ETV Bharat / international

ଆମେରିକାରେ କୋରୋନାର କରାଳ ରୂପ, 24 ଘଣ୍ଟାରେ ଗଲା 1561 ଜୀବନ

author img

By

Published : May 21, 2020, 9:58 AM IST

ଦେଶର ସବୁଠାରୁ ଶକ୍ତିଶାଳୀ ଦେଶରେ ଗ୍ରାସିଛି କୋରୋନା । ପ୍ରତ୍ୟେକ ଦିନ ଯାଉଛି ହଜାର ହଜାର ଜୀବନ । ନିରୂପାୟ ଆମେରିକା ସରକାର । ଅଧିକ ପଢନ୍ତୁ...

ଆମେରିକାରେ କୋରୋନାର କରାଳ ରୂପ, 24 ଘଣ୍ଟାରେ ଗଲା 1561 ଜୀବନ
ଆମେରିକାରେ କୋରୋନାର କରାଳ ରୂପ, 24 ଘଣ୍ଟାରେ ଗଲା 1561 ଜୀବନ

ଓ୍ବାଶିଂଟନ: ଆମେରିକା ବିଶ୍ୱରେ କୋରୋନା ଭାଇରସର ରାଜଧାନୀ ପାଲଟିଛି । ଏଠାରେ ମହାମାରୀ କ୍ରମାଗତ ଭାବରେ ଭୟଙ୍କର ରୂପ ନେଉଛି । ବୁଧବାର ଆମେରିକାରେ 21 ହଜାର 370ଟି ନୂଆ ମାମଲା ରିପୋର୍ଟ ହୋଇଛି । ଆଉ ଏଥିରେ 1,561 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସମଗ୍ର ବିଶ୍ୱରେ ପ୍ରାୟ ଏକ ତୃତୀୟାଂଶ କୋରୋନା ସଂକ୍ରମିତ ଆମେରିକାରେ ଅଛନ୍ତି ।

ବୁଧବାର ରିପୋର୍ଟ ମୁତାବିକ, କୋରୋନା ଦ୍ୱାରା ୟୁଏସରେ 1.6 ମିଲିୟନ ଲୋକ ପ୍ରଭାବିତ ହୋଇଛନ୍ତି । ସୂଚନା ଅନୁଯାୟୀ, ଆମେରିକାରେ କୋରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ଗୁରୁବାର ସକାଳ ସୁଦ୍ଧା 15 ଲକ୍ଷ 91 ହଜାରକୁ ବୃଦ୍ଧି ପାଇଛି। ଏଥିସହ 94 ହଜାର 992 ଜଣଙ୍କର ମୃତ୍ୟୁ ଘଟିଛି । ତେବେ 3 ଲକ୍ଷ 70 ହଜାର ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି ।

ଏହା ସହିତ ଆମେରିକାର ନ୍ୟୁୟର୍କ ସହରରେ ସର୍ବାଧିକ 3 ଲକ୍ଷ 63 ହଜାର 517 ମାମଲା ରିପୋର୍ଟ ହୋଇଛି । ନ୍ୟୁୟର୍କରେ କେବଳ 28 ହଜାର 816 ଜଣଙ୍କର ମୃତ୍ୟୁ ହୋଇଛି। ଏହା ପରେ, ନ୍ୟୁ ଜର୍ସିରେ 1 ଲକ୍ଷ 52 ହଜାର 96 ଜଣ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 10 ହଜାର 747 ଜଣଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.