସଂସ୍ପର୍ଶରେ ଆସି ସାରିଥିବା ସ୍ପଷ୍ଟ ହୋଇଯାଇଛି। ଚାଇନାର ହେନିଙ୍ଗର ଝେଜିଆଙ୍ଗ ବିଶ୍ୱବିଦ୍ୟାଳୟର ସଂକ୍ରାମକ ରୋଗ ଗବେଷକ ଆରୋନ ଇର୍ଭିଙ୍ଗ କହିଛନ୍ତି ଯେ ଏହା ଏକ ଚିତ୍ତାକର୍ଷକ ବା କୌତୁହଳଜନକ ପର୍ଯ୍ୟବେକ୍ଷଣ କିନ୍ତୁ ତଥାପି ସତର୍କତାର ସହିତ ବ୍ୟାଖ୍ୟା କରାଯିବା ଆବଶ୍ୟକ। ପୂର୍ବ ଲାବୋରେଟୋରୀ ପରୀକ୍ଷଣରୁ ଜଣାପଡିଛି ଯେ ହରିଣମାନେ SARS-CoV-2 ଦ୍ବାରା ସଂକ୍ରମିତ ହୋଇ ଅନ୍ୟ ହରିଣକୁ ସଂକ୍ରମଣ କରିପାରନ୍ତି।

ଏପଟେ କୋରୋନା ଭାଇରସ ମହାମାରୀରୁ ରକ୍ଷା କରିବା ଲାଗି ମଣିଷମାନଙ୍କର ଯୁଦ୍ଧକାଳୀନ ଭିତ୍ତିରେ ଟୀକାକରଣ ହେଉଛି। ଏହା ସତ୍ତ୍ୱେ ଭୂତାଣୁ ଜୀବନଜନ୍ତୁଙ୍କଠାରେ ସଂକ୍ରମଣ ହେଉଥିବାରୁ ଏବେ ଚିନ୍ତାର କାରଣ ପାଲଟିଛି। ଅନୁସନ୍ଧାନକାରୀମାନେ ଭୟ କରୁଛନ୍ତି ଯେ ଏହି ଭୂତାଣୁ ମଣିଷଠାରୁ ପଶୁଙ୍କୁ ବ୍ୟାପିବା ଓ ପୁଣି ନୂଆ ମ୍ୟୁଟେସନ କରି ମଣିଷ ପାଖକୁ ଫେରିବା ନୂଆ ସମସ୍ୟାର କାରଣ ହୋଇପାରେ।

ଅନୁସନ୍ଧାନକାରୀମାନେ ଜାନୁୟାରୀରୁ ମାର୍ଚ୍ଚ 2021 ମଧ୍ୟରେ 385 ରକ୍ତ ନମୁନା ବନ୍ୟଜନ୍ତୁ-ନୀରିକ୍ଷଣ ସଂଗ୍ରହ କରିଥିଲେ, ସେଥିମଧ୍ୟରୁ 152 ଟି ନମୁନାରେ ଆଣ୍ଟିବଡି ଦେଖାଯାଇଥିଲା । ଏହି ନମୁନାଗୁଡିକ ମିଚିଗାନ୍, ପେନସିଲଭାନିଆ, ଇଲିନୋଇସ୍ ଏବଂ ନ୍ୟୁୟର୍କରରୁ ସଂଗ୍ରହ କରାଯାଇଥିଲା । ତେବେ ପଶୁଙ୍କଠାରେ କୋରୋନା ସଂକ୍ରମଣ କିଛି ନୂଆ କଥା ନୁହେଁ। ଏହା ପୂର୍ବରୁ ଇଣ୍ଡୋନେସିଆ ରାଜଧାନୀରେ ଥିବା ପ୍ରାଣୀ ଉଦ୍ୟାନରେ ୨ଟି ବିରଳ ସୁମାତ୍ରା ବାଘ କୋରୋନାରେ ସଂକ୍ରମଣ ହୋଇଥିଲେ। ସେମାନେ ଏବେ ଧିରେ ଧିରେ ସୁସ୍ଥ ହେଉଛନ୍ତି। ସେହିପରି ଭାରତରେ ମଧ୍ୟ ନେହେରୁ ଜିଓଲଜିକାର ପାର୍କ ହାଇଦ୍ରାବାଦରେ 8ଟି ଏସିୟ ସିଂହ ସଂକ୍ରମିତ ହୋଇଥିଲେ। ଭାରତରେ ଏହା ପ୍ରଥମ ଥିଲା ଯେ, ମଣିଷ ମାଧ୍ୟମରେ ପଶୁମାନେ ସଂକ୍ରମିତ ହୋଇଥିଲେ। ତେବେ ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ଔଷଧ ଦିଆଯିବା ପରେ ସେମାନେ ସୁସ୍ଥ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.