ETV Bharat / international

ଏଣିକି କାର୍ଯ୍ୟରେ ଯୋଗ ଦେଇପାରିବେ କୋଭିଡ-19 ଆକ୍ରାନ୍ତ ସଶସ୍ତ୍ରବାହିନୀ

author img

By

Published : May 22, 2020, 9:40 PM IST

ଏବେ ସୁଦ୍ଧା 5,888 ଆମେରିକା ଶସନ୍ତ୍ର ବାହିନୀ କୋଭିଡ-19ରେ ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ କୁହାଯାଇଥିଲା ଯେ ଯେଉଁମାନେ ଏହି ଭୂତାଣୁରେ ସଂକ୍ରମିତ ହେବେ ସେମାନେ ଆଉ କାର୍ଯ୍ୟରେ ଯୋଗ ଦେବେ ନାହିଁ । କିନ୍ତୁ ଏହି ନିୟମକୁ ଏବେ ରଦ୍ଦ କରାଯାଇଛି ।

ଏଣିକି କାର୍ଯ୍ୟରେ ଯୋଗ ଦେଇପାରିବେ କୋଭିଡ-19 ଆକ୍ରାନ୍ତ ଆମେରିକା ଶସନ୍ତ୍ରବାହିନୀ
ଏଣିକି କାର୍ଯ୍ୟରେ ଯୋଗ ଦେଇପାରିବେ କୋଭିଡ-19 ଆକ୍ରାନ୍ତ ସଶସ୍ତ୍ରବାହିନୀ

ୱାଶିଂଟନ: କୋଭିଡ-19ରେ ସଂକ୍ରମିତ ହୋଇଥିବା ଆମେରିକା ସଶସ୍ତ୍ରବାହିନୀଙ୍କୁ ଆଉ କାର୍ଯ୍ୟରେ ଯୋଗେ ଦେବା ନେଇ ବାରଣ କରାଯିବ ନାହିଁ । ଏନେଇ ଘୋଷଣା କରିଛି ପେଣ୍ଟାଗନ୍ ।

ପ୍ରତିରକ୍ଷା ବିଭାଗର କର୍ମକର୍ତ୍ତା ମାଥ୍ୟୁ ଡୋନୋଭାନ୍ ପୂର୍ବରୁ ଏକ ନିୟମ ଲାଗୁ କରିଥିଲେ । ଯେଉଁଥିରେ କୁହାଯାଇଥିଲା ଯେ ଯେଉଁ ସୈନ୍ୟମାନେ ଏହି ଭୂତାଣୁରେ ସଂକ୍ରମିତ ହୋଇ ଶ୍ବାସକ୍ରିୟାରେ ଅସୁସ୍ଥତା ଅନୁଭବ କରୁଛନ୍ତି ସେମାନେ ଆଉ କାର୍ଯ୍ୟରେ ଯୋଗ ଦେଇପାରିବେ ନାହିଁ । ଯାହାକୁ ଏବେ ସେ ରଦ୍ଦ କରିଥିବା ନେଇ ଘୋଷଣା କରିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ଡୋନୋଭାନ୍ ଗଣମାଧ୍ୟମକୁ କହିଛନ୍ତି ଯେ ସେଠାରେ କିଛି ମଧ୍ୟବର୍ତ୍ତୀ ଏବଂ ଡ୍ରାଫ୍ଟ ଗାଇଡ୍ ଥିଲା ଯାହାକୁ ମୁଁ ବାତିଲ କରିଦେଇଛି । ସେ ଉଲ୍ଲେଖ କରିଛନ୍ତି ଯେ ନିୟମକୁ ସଂଶୋଧନ କରିବା ଏକ ଅଂଶ କିନ୍ତୁ ଆଗକୁ ଉପୁଜିବାକୁ ଥିବା ପରିସ୍ଥିତି ଉପରେ ସ୍ବାସ୍ଥ୍ୟଧିକାରୀଙ୍କୁ ଧ୍ୟାନ ଦେବାକୁ ହେବ ।

ଯଦିଓ କୋଭିଡ-19ରେ ଭର୍ତ୍ତି ହୋଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇନାହାନ୍ତି କିମ୍ବା ଜାରି ରହିଥିବା ପାର୍ଶ୍ୱ ପ୍ରତିକ୍ରିୟାରେ ପୀଡିତ ଅଛନ୍ତି ତେବେ ସେ ତୁରନ୍ତ ସଶସ୍ତ୍ର ବାହିନୀରେ ଯୋଗ ଦେଇ ପାରିବେ ନାହିଁ ।

ସୈନ୍ୟବାହିନୀର ପ୍ରତ୍ୟେକ ଶାଖା ଏହି ପ୍ରସଙ୍ଗରେ ଛୁଟ ଜାରି କରିବାରେ ସକ୍ଷମ ଅଟନ୍ତି । ଗୁରୁବାର ସୁଦ୍ଧା ଆମେରିକାର ସୈନ୍ୟ ସମୁଦାୟ 5,888 କୋଭିଡ-19ରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ 129 ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଯେଉଁଥିରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।

For All Latest Updates

TAGGED:

COVID-19
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.