ଚିକୋଗୋ: ଚୀନର କାର୍ଯ୍ୟକଳାପକୁ ନେଇ ଆମେରିକାର ଚିକୋଗୋରେ ପ୍ରବାସୀ ଭାରତୀୟଙ୍କ ବିକ୍ଷୋଭ ପ୍ରଦର୍ଶନ । ଚିକାଗୋ ସ୍ଥିତି ଚୀନ ବାଣିଜ୍ୟ ଦୂତବାସ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭକାରୀମାନେ ଲଦାଖ ପ୍ରତି ଚୀନର ମନୋଭାବକୁ ବିରୋଧ କରି ଏହାର ଏକ ପାଖିଆ କାର୍ଯ୍ୟକୁ ନିନ୍ଦା କରିଛନ୍ତି । ଚୀନକୁ ତିବ୍ଦତ ଏବଂ ତାଇୱାନ ଉପରେ ନିଜର ଦାବି ଛାଡିବାକୁ କହିଛନ୍ତି । ଏହି ଦୁଇ ଦେଶ ଭାରତ ସୀମାରେ ରହିଥିବା ବିକ୍ଷୋଭକାରୀ କହିଛନ୍ତି ।
ଚିକାଗୋରେ, କୋରୋନା ଭାଇରସ କାରଣରୁ ଯାତାୟାତର ନିଷେଧାଦେଶ ରହିଛି, ତେଣୁ ପ୍ରଦର୍ଶନରେ ସୀମିତ ସଂଖ୍ୟାରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରାଯାଇଛି । ହାତରେ ଭାରତ-ଆମେରିକା ପତାକା ଓ ଚୀନ ବିରୋଧ ପୋଷ୍ଟର ଧରିଥିଲେ । ଏହି ସମୟରେ ଦେଶବାସୀଙ୍କୁ ଚୀନ ବିରୋଧ ସାମଗ୍ରୀ ବର୍ଜନ କରି ଆମେରିକା ଉତ୍ପାଦକୁ ପ୍ରୋତ୍ସାହିତ କରିବାକୁ ଅପିଲ କରିଥିଲେ। ଚୀନ ଅନେକ ଦେଶର ଅର୍ଥନୀତିକୁ ନଷ୍ଟ ଦେବାକୁ ଉଦ୍ୟମ କରୁଥିବା ନେଇ ବିକ୍ଷୋଭକାରୀମାନେ ଉଦବେଗ ପ୍ରକାଶ କରିଥିଲେ ।
ସମଗ୍ର ବିଶ୍ୱରେ 10 ନିୟୁତ ଲୋକଙ୍କୁ ପ୍ରଭାବିତ କରିଥିବା କୋରୋନା ମହାମାରୀ ପାଇଁ ମଧ୍ୟ ଚାଇନାକୁ ଦାୟୀ କରିଥିଲେ। ଜଣେ ବିରୋଧକାରୀ କହିଛନ୍ତି ଯେ ଚୀନ ସମଗ୍ର ବିଶ୍ୱକୁ କ୍ଷତି ପହଞ୍ଚାଉଛି। ସେହି କାରଣରୁ କୋରୋନାରେ ଲକ୍ଷ ଲକ୍ଷ ଲୋକେ ଏହାର ଶିକାର କରିଛନ୍ତି।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ କାନାଡାର ଭାନକୋଭରରେ ଲଦାଖରେ ଚୀନ୍ ସେନା ଦ୍ୱାରା ହୋଇଥିବା ହିଂସାତ୍ମକ କାର୍ଯ୍ୟ ବିରୁଦ୍ଧରେ ଭାରତୀୟ ସମ୍ପ୍ରଦାୟ ମଧ୍ୟ ପ୍ରଦର୍ଶନ କରିଥିଲା।