ETV Bharat / international

ବିଶ୍ବବ୍ୟାପୀ 23 ମିଲିୟନ ଅତିକ୍ରମ କଲା କୋରୋନା ଆକ୍ରାନ୍ତ ସଂଖ୍ୟା - ବିଶ୍ବବ୍ୟାପୀ କୋରୋନା ଅପଡେଟ

ସଂକ୍ରମଣ ଆରମ୍ଭର ମାତ୍ର 6 ମାସ ମଧ୍ୟରେ ବିଶ୍ବକୁ କବଳିତ କରିଛି ତକୋରୋନା ଭୂତାଣୁ । ଯେଉଁଆଡେ ଆଖି ବୁଲାଇଲେ କେବଳ ସଂକ୍ରମଣ ମାମଲା ନଜରକୁ ଆସୁଛି । ଏମିତିରେ ବିଶ୍ବବ୍ୟାପୀ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 23.3ମିଲିୟନରେ ପହଞ୍ଚିଥିବା ଜଣା ପଡିଛି ।

corona update, worldwide corona update, coronavirus news, କୋରୋନା ଅପଡେଟ, ବିଶ୍ବବ୍ୟାପୀ କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌
ବିଶ୍ବବ୍ୟାପୀ 23 ମିଲିୟନ ଅତିକ୍ରମ କଲା କୋରୋନା ଆକ୍ରାନ୍ତ ମାମଲା
author img

By

Published : Aug 24, 2020, 1:00 PM IST

ୱାଶିଂଟନ: ସଂକ୍ରମଣ ଆରମ୍ଭର ମାତ୍ର 6 ମାସ ମଧ୍ୟରେ ବିଶ୍ବକୁ କବଳିତ କରିଛି ତକୋରୋନା ଭୂତାଣୁ । ଯେଉଁଆଡେ ଆଖି ବୁଲାଇଲେ କେବଳ ସଂକ୍ରମଣ ମାମଲା ନଜରକୁ ଆସୁଛି । ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ସତ୍ତ୍ବେ ହୁ ହୁ ହୋଇ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏମିତିରେ ବିଶ୍ବବ୍ୟାପୀ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 23.3ମିଲିୟନରେ ପହଞ୍ଚିଥିବା ଜଣା ପଡିଛି । ଏଥିସହ ମୃତ୍ୟୁ ସଂଖ୍ୟା 807,000 ଅତିକ୍ରମ କରିଥିବା ଜଣା ପଡିଛି । ଏନେଇ ରିପୋର୍ଟ ପ୍ରକାଶ କରିଛି ଜନ ହପକିନ୍ସ ୟୁନିଭର୍ସିଟି ।

ସୂଚନା ଅନୁଯାୟୀ ସୋମବାର ସକାଳ ସୁଦ୍ଧା ବିଶ୍ବରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 23,348,081ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 807, 383ରେ ପହଞ୍ଚିଛି । ଏନେଇ ସବିଶେଷ ତଥ୍ୟ ପ୍ରଦାନ କରିଛି ଜନ ହପକିନ୍ସ ୟୁନିଭର୍ସିଟିର ସେଣ୍ଟର ଫର୍‌ ସିଷ୍ଟମ୍ସ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ(ସିଏସଏସଇ) । ସେପଟେ ଏବେ ବି ବିଶ୍ବରେ ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି ଆମେରିକା । ଏହିକ୍ରମରେ ଆମେରିକାରେ ମୋଟ ଆକ୍ରାନ୍ତ ସଂଖ୍ୟା ବର୍ତ୍ତମାନ 5,701,557 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 176,797ରେ ପହଞ୍ଚିଛି ।

ଏହାପରେ 3,605,783 ସଂକ୍ରମଣ ମାମଲା ସହ 114,744 ମୃତ୍ୟୁ ସଂଖ୍ୟା ନେଇ ଦ୍ବିତୀୟ ସ୍ଥାନରେ ପହଞ୍ଚିଛି ବ୍ରାଜିଲ । ଏହି କ୍ରମରେ 3,044,940 ସଂଖ୍ୟକ ମାମଲା ସହ ତୃତୀୟ ସ୍ଥାନରେ ଭାରତ ରହିଛି । ସମାନ ଭାବେ ଋଷିଆ(954,328), ଦକ୍ଷିଣ ଆଫ୍ରିକା(609,773), ପେରୁ (582,236), ମେକ୍ସିକୋ(560,164), କୋଲମ୍ବିଆ (533,103), ଚିଲି(397,665), ସ୍ପେନ (386,054), ଇରାନ(358,905), ଆର୍ଜେଣ୍ଟିନା(342,154), ୟୁକେ(327,643), ସାଉଦି ଆରବିଆ(307,479), ବାଂଲାଦେଶ(294,598), ପାକିସ୍ତାନ(292,765), ଫ୍ରାନ୍ସ(153,535), ଇଟାଲୀ(259,345), ତୁର୍କୀ (258,249), ଜର୍ମାନୀ(234,494), ଇରାକ(204,341), ଫିଲିପିନ୍ସ(189,601), ଇଣ୍ଡୋନେସିଆ(153,535), କାନାଡା(126,815), କତାର(117,008), ଇକ୍ୟୁଏଡର(107,769), ୟୁକ୍ରେନ(107,379), କାଜାଖସ୍ତାନ(104,543) ଓ ଇସ୍ରାଏଲ(102,663) ଭାବେ ତାଲିକାରେ ସ୍ଥାନ ପାଇଛନ୍ତି ।

ତେବେ 10 ହଜାରରୁ ଉର୍ଦ୍ଧ୍ବ ମୃତକଙ୍କ ସଂଖ୍ୟା ମଧ୍ୟରେ ମେକ୍ସିକୋ(60,480), ଭାରତ(56,706), ୟୁକେ(41,515), ଇଟାଲୀ(35,437), ଫ୍ରାନ୍ସ(30,518), ସ୍ପେନ(28,838), ପେରୁ(27,453), ଇରାନ(20,643), ଋଷିଆ(16,341), କୋଲମ୍ବିଆ(16,968), ଦକ୍ଷିଣ ଆଫ୍ରିକା(13,059) ଓ ଚିଲି(10,852) ସ୍ଥାନ ପାଇଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.